ଲକ୍ଷଣ ନ ଥିଲେ ଘରେ ରହିପାରିବେ ସଂକ୍ରମିତ

ଭୁବନେଶ୍ୱର, ୧୨ା୫(ବ୍ୟୁରୋ): ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆକ୍ରାନ୍ତଙ୍କ ମଧ୍ୟରେ ଲକ୍ଷଣ ନ ଥିବା ଜଣାପଡିଛି। ତେଣୁ ଲକ୍ଷଣ ନ ଥିବା ଏବଂ ସ୍ବଳ୍ପ ଲକ୍ଷଣ ଥିବା ସଂକ୍ରମିତଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ସୋମବାର ଏଭଳି ବ୍ୟବସ୍ଥା ପ୍ରଥମକରି ସହରାଞ୍ଚଳରେ ଲାଗୁ କରାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଥିବା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ, କରୋନା ସଂକ୍ରମିତ ରୋଗୀଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରିବା ଓ ସ୍ବଳ୍ପ ତଥା ଲକ୍ଷଣ ନ ଥିବା ରୋଗୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବା ପାଇଁ ଗାଇଡ୍‌ଲାଇନ ଜାରି କରାଯାଇଛି। ସ୍ବଳ୍ପ ଲକ୍ଷଣ କିମ୍ବା ଆଦୌ ଲକ୍ଷଣ ନ ଥିବା ରୋଗୀଙ୍କ ଭିତରେ ଲକ୍ଷଣ ପ୍ରକାଶ ପାଇବାର ୧୦ଦିନ ପରେ ଅଥବା ୩ ଦିନ ଧରି ଜ୍ୱର ନ ଥିଲେ ସେମାନଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯିବ। ସେହିପରି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଲକ୍ଷଣ ପ୍ରକାଶ ବନ୍ଦ ହେବାର ୩ ଦିନ ପରେ ଡିସ୍‌ଚାର୍ଜ ହୋଇପାରିବେ। ସେମାନେ ଡିସ୍‌ଚାର୍ଜ ହେବାପରେ ୭ ଦିନ କ୍ୱାରାଣ୍ଟାଇନରେ ରହିବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିବା ବେଳେ ରାଜ୍ୟ ସରକାର ଗାଇଡ୍‌ଲାଇନରେ ପରିବର୍ତ୍ତନକରି ୧୪ଦିନ ଘରୋଇ ସଙ୍ଗରୋଧରେ ରହିବାକୁ କହିଛନ୍ତି। ଏହି ନୂଆ ବ୍ୟବସ୍ଥା ଦ୍ୱାରା କୋଭିଡ୍‌ ହସ୍ପିଟାଲଗୁଡିକରେ ପର୍ଯ୍ୟାପ୍ତ ବେଡ୍‌ ବ୍ୟବସ୍ଥା ଅନ୍ୟ ନୂଆ ରୋଗୀଙ୍କ ଲାଗି ଉପଲବ୍ଧ କରାଯାଇପାରିବ ବୋଲି ମହାପାତ୍ର କହିଛନ୍ତି।
ଅନ୍ୟପଟେ ହୋମ୍‌ କ୍ୱାରାଣ୍ଟାଇନରେ ରହିବା ପାଇଁ ରାଜ୍ୟ ସରକାର ଜାରି କରିଥିବା ଗାଇଡ୍‌ଲାଇନ ଅନୁସାରେ ଉକ୍ତ ବ୍ୟକ୍ତିଙ୍କ ଘର ସମ୍ମୁଖରେ କ୍ୱାରାଣ୍ଟାଇନ ଷ୍ଟିକର ଲଗାଯିବ। ଏହାସହିତ ସମ୍ପୃକ୍ତ ରୋଗୀଙ୍କ ହାତରେ ଅଲିଭା କାଳି ଓ ବ୍ୟାଣ୍ଡ ଲଗାଯିବ। ଯଦି ଘରେ ଅଲଗା ଶୌଚାଳୟ ବା କଠୋରି ନ ଥିବ ତେବେ ସମ୍ପୃକ୍ତ ରୋଗୀ ସରକାରଙ୍କ ଦ୍ୱାରା କରାଯାଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରହିବେ। ତେବେ ଏଥିପାଇଁ ରୋଗୀଙ୍କୁ ଏକ ନିର୍ଦ୍ଧାରିତ ଫର୍ମାଟରେ ଅନୁମତି ଆଣିବାକୁ ପଡ଼ିବ। ସାମାଜିକ ଦୂରତ୍ୱ ଓ ସଙ୍ଗରୋଧ ନିୟମକୁ କଡ଼ାକଡ଼ି ପାଳନ କରିବେ ବୋଲି ସେ ସରକାରଙ୍କୁ ଜଣାଇବେ। ପ୍ରଥମ ପର୍ଯ୍ୟାୟରେ ସହରାଞ୍ଚଳରେ ଏହି ବ୍ୟବସ୍ଥା ଲାଗୁହେବ। ଗାଁ ଗୁଡ଼ିକରେ ଯେହେତୁ ସମସ୍ତ ଘରେ ଏଭଳି ଶୌଚାଳୟ ଏବଂ କଠୋରି ନ ଥିବ ତେଣୁ ଭବିଷ୍ୟତରେ ଯେଉଁଠି ଏଭଳି ବ୍ୟବସ୍ଥା ଥିବ ସେଠାରେ ଏହି ନିୟମ ଲାଗୁ କରାଯିବ ବୋଲି ପ୍ରଦୀପ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri