ଲକ୍‌ଡାଉନ୍‌-୨: ସରକାର ଜାରି କଲେ ନୂଆ ଗାଇଡ୍‌ ଲାଇନ୍‌

ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡ଼ାଉନ୍‌-୨(ଏପ୍ରିଲ୍‌-୧୫ରୁ ମେ ୩) ପାଇଁ ନୂଆ ଗାଇଡ୍‌ ଲାଇନ୍‌ ଜାରି ହୋଇଛି। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ମେ ୩ ପର୍ଯ୍ୟନ୍ତ ଟ୍ରେନ୍‌ ,ମେଟ୍ରୋ ରେଲ୍‌, ବସ୍‌, ବିମାନ ଉଡ଼ାଣ, ଅଟୋ ରିକ୍ସା, କ୍ୟାବ୍‌ ସେବା ଆଦି ବନ୍ଦ ରହିବ। ସେହିପରି ସିନେମା ହଲ୍‌, ମଲ୍‌, ଜିମ୍‌, ବାର୍‌, ସ୍କୁଲ, କଲେଜ, କୋଚିଂ ଇନଷ୍ଟିଚ୍ୟୁଟ୍‌, ଟ୍ରେନିଂ ସେଣ୍ଟର, ଧାର୍ମିକ ଆୟୋଜନ, ଧାର୍ମିକ ସ୍ଥଳ ଆଦି ବନ୍ଦ ରହିବ। ତେବେ ଏପ୍ରିଲ୍‌ ୨୦ ପରେ ତେଜରାତି ଦୋକାନ, ପନିପରିବା, ଫଳ, ମାଛ, ମାଂସ, କ୍ଷୀର ଆଦି ଖୋଲିବା ଉପରେ ସସର୍ତ୍ତ କୋହଳ ବ୍ୟବସ୍ଥା କରାଯିବ। ସେହିପରି କୋରିଅର ସେବା, ଇ-କମର୍ସ ସେବା ଆଦିକୁ ମଧ୍ୟ କୋହଳ କରାଯିବ। ଅପରପକ୍ଷରେ ପୂର୍ବପରି ବ୍ୟାଙ୍କ-ଏଟିଏମ୍‌, ପେଟ୍ରୋଲ ପମ୍ପ୍‌, ଗ୍ୟାସ୍‌ ଯୋଗାଣ, ହସ୍ପିଟାଲ, ଔଷଧ ଦୋକାନ ଆଦି ଜାରି ରହିବ ବୋଲି ନୂଆ ଗାଇଡ୍‌ ଲାଇନ୍‌ରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବରରେ ତୃତୀୟ ଲହର

ବେଙ୍ଗାଲୁରୁ, ୧୯।୬: ଭାରତରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଅକ୍ଟୋବର ସୁଦ୍ଧା ଆସିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯଦିଓ ବର୍ତ୍ତମାନର ସଂକ୍ରମଣଠାରୁ ତୃତୀୟ...

ବିକ୍ଷୋଭ ବେଳେ ୧୮୫ ଛାତ୍ରୀଛାତ୍ର ଅଟକ

ନୂଆଦିଲ୍ଲୀ,୪ା୩(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଓ ଜାତୀୟ ରାଜଧାନୀରେ ସଦ୍ୟ ଘଟିଥିବା ସାମ୍ପ୍ରଦାୟିକ ହିଂସା ପ୍ରତିବାଦରେ ମଙ୍ଗଳବାର ଦିଲ୍ଲୀର ରାମଲୀଲା ମଇଦାନକୁ...

ବିଚାରପତିଙ୍କ ସନ୍ଦେହ ଜନକ ମୃତ୍ୟୁ: ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ ।୭: ଝାଡ଼ଖଣ୍ଡର ଧନବାଦରେ ଜଣେ ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ସୁପ୍ରିମକୋର୍ଟ ନିଜ ଆଡୁ ନେଇ ବିଚାର କରିବାକୁ ସ୍ଥିର କରିଛନ୍ତି । ମୁଖ୍ୟ...

କରୋନା ଭୟ: ରାଜପଥରେ ବସ୍‌ ଅଟକାଇ ୫୧ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ସମସ୍ତ ଯାତ୍ରୀ ସୁସ୍ଥ

ସିମୁଳିଆ,ଛତ୍ରପୁର,୨୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଅଞ୍ଚଳର ୫୧ ଜଣ ତାମିଲନାଡୁରେ ବସବାସ କରୁଥିଲେ। ଶନିବାର ସେମାନେ ଘରୋଇ ବସ୍‌ ସାଡୋ (କେଏଲ୦୭ ସିଟି ୯୫୮୪) ଯୋଗେ ବାଲେଶ୍ୱର ଫେରୁଥିଲେ।...

କ୍ଷତିପୂରଣ ନ ଦେବା ନିଷ୍ପତ୍ତି କାହାର

ନୂଆଦିଲ୍ଲୀ, ୨୨।୬: କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଦାଏର ଜନସ୍ବାର୍ଥ ମାମଲାର...

ଭାରତ ଯୁଦ୍ଧ-ହିଂସାକୁ କେବେ ମଧ୍ୟ ସମର୍ଥନ କରେ ନାହିଁ : ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୩।୧୨ : ଭାରତ ଅନ୍ୟ ଦେଶର କୌଣସି ଅନିଷ୍ଟ କରେ ନାହିଁ କିମ୍ବା ସମସ୍ୟା ସୃଷ୍ଟି କରୁଥିବା ଲୋକଙ୍କୁ ସୁରକ୍ଷା ଦିଏ ନାହିଁ। ଭାରତ ଯୁଦ୍ଧ...

ଭାଜପା ପ୍ରାର୍ଥୀ ପ୍ରତ୍ୟାହାର ପରେ ଋତୁଜା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସ୍ପଷ୍ଟ

ମୁମ୍ବାଇ,୧୮।୧୦: ମୁମ୍ବାଇ ଅନ୍ଧେରି ଇଷ୍ଟ ବିଧାନସଭା ଆସନରେ ନଭେମ୍ବର ୩ରେ ଉପନିର୍ବାଚନ ହେବାକୁ ଥିବା ବେଳେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଭାଜପା ପ୍ରାର୍ଥୀ ପ୍ରତ୍ୟାହାର...

‘ଦୁର୍ନୀତି ବିରୋଧରେ ବଡ ପଦକ୍ଷେପ’, ଆରବିଆଇର ନିଷ୍ପତ୍ତିକୁ ସ୍ବାଗତ କଲେ ଚନ୍ଦ୍ରବାବୁ

ନୂଆଦିଲ୍ଲୀ,୨୦।୫: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ୨୦୦୦ଟଙ୍କିଆ ନୋଟ ପ୍ରତ୍ୟାହାର...

Advertisement
Archives

Model This Week