ରୋଗ ଚିହ୍ନଟ ନ ହୋଇ ପୁଅଙ୍କ ମୃତ୍ୟୁ ହେବାରୁ ମା’ ହେଲେ ଡାକ୍ତରାଣୀ: ମାଗଣାରେ କରୁଛନ୍ତି ଚିକିତ୍ସା

ମିରଟ,୨୯।୧୦: ସବୁ ଦୁଃଖ, କଷ୍ଟ ଓ ବିପଦରୁ ନିଜ ପିଲାଙ୍କୁ ଘଣ୍ଟ ଘୋଡାଇ ରଖିଥାଏ ମା’। କିନ୍ତୁ ପିଲାକୁ ଟିକେ ଆଘାତ ଲାଗିଲେ ସେ ଭାଙ୍ଗିପଡ଼େ। ହେଲେ ଉତ୍ତରପ୍ରଦେଶ ମିରଟର ରେଲଓ୍ବେ ରୋଡରେ ରହୁଥିବା ଜଣେ ଏଭଳି ମା’ ଅଛନ୍ତି ଯିଏ ପୁଅର ମୃତ୍ୟୁ ପରେ ନ ଭାଙ୍ଗି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସୂଚନାଯୋଗ୍ୟ, ରେଲଓ୍ବେ ରୋଡ ଥାନା ଅଞ୍ଚଳର ରାମକୁଟିରରେ ଡା. ମଞ୍ଜୁ ମିତ୍ତଲ ସ୍ବାମୀ ସତେନ୍ଦ୍ର ମିତ୍ତଲ ଓ ୨ ପୁଅ ହରିତ ଓ ଲସିତ ରୁହନ୍ତି। ହେଲେ ବଡ଼ ପୁଅ ହଠାତ୍‌ ରୋଗାଗ୍ରସ୍ତ ହୋଇପଡ଼ିଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ମଧ୍ୟ ତାଙ୍କର ରୋଗ ଚିହ୍ନଟ ହୋଇପାରି ନ ଥିଲା। ଫଳରେ ୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହରିତ୍‌ଙ୍କ ମୃତ୍ୟୁ ପରେ ମଞ୍ଜୁ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲେ। ପୁଅର ମୃତ୍ୟୁ ପରେ ସେ ପ୍ରତିଜ୍ଞା କରିଥିଲେ ଯେ, ଡାକ୍ତର ହୋଇ ଲୋକଙ୍କୁ ସାହାଯ୍ୟ କରିବେ। ଏହାପରେ ମଞ୍ଜୁ ହୋମିଓପାଥି ପ୍ରାକ୍ଟିସ୍‌ କରିବା ଆରମ୍ଭ କରିଥିଲେ। ସମ୍ପୂର୍ଣ୍ଣ ଶିକ୍ଷାଲାଭ ପରେ ସେ ଦୀର୍ଘ ୨୬ ବର୍ଷ ହେଲାଣି ଲୋକଙ୍କର ଚିକିତ୍ସା ମାଗଣାରେ କରିଆସୁଛନ୍ତି। ଚିକିତ୍ସା ପାଇଁ ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ମିରଟରୁ ଲୋକେ ଏଠାକୁ ଆସିଥାନ୍ତି। ଏଥିସହ ଯେଉଁ ରୋଗ ଏଲୋପାଥୀରେ ଠିକ୍‌ ହେଉ ନାହିଁ ସେହି ରୋଗର ଚିକିତ୍ସା ପାଇଁ ଲୋକେ ମଞ୍ଜୁଙ୍କ ପାଖକୁ ଆସିଥାନ୍ତି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଆ କଂଗ୍ରେସରେ ସଙ୍କଟ: ୮ ବିଧାୟକ ବାଡ଼ ଡେଇଁ ଧରିଲେ ପଦ୍ମ…

ପଣଜୀ, ୧୪।୯ : ଗୋଆରେ କଂଗ୍ରେସ ଏକ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ ଏବଂ ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ...

ରିଜ ମଇଦାନରେ ମୋଦି

ଶିମଲା,୩୧ ।୫: ଭାରତୀୟ ଜନତା ପାର୍ଟି(ଭାଜପା)ଶାସନକୁ ୮ ବର୍ଷ ପୂରଣ ହୋଇଛି । ଏହି ବର୍ଷ ପୂର୍ତ୍ତିର ଖୁସି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର...

ନ୍ୟାୟ ବ୍ୟବସ୍ଥା ସ୍ବାଧୀନତାର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ, ୧୫।୧୧(ପି.ଟି.): ତଳ କୋର୍ଟ ଓ ଜିଲା ଅଦାଲତଗୁଡ଼ିକର କାର୍ଯ୍ୟ ଜରିଆରେ ଲକ୍ଷ ଲକ୍ଷ ଲୋକ ଭାରତୀୟ ନ୍ୟାୟ ବ୍ୟବସ୍ଥାର ମନୋଭାବ ସମ୍ପର୍କରେ ଅବଗତ ହୋଇଥାନ୍ତି...

ମହାନଦୀ ଟ୍ରିବ୍ୟୁନାଲର ୫ ଦିନିଆ କ୍ଷେତ୍ର ସର୍ଭେ ଆରମ୍ଭ

ରାୟପୁର,୧୯ା୪ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ମଙ୍ଗଳବାରଠାରୁ ଛତିଶଗଡ଼ରେ ୫ ଦିନିଆ କ୍ଷେତ୍ର ସର୍ଭେ ଆରମ୍ଭ କରିଛି। ନଦୀ ତଳମୁଣ୍ଡକୁ କେତେ ଜଳ ପ୍ରବାହିତ ହେଉଛି...

ଜ୍ଞାନବାପି ମାମଲାରେ କେନ୍ଦ୍ରର ଜବାବ ଲୋଡିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୧ : ଜ୍ଞାନବାପି ସହ ଜଡିତ ପୂଜାପାଠ ସ୍ଥଳ ଆଇନ ମାମଲାର ଶୁଣାଣି ସୋମବାର ସ୍ଥଗିତ ରଖାଯାଇଛି। ଏହି ମାମଲାରେ ସୁପ୍ରିମ୍‌କୋର୍ଟ କେନ୍ଦ୍ରର ଜବାବ ଲୋଡିଛନ୍ତି।...

ଆକ୍ସନ ମୁଡ୍‌ରେ ରାହୁଲ: ଏବେବି ଅଧ୍ୟକ୍ଷ ପଦକୁ ନେଇ ଅନିଶ୍ଚିତତା

ନୂଆଦିଲ୍ଲୀ,୨୫।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ଆକ୍ସନ ମୋଡରେ ବୋଲି କୁହାଯାଉଛି। ଲୋକ ସଭା ନିର୍ବାଚନରେ ହାରିବା ପରେ ଏବେ ପୁଣି ଥରେ...

ଶ୍ରମ ମନ୍ତ୍ରଣାଳୟର ଆଉ ୨୫ ଅଧିକାରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ,୧୨।୬: ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ଆଉ ୨୫ଜଣ ଅଧିକାରୀ ଶୁକ୍ରବାର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ମନ୍ତ୍ରଣାଳୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା...

ଜୁନ୍‌ ୨୧ରେ ବିରଳ ସୂର୍ଯ୍ୟପରାଗ

ଚଳିତମାସ ୨୧ ତାରିଖରେ ସୂର୍ଯ୍ୟପରାଗ ଲାଗିବ। ଏହି ପରାଗ ବିରଳ ତଥା ସ୍ବତନ୍ତ୍ର। ଏହି ସମୟରେ ସୂର୍ଯ୍ୟଙ୍କୁ ଭିନ୍ନ ଭିନ୍ନ ଭାବରେ ଦେଖିବାକୁ ମିଳିବ। ଏହା...

Advertisement
Archives

Model This Week