ଲକ୍‌ ଡାଉନ୍‌ର ସାଥୀ ପାଲଟିଛି ରେଡିଓ

କେନ୍ଦୁଝର୧୧ା୪(ସ୍ବ.ପ୍ର): ଲକ୍‌ ଡାଉନ୍‌ ପାଇଁ ଗାଁ ଠାରୁ ଆରମ୍ଭ କରି ସହର ସବୁ ବନ୍ଦ। ଗ୍ରାମାଂଚଳରେ କାଁ ଭାଁ କେତେକ ଗ୍ରୋସରୀ ଦୋକାନ ଛାଡି ଦେଲେ ସବୁ ବନ୍ଦ ରହିଛି। ଏଭଳି ସମୟରେ ଦୋକାନ ଓ ରାସ୍ତାଘାଟ ଖାଁ ଖାଁ ଲାଗୁଛି। ଦୋକନୀ ଗ୍ରାହକ ଅପେକ୍ଷାରେ ରହିଥିବା ବେଳେ କଥାବାର୍ତ୍ତା କରିବା ପାଇଁ କେହି ନାହାଁନ୍ତି। ଏଭଳି ପରିସ୍ଥିତିରେ ଅନେକଙ୍କ ପାଇଁ ସାଥୀ ପାଲଟିଛି ରେଡିଓ।

ସଦର ବ୍ଲକ କେମ୍ପସଢା ଗ୍ରାମରେ ରହିଛି କ୍ଷେତ୍ରବାସୀ ମହାନ୍ତଙ୍କ ଛୋଟ ଗ୍ରୋସରୀ ଦୋକାନ। ଦୋକାନ ରେ ବାଜୁଛି ରେଡିଓ। ସେ ଦୀର୍ଘ ୪୦ ବର୍ଷ ହେଲା ରେଡିଓ ଶୁଣିଆସୁଥିବା କୁହନ୍ତି। ଏବେ କରୋନା ସମ୍ପର୍କିତ ଖବର ଶୁଣୁଛନ୍ତି ା ଲକ ଡାଉନ ସମୟରେ ସରକାର କଣ ପଦକ୍ଷେପ ନେବାକୁ ଜାରି କରିଛନ୍ତି ସେ ବିଷୟରେ ଅବଗତ ହେବା ସହ କରୋନା ଭୂତାଣୁ କଣ, କିପରି ସଂକ୍ରମିତ ହୋଇଥାଏ, କେଉଁ କେଉଁ ଦେଶ ଆକ୍ରାନ୍ତ, ଏହାକୁ ରୋକିବା ପାଇଁ କଣ ପଦକ୍ଷେପ ନେବା ଉଚିତ ଆଦି ଶୁଣୁଥିବା କହିଛନ୍ତି। ବର୍ତ୍ତମାସ ଟିଭି, ମୋବାଇଲ ଯୁଗ ହୋଇଥିଲେ ହେଁ ତାଙ୍କ ପାଇଁ ରେଡିଓ ସବୁକିଛ। ବିଶେଷ କରି ଦେଶବିଦେଶ ର ଖବର, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଚାଷବାସ ଆଦି ଶୁଣନ୍ତି। ସେହିପରି ଅ୍ଯଯ ସମୟରେ ଦୋକାନକୁ ଆସୁଥିବା ଲୋକ ମାନେ ମଧ୍ୟ ରେଡିଓ ଶୁଣିଥାନ୍ତି। ଏବେ ମଧ୍ୟ ଗ୍ରାମାଞ୍ଚଳରେ ବହୁ ଗରୀବ ଲୋକଙ୍କ ଘରେ ଟିଭି, ରେଡିଓ , ମୋବାଇଲ ନାହିଁ । ଏଣୁ ସେମାନଙ୍କ ପାଇଁ ରେଡିଓ ମନୋରଂଜନର ପ୍ରମୁଖ ମାଧ୍ୟମ ହୋଇଥାଏ।

ଆଜିକାଲି ପିଲା ମାନଙ୍କ ପାଇଁ ମୋବାଇଲ ମନୋରଂଜନର ସାଧନ ହୋଇଥିବା ବେଳେ ତାଙ୍କ ଭଳି ବରିଷ୍ଠ ନାଗରିକ ମାନଙ୍କ ପାଇଁ ରେଡିଓ ଏବେ ମଧ୍ୟ ଗୁରୁତ୍ୱ ବହନ କରୁଛି। ଯେତେବେଳେ ଟିଭି, ମୋବାଇଲ ନ ଥିଲା । କିମ୍ବା ଖବରକାଗଜ ପହଁଚିପାରୁନଥିଲା ସେ ସମୟରୁ ରେଡିଓ ସାଥୀ ହୋଇ ରହିଛି। ମନୋରଂଜନ ସହିତ ଚାଷ ସମୟରେ ଚାଷବାସ, ପାଣିପାଗ, ଦେଶବିଦେଶର ଖବର, ସଂଗୀତ ଆଦି ହାତ ପାଆନ୍ତାରେ ଶୁଣିବାକୁ ମିଳୁଛି। ଏଣୁ ଛାଡିପାରୁନାହୁଁ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆକୁ ଆସିଲା ୨ ବୋଟ୍‌, ଜେଟି

ବନ୍ତଳା, ୪ା୮(ଡି.ଏନ.ଏ.) ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ପହଞ୍ଚିଛି ୧୦ ସିଟ୍‌ ବିଶିଷ୍ଟ ୨ଟି ନୂଆ ବୋଟ୍‌ ଓ ଜେଟି। ଏହାର ମୂଲ୍ୟ ୨୦ ଲକ୍ଷରୁ...

ଆଜି ହେବ ମାଟ୍ରିକ ପରୀକ୍ଷା ଫଳ ତାରିଖ ଘୋଷଣା

କଟକ ଅଫିସ,୧୬।୫: ଆଜି ପୂର୍ବାହ୍ନ ସାଢେ ୧୧ଟା ବେଳେ ମାଟ୍ରିକ ପରୀକ୍ଷା ଫଳ ତାରିଖ ଘୋଷଣା ହେବ। ଏନେଇ ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ...

ବିଧାୟିକାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଆସିକା,୧୧ା୮(ଡ଼ି.ଏନ.ଏ.)- ଆସିକା ଏନଏସିରେ ଆମ ସହର ଆମ ଉନ୍ନତି ଯୋଜନାରେ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ରବିବାର ବିଧାୟିକା ମଞ୍ଜୁଳା ସ୍ବାଇଁ ଉଦଘାଟନ କରିଛନ୍ତି। ଓଡିଆ ସାହି...

ଆସିଛି ୫ଶହ, କିଣା ହୋଇଛି ୧୧ଶହ କୁଇଣ୍ଟାଲ ଧାନ

ବିଷମକଟକ, ୧୯।୧୨: ରାୟଗଡ଼ା ଜିଲା ବିଷମକଟକ ବ୍ଲକ ହାଟମୁନିଗୁଡ଼ା ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଉଛି। ଶୁକ୍ରବାର ମଣ୍ଡିକୁ ମାତ୍ର ୫ଶହ କୁଇଣ୍ଟାଲ ଧାନ ଆସିଥିବାବେଳେ ୧୧ଶହ କୁଇଣ୍ଟାଲ...

ରାସ୍ତାରେ ଖାଲଖମା, ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୧୨ା୮: ସରକାର ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ହେଲେ କେତେଜଣ ବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ...

୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣରେ ହୋଇପାରେ ବିଳମ୍ବ

ଭୁବନେଶ୍ୱର,୨୭।୪(ବ୍ୟୁରୋ): କରୋନାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଦ୍ୱିତୀୟ ଲହରକୁ ନେଇ ଲୋକେ ଭୟଭୀତ ହୋଇପଡ଼ୁଛନ୍ତି। ଏଭଳି ପରସ୍ଥିତିରେ ୧୮ରୁ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ...

ହାର୍‌ ମାନିନାହାନ୍ତି କନକଲତା

ଭଦ୍ରକ ଅଫିସ, ୧୦।୭- ଭଦ୍ରକ ସହର ତଳିର ଏକ ଗଁା ଓକାଳ। ଗଁାରେ ରହିଛି ଏକ ୫ ଫୁଟ ଉଚ୍ଚର ବଖରାଏ ନୂଆଣିଆ ନଡ଼ା ଛପର...

୬ ପୌରାଧ୍ୟକ୍ଷା, ୭୬ କାଉନସିଲର ପ୍ରାର୍ଥୀପତ୍ର କାଏମ

ସୁନ୍ଦରଗଡ଼,୧୧ା୩(ଡି.ଏନ.ଏ.): ସୁନ୍ଦରଗଡ଼ ପୌରନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚପରେ ୬ ପୌରାଧ୍ୟକ୍ଷ ଏବଂ ୭୬ କାଉନସିଲର ପ୍ରାର୍ଥୀପତ୍ର କାଏମ ରହିଛି। ପୌରାଧ୍ୟକ୍ଷା ପଦବୀରେ ବିଜେଡିର ରଞ୍ଜନା ପଣ୍ଡା,...

Advertisement
Archives

Model This Week