ଶେରଗଡ଼,୬ା୯(ଡି.ଏନ୍.ଏ.)- ଶେରଗଡ଼ରେ ବୁଧବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ନନ୍ଦିନୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ଶେରଗଡ଼ ଓ ଆଖପାଖ ଗ୍ରାମ ବିଲମାଳରେ ବର୍ଷାପାଣି ବଢିବାରେ ଲାଗିଛି। କିଛିଦିନ ତଳେ ଶେରଗଡ଼ ଅଞ୍ଚଳରେ ବର୍ଷାପାଣି ଯିବା ପାଇଁ ଯେଉଁ ନାଳ ତିଆରି ହୋଇଥିଲା ସେଥିରେ ପାଣି ନିଷ୍କାସିତ ହେବା ବଦଳରେ ନଦୀପାଣି ଓଲଟା ଆସୁଛି। ଶେରଗଡ଼ ବଡ଼ଦାଣ୍ଡ ସାହି, ବାଲିସାହି, ବାଇପାସ, ତୋଟା ସାହି, ଧୋବାସାହି ଲୋକମାନେ ଏକ ପ୍ରକାର ଆତଙ୍କିତ ହୋଇ ରହିଛନ୍ତି। ଏପରି ବର୍ଷା ଲାଗି ରହିଲେ ନିଶ୍ଚିତ ଭାବରେ ଶେରଗଡ଼ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ଓ ଏହିସବୁ ସାହି ବାସିନ୍ଦା ଜଳବନ୍ଦୀ ହୋଇଯିବେ। ଶେରଗଡ଼ ଅଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥାରେ ସୁଧାର ଓ ଜଳ ନିଷ୍କାସନ ପାଇଁ ପୂର୍ତ୍ତ, ନାଳ ନର୍ଦ୍ଧମା, ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ଅଧିକାରୀଙ୍କୁ ନେଇ ବାରମ୍ବାର ବୈଠକ ବସିଥିଲେ ମଧ୍ୟ ବିଫଳ ହୋଇଛି। ତୁରନ୍ତ ପଦକ୍ଷେପ ନେବାକୁ କୁମାର ସ୍ବାମୀ ଆଚାରି କହିଛନ୍ତି। ନାଳ ତିଆରିକୁ ନେଇ ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ ବିଭାଗ ମଧ୍ୟରେ ଟଣା ଓଟରା ଲାଗିଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ବନୋଜ କାନ୍ତ ସେଠି କୁହନ୍ତି, ଶେରଗଡ଼ ନନ୍ଦିନୀ ନଦୀରେ ସଂଯୋଗ ହେଉଥିବା ନାଳ ଆମର ନୁହେଁ। ସେହିପରି ଜାତୀୟ ରାଜପଥ ବିଭାଗର ଯନ୍ତ୍ରୀ ପ୍ରୟାଗରାଜ ପାର୍ଥସାରଥୀ କୁହନ୍ତି, ନାଳ ତିଆରି ହୋଇଥିଲା। କିନ୍ତୁ ଉକ୍ତ ନାଳରେ ବହୁତ ଆବର୍ଜନା ପଡିବା ଦ୍ୱାରା ଜଳ ନିସ୍କାସନରେ ବାଧା ସୃଷ୍ଟି ହୋଇଛି। ଖୁବ୍ଶୀଘ୍ର ଏହାକୁ ଓସାରିଆ କରାଯିବ।
Posted inଆମ ଜିଲା ଖବର, ଗଞ୍ଜାମ View All
ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍, ୧୦ ମିଟର ଦୂରରେ ଯାଇ…
ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...
ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...
ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି
ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...
ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..
ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...
ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...
ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…
ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍ଡ଼ ଡିଏସ୍ୱାଇଏସ୍ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍ଯାପିତ ହୋଇଛି।...
ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ
କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...
Archives


