ଲକ୍‌ଡାଉନ ଯୋଗୁ ଏମ୍‌ଏସ୍‌ଏମ୍‌ଇ ପ୍ରଭାବିତ: କେନ୍ଦ୍ରୀୟ ସହାୟତା ଲୋଡ଼ିିଲା ରାଜ୍ୟ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ବିଶ୍ୱବ୍ୟାପୀ କରୋନାଜନିତ ଭୟାବହତାକୁ ନେଇ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)କ୍ଷେତ୍ର ପ୍ରାୟତଃ ବନ୍ଦ ହୋଇ ପଡ଼ିଥିବା ଯୋଗୁ ଏ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏ ନେଇ ଶନିବାର ବିଭାଗୀୟ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରସାୟନ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡ଼ା ଏବଂ କେନ୍ଦ୍ରମନ୍ତ୍ରୀ ଫଗନ୍‌ ସିଂ କୁଲସ୍ତେଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି । ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଲକ୍‌ଡାଉନ୍‌ ପାଇଁ ବିଶେଷ ପ୍ରଭାବିତ ହୋଇଛି । ଶ୍ରମିକମାନେ ତାଙ୍କର ବେଉସା ହରାଇ ହାତ ବାନ୍ଧି ବସିବାକୁ ବାଧ୍ୟ ହୋଇଛନ୍ତି । ଶ୍ରମଜୀବୀମାନେ ବେରୋଜଗାର ହୋଇଥିବାରୁ ଏହି କ୍ଷେତ୍ରରେ ଜୀବିକା ଉପାର୍ଜନ କରୁଥିବା ବୃହତ୍‌ ବର୍ଗଙ୍କ ଅର୍ଥନୀତି ଦିଗ ହରାଇଛି। କରୋନା ପରେ ଅବସ୍ଥା ସ୍ବାଭାବିକ ହେଲେ ଏହି କ୍ଷେତ୍ରକୁ କିପରି ପୁଣିଥରେ ସଚଳ କରାଯାଇପାରିବ ସେଥିପାଇଁ କେନ୍ଦ୍ରୀୟ ସହଯୋଗର ସୁଯୋଗ ସୃଷ୍ଟି କରିବାକୁ ଦିବ୍ୟଶଙ୍କର କେନ୍ଦ୍ର ମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ । ଦେଶର ଅର୍ଥନୀତିରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଯୋଗଦାନର ଅଧିକ ଗୁରୁତ୍ୱ ରହିଛି । ତେଣୁ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ସେ ସ୍ବତନ୍ତ୍ର ପ୍ୟାକେଜ୍‌ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖିଥିବା ଗଣମାଧ୍ୟମକୁ ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ଆଇଏଏସ୍‌ ଅଫିସର ଗଗନ ଧଳଙ୍କ ଇସ୍ତଫା

ଭୁବନେଶ୍ୱର,୧୬।୮(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଫିସର ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଛନ୍ତି। ୧୯୮୫ ବ୍ୟାଚ୍‌ର ଏହି ଅଫିସର ରାଜ୍ୟ ସରକାରଙ୍କୁ ଏ ନେଇ ଅବଗତ କରାଇଛନ୍ତି।...

ରୋଗୀଙ୍କୁ ଫେରାଇଲେ ରଦ୍ଦ ହେବ ଘରୋଇ ହସ୍ପିଟାଲ ଲାଇସେନ୍ସ

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ଲକ୍‌ଡାଉନ୍‌ରେ ଯେପରି ଲୋକେ ସ୍ବାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି। ହେଲେ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କେତେକ...

୧୫ ଘଣ୍ଟା ପରେ ସ୍ବାଭାବିକ ହେଲା ଟ୍ରେନ୍‌ ଚଳାଚଳ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଯାଜପୁର ଜିଲା କୋରେଇ ରେଳ ଷ୍ଟେଶନରେ ସୋମବାର ଏକ ମାଲବାହୀ ଟ୍ରେନ୍‌ ବିଶ୍ରାମାଗାର ଉପରେ ମାଡିଯିବା ଘଟଣାରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତେବେ...

୨୦୨୦ କମିଶନରେଟ୍‌ ପୋଲିସ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହେବ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୧୯, ଆଉ ଆସିବ ୨୦୨୦। ତେବେ ୨୦୧୯ରେ କମିଶନରେଟ ପୋଲିସକୁ ଅନେକ ମାମଲାରେ ସଫଳତା ମିଳିଥିବାବେଳେ...

ରାସ୍ତା ଉପରେ ପରିବା ବିକ୍ରି, ରହୁନି ଡଷ୍ଟବିନ୍‌

ଛତ୍ରପୁର,୧୨ା୨(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ସାଇକେଲରେ ଛତ୍ରପୁର ଏନ୍‌ଏସି ବୁଲିଥିଲେ। ମଦ ଦୋକାନଠାରୁ ଆରମ୍ଭ କରି ଚା ଦୋକାନ, ପରିବା,...

ସୁସ୍ଥ ହେଲା ପରେ ବି ରିପୋର୍ଟ କିପରି ଆସୁଛି କରୋନା ପଜିଟିଭ୍‌ !

ଲଣ୍ଡନ/ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ଯୋଗୁ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେତେକ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ବି ତାଙ୍କ ରିପୋର୍ଟ ପଜିଟିଭ...

ଭୂମିପୂଜାରେ ସୀମିତ ପାତାଳି ଶ୍ରୀକ୍ଷେତ୍ରର ବିକାଶ

ସୋନପୁର,୨୫।୨(ନି.ପ୍ର.) ସୁବର୍ଣ୍ଣପୁର ଜିଲା କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ହେଉଛି ପଶ୍ଚିମ ଓଡିଶାର ଅନ୍ୟତମ ଧାର୍ମିକ ପର୍ଯ୍ୟଟନସ୍ଥଳୀ। ୨୦୦୩ ମସିହାରେ ରାଜ୍ୟ ସରକାର ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର...

ରାତି ଅଧରେ ଘରୁ ପଳାଇ ଆସିଥିଲେ: ରାଜଧାନୀ ନିକଟ ଫାର୍ମ ହାଉସରୁ ମିଳିଲା ପ୍ରଫେସରଙ୍କ ଝିଅଙ୍କ ମୃତଦେହ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଜେଇଇରେ ଭଲ କରି ନ ଥିବାରୁ ଗୁରୁବାରଠାରୁ ଘରୁ ପଳାଇ ଆସିଥିଲେ ଝିଅ। ଶୁକ୍ରବାର ଏକ ଫାର୍ମ ହାଉସ୍‌ ପୋଖରୀରୁ ତାଙ୍କ ମୃତଦେହ ମିଳିଛି।...

Advertisement
Archives

Model This Week