ଲକ୍‌ଡାଉନରେ ବହି ପଢ, ଗଛ ଲଗାଅ: ଇମ୍ରାନ

ଇସ୍‌ଲାମାବାଦ,୪।୫: କରୋନା ସଂକ୍ରମଣ ରୋକିବାକୁ ଏବେ ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ ଫର୍ମୁଲାକୁ ଲାଗୁ କରାଯାଇଛି। ପାକିସ୍ତାନରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହା ଇମ୍ରାନ ଖାଁ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଏବେ ସେଠାରେ ଲକ୍‌ଡାଉନ ଚାଲିଥିବାରୁ ଘରେ ରହି ଏହି ସମୟରେ ଯୁବବର୍ଗ ଇସ୍‌ଲାମ ଇତିହାସ ସମ୍ପର୍କିତ ବହି ପଢନ୍ତୁ ଓ ଗଛ ଲଗାନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ। ଏହି ସମୟରେ ଯୁବବର୍ଗ ଇସ୍‌ଲାମ ଇତିହାସ ସମ୍ପର୍କିତ ଜ୍ଞାନ ଆହରଣ କରିବାକୁ ସେ କହିଛନ୍ତି। ପାକିସ୍ତାନର ଏକ ଖବରକାଗଜର ସୂଚନା ଅନୁଯାୟୀ, ଇମ୍ରାନ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଓ୍ବାର୍ଲଡ ଇକନୋମିକ ଫୋରମର ଏକ ଭିଡିଓ ଶେୟାର କରିଛନ୍ତି। ସେହି ଭିଡିଓରେ ଲକ୍‌ଡାଉନ ସମୟରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଗଛ ଲଗାଇ ବେକାର ଥିବା ଯୁବବର୍ଗଙ୍କୁ ରୋଜଗାରର ବାଟ ଫିଟିବ ବୋଲି ସେ କହିଛନ୍ତି। ଗୋଟିଏ ଗଛ ଲଗାଇଲେ ଜଣେ ୩ ଡଲାର ରୋଜଗାର କରିପାରିବ ବୋଲି ସେ କହିଛନ୍ତି। ତେବେ ଇମ୍ରାନଙ୍କର ଏହି କଥାକୁ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାଓ୍ବଲ ଭୁଟ୍ଟୋ ବିରୋଧ କରିଛନ୍ତି। ସେ କହିଛନ୍ତି, ଇମ୍ରାନଙ୍କର ଯଦି କିଛି କାମ ନାହିଁ ତେବେ ସେ ଘରକୁ ଯାଇ ଗଛ ଲଗାନ୍ତୁ ଅନ୍ୟମାନଙ୍କୁ ଉପଦେଶ ଦେବା ଦରକାର ନାହିଁ। ଏବେ ସମୟ କରୋନା ସହ ଲଢିବାର ଗଛ ଲଗାଇବାର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟ ପ୍ରାଣୀଙ୍କ ସଂଖ୍ୟା ୬୯ ପ୍ରତିଶତ କମିଛି: ଲିଭିଂ ପ୍ଲାନେଟ ରିପୋର୍ଟ ୨୦୨୨…

ନୂଆଦିଲ୍ଲୀ,୧୩।୧୦ : ଲିଭିଂ ପ୍ଲାନେଟ ରିପୋର୍ଟ ୨୦୨୨ ରେ, ୯୦ ବୈଜ୍ଞାନିକଙ୍କ ଦ୍ୱାରା ୩୨ ହଜାରରୁ ଅଧିକ ପ୍ରଜାତିର ପ୍ରାଣୀ ବିଶ୍ଳେଷଣ କରାଯାଇଛି। ଗତଥର ତୁଳନାରେ...

ରୁଷିଆ ସେନାଙ୍କ ସହ ଲଢୁଛନ୍ତି ୟୁକ୍ରେନ୍ ଫିଲ୍ମ ନିର୍ମାତା

କ୍ୱିଭ୍‌,୨୩ ।୩: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଯୁଦ୍ଧ ମାସେ ପୁରଣ ହେବାକୁ ଯାଉଛି । ଏହାରି ଭିତରେ ରୁଷିଆ ସେନା ୟୁକ୍ରେନର ବଡ ବଡ ସହରକୁ ଧ୍ୱଂସ...

ଝରକା ଡେଇଁ ହସ୍ପିଟାଲରୁ ପଳାଇଲେ କରୋନା ଆକ୍ରାନ୍ତ ମହିଳା

ପୁନେ, ୯।୭- ଭାରତରେ କରୋନା ଭାଇରସଜନିତ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କିଛିଦିନ ହେବ ୨୦...

ଦୁର୍ଗାପୂଜା ଭସାଣିରେ ୨ ହିନ୍ଦୁଙ୍କୁ ହତ୍ୟା

ଢାକା,୧୬।୧୦: ବାଂଲାଦେଶରେ ପୁଣିଥରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଛି। ଏଥିରେ ୨ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ହିଂସାକାଣ୍ଡରେ ୬ ଜଣଙ୍କ...

ଚଳନ୍ତା କାର ଉପରେ ବସିଲା ହାତୀ: ଭିଡ଼ିଓ ଭାଇରାଲ

ବ୍ୟାଙ୍କକ୍‌,୬।୧୧: ଥାଇଲାଣ୍ଡରେ ଥିବା ଖାଓ ୟାଇ ଜାତୀୟ ଉଦ୍ୟାନରେ ଏକ ଚଳନ୍ତା କାର ଉପରେ ହାତୀ ବସିବାକୁ ପ୍ରୟାସ କରୁଥିବା ଦୃଶ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ...

ବିଶ୍ୱରେ ୫୫ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଟପ୍‌ ଟେନ୍‌ରେ ଭାରତ

ଓ୍ବାଶିଂଟନ,୨୫।୫: କରୋନା ସଂକ୍ରମିତ ଦେଶଙ୍କ ଟପ୍‌ ଟେନ୍‌ ତାଲିକାରେ ଏବେ ଭାରତ ସାମିଲ ହୋଇଛି। ଏବେ ଭାରତ ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଇରାନକୁ ପଛରେ ପକାଇ...

ଟାୟାର ଜାଳି ରାସ୍ତା ବନ୍ଦ କଲେ ଗ୍ରାମବାସୀ

ବାରିପଦା ଅଫିସ,୨୮ା୩: କରୋନା ଭାଇରସ୍‌କୁ ନେଇ ଜିଲାର ବିଭିନ୍ନ ଗ୍ରାମର ଲୋକେ ବେଶ ସଚେତନ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ଗ୍ରାମବାସୀ ନିଜେ ନିଜକୁ ଲକଡାଉନ...

ଦାନ୍ତ ଘଷିଲେ କମେ ହାର୍ଟଆଟାକ୍‌ ଆଶଙ୍କା !

ଓ୍ବାଶିଂଟନ,୨।୧୨: ଦାନ୍ତ ଘଷିବା ଦ୍ୱାରା ହାର୍ଟଆଟାକ୍‌ ଆଶଙ୍କା କମେ। ଏନେଇ ନିକଟରେ ଏକ ଗବେଷଣା ଭିତ୍ତିକ ରିପୋର୍ଟ ୟୁରୋପିଆନ୍‌ ଜର୍ନାଲ୍‌ ଅଫ୍‌ ପ୍ରିଭେଣ୍ଟିଭ୍‌ କାର୍ଡିଓଲୋଜିରେ ପ୍ରକାଶ...

Advertisement
Archives

Model This Week