ଲକ୍‌ ଡାଉନ୍‌ ନିୟମ ଉଲ୍ଲଂଘନ: ୨୪୫ ଜଣଙ୍କଠାରୁ ୪୯,୩୦୦ ଟଙ୍କା ଜୋରିମାନା ଆଦାୟ

ବରଗଡ଼ ଅଫିସ୍‌,୨୧।୪: ଘାତକ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଏହି କ୍ରମରେ ବରଗଡ଼ ଜିଲାରେ ଏହି କଟକଣାର କାର୍ଯ୍ୟକାରିତାକୁ ଜିଲା ପୋଲିସ, ପ୍ରଶାସନ ଗୁରୁତ୍ୱର ସହିତ ନେଇଛି । ମୁହଁରେ ମାସ୍କ, ରୁମାଲ କିମ୍ବା ଗାମୁଛା ବାନ୍ଧିବା ସହିତ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି । ଏହାକୁ ଯେଉଁମାନେ ଉଲ୍ଲଂଘନ କରୁଛନ୍ତି ସେମାନଙ୍କଠାରୁ ପୋଲିସ ନିର୍ଦ୍ଧାରିତ ମତେ ଜୋରିମାନା ଅସୁଲି କରୁଛି । ଇତିମଧ୍ୟରେ ୨୪୫ଜଣ ଅମାନିଆଙ୍କଠାରୁ ପୋଲିସ ମୋଟ୍‌ ୪୯ହଜାର ୩୦୦ ଟଙ୍କା ଜୋରିମାନା ଆଦାୟ କରିଛି । ସେଥିମଧ୍ୟରୁ ମାସ୍କ ପିନ୍ଧି ନ ଥିବା ୨୪୪ଜଣଙ୍କଠାରୁ ୪୮ହଜାର ୮୦୦ଟଙ୍କା ଏବଂ ଲକ୍‌ ଡାଉନ ସମୟରେ ଦୋକାନ ଖୋଲିଥିବା ଯୋଗୁ ଆଉଜଣଙ୍କଠାରୁ ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri