ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର: ଶିଶୁପୁତ୍ର ମୃତ, ଦମ୍ପତିଙ୍କ ସମେତ ୪ ଆହତ

ଦିଗପହଣ୍ଡି,୨୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ର ଗୁମ୍ମା ଗାଁର ଦଳିତ ସାହିରେ ଲଗାଣ ବର୍ଷାରେ ଶନିବାର ଭୋରରୁ ଘର ଭୁଶୁଡ଼ି ପଡ଼ିବାରୁ ଜଣେ ୧୦ ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତଶିଶୁ ହେଲେ ଗ୍ରାମର ସନ୍ତୋଷ ନାଇକଙ୍କ ପୁଅ ସନାତନ।
ପ୍ରକାଶ ଯେ, ସନ୍ତୋଷ ଶୁକ୍ରବାର ରାତିରେ ଖାଇସାରି ମା’ ରାହାସ, ସ୍ତ୍ରୀ ବନିତା, କନ୍ୟା ପ୍ରିୟଙ୍କା ଓ ପୁଅ ସନାତନଙ୍କ ସହ ଶୋଇଥିଲେ। ଭୋରରୁ ନଡ଼ା ଛପର ଘର ଭୁଶୁଡ଼ି ପଡ଼ିବାରୁ ସପରିବାର ଆହତ ହୋଇଛନ୍ତି। ସମସ୍ତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସନାତନଙ୍କୁ ମୃତ ଘୋଷଣା କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ବନିତା ଓ ରାହାସଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ, ବିଡିଓ ହଳଧର ଶବର ଗାଁରେ ପହଞ୍ଚତ୍ ଘଟଣାର ତଦନ୍ତ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନେ ପହଞ୍ଚି ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ ସଦଳବଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି କେ. ନୂଆଗାଁ ଥାନାକୁ ଖବର କରିଥିଲେ। ପୋଲିସ ସନାତନଙ୍କ ମୃତଦେହ ଜବତକରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛନ୍ତି । ଏ ନେଇ କେ. ନୂଆଗାଁ ଥାନାରେ କେସ୍‌ ନଂ. ୧୭/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri