Posted inକଟକ

ଲକ୍‌ଡାଉନ କଟକଣାକୁ ଫୁ, ହାଟରେ ଜମୁଛି ଭିଡ଼

ଚୌଦ୍ୱାର,୩୧ା୩(ଡି.ଏନ୍‌.ଏ)- କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର କରିଥିବା ଲକ୍‌ଡାଉନ ଘୋଷଣାକୁ ମଙ୍ଗଳବାର ୭ଦିନ ହୋଇଯାଇଛି। ଇତି ମଧ୍ୟରେ ଗଣମାଧ୍ୟମଠାରୁ ଆରମ୍ଭ କରି ସରକାରୀସ୍ତରରେ ସଚେତନତା କରିବା ସହ ଘରେ ରହିବାକୁ ନିବେଦନ କରାଯାଉଛି। କିନ୍ତୁ ଏହି ଲକଡାଉନ କଟକଣାକୁ ଫୁ କରି ଚୌଦ୍ୱାର ଅଞ୍ଚଳର ଓଟିଏମ୍‌ ପରିବା ମାର୍କେଟରେ କେତେକ ବ୍ୟବସାୟୀ, ଲୋକ ହାଟରେ ଭିଡ଼ କରୁଛନ୍ତି। ସାମାଜିକ ଦୂରତା ନ ରଖିବାବେଳେ ପ୍ରାୟ ବ୍ୟବସାୟୀ ବିନା ବ୍ୟବଧାନରେ ବେପାର କରିବା ଭଳି ଦେଖାଯାଇଛି। ଫଳରେ ଲୋକମାନେ ମଧ୍ୟ ମନଇଚ୍ଛା ଭିଡ଼ କରି ଯିବାଆସିବା କରିବା ସହ ନିୟମକୁ ବେଖାତିର କରୁଛନ୍ତି। ଗତ କିଛିଦିନ ତଳେ ପୌରପାଳିକା ଓ ଚୌଦ୍ୱାର କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ପରିବା ମାର୍କେଟରେ ଜନଗହଳି ହେଉଥିବା ଲକ୍ଷ୍ୟ ରଖି ସେହି ବଜାରର ପରିବା ବ୍ୟବସାୟୀ ମାନଙ୍କ ପାଇଁ ୫୫ନଂ ଜାତୀୟ ରାଜପଥ କଡରେ ଥିବା ଜାଗା ଚିହ୍ନଟ କରି ସେଠାରେ ବ୍ୟବସାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ବ୍ୟବସାୟ କରୁଥିବା ଦେକାନୀ ଓ ଗ୍ରାହକଙ୍କ ମଧ୍ୟରେ ସମଦୂରତା ରକ୍ଷା ହେବା ସହିତ ଗହଳି ଲାଗି ରହିବ ନାହଁି ା ଏଥି ସହିତ ଦୋକାନ ସାମନାରେ ଗୋଲ ବୁଲାଯିବା ଓ ଧାଡି ହୋଇ ଗ୍ରାହକଙ୍କୁ ସରୁଖୁରୁରେ ପରିବା ଦେଇହେବ। ହେଲେ ଏସବୁ ନିୟମକୁ ହେୟ ମନେକରି କିଛି ଦୋକାନୀ ଚିରାଚରିତ ଢଙ୍ଗରେ କାରବାର କରୁଛନ୍ତି। ଏଭଳି ପରିସ୍ଥିତ ଲାଗିରହିଲେ ଚୌଦ୍ୱାରରେ ଭୂତାଣ ବ୍ୟାପିବାର ଆଶଙ୍କା ରହିଛି। ସ୍ଥାନୀୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

ନବୀନ ନିବାସରେ କଟକ-ଚୌଦ୍ୱାରର ୮ କର୍ପୋରେଟର: ଡକରା ପରେ…

ଭୁବନେଶ୍ୱର,୩୦।୩: ନବୀନ ନିବାସରେ ପହଞ୍ଚିଛନ୍ତି କଟକ-ଚୌଦ୍ୱାରର ୮ କର୍ପୋରେଟର। ପ୍ରତାପ ଜେନାଙ୍କ ନେତୃତ୍ୱରେ ନବୀନ ନିବାସରେ ପହଞ୍ଚିଥିବା ସୂଚନା ମିଳିଛି। କଟକ ରାଜନୀତି ସରଗରମକୁ ନେଇ ନବୀନ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri