ରେଭେନ୍‌ଶାରେ ଅନ୍‌ଲାଇନରେ ପାଠପଢ଼ା

କଟକ ଅଫିସ,୩।୪: ଅନ୍‌ଲାଇନରେ ଚାଲିଛି ପାଠପଢା। ଅଧ୍ୟାପକମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଛାତ୍ରୀଛାତ୍ରଙ୍କର କ୍ଲାସ ନେଉଛନ୍ତି। ସାରା ଦେଶରେ ଲକ୍‌ଡାଉନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନରେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ପାଠପଢା ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଲକ୍‌ଡାଉନ ସମୟରେ ଅଧ୍ୟାପକମାନେ ଭିଡିଓ କନଫରେନ୍ସିଂରେ ଛାତ୍ରୀଛାତ୍ରଙ୍କ କ୍ଲାସ ନେବା ପାଇଁ କୁଳପତି ପ୍ରଫେସର ଈଶାନ କୁମାର ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ମୁଖ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି। ଅଧ୍ୟାପକମାନେ କ୍ଲାସ ନେଉଛନ୍ତି କି ନାହିଁ ସେ ବିଷୟରେ ଅବଗତ କରାଇବା ସହ କୋର୍ସ ଶେଷ କରିବାକୁ ମଧ୍ୟ କୁଳପତି କହିଛନ୍ତି। ଏଥିପାଇଁ ‘ଜୁମ୍‌’ ନାମକ ଏକ ଆପ୍‌ ସହଯୋଗରେ ଏକ ସମୟରେ ଶହେରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ କ୍ଲାସ ନିଆଯାଉଥିବା କୁଳପତି କହିଛନ୍ତି । ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ କ୍ଲାସ ଆରମ୍ଭ ହେଉଛି ଏବଂ କେଉଁ ବିଷୟ ଉପରେ କ୍ଲାସ କରାଯାଉଛି ସେ ନେଇ ବିଶ୍ୱବିଦ୍ୟାଳୟକୁ ତଥ୍ୟ ଦେବାକୁ ସମସ୍ତ ଅଧ୍ୟାପକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ୱେବ୍‌ସାଇଟରୁ ମିଳିବ ପାଠ୍ୟପୁସ୍ତକ
ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ୱେବସାଇଟରେ ଛାତ୍ରୀଛାତ୍ରଙ୍କୁ ପାଠ୍ୟପୁସ୍ତକ ପାଇପାରିବେ। ଅନଲାଇନରେ ଯେଉଁ କ୍ଲାସ କରାଯିବ ତାହାର ପାଠ୍ୟପୁସ୍ତକ ବିଶ୍ୱବିଦ୍ୟାଳୟ ୱେବସାଇଟକୁ ଯାଇ ପଢିପାରିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଗଜକଲମରେ ସୀମିତ ପର୍ଯ୍ୟଟନ ବିକାଶ

ରାୟଗଡ଼ା ଅଫିସ,୧୯।୩: ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରା ପର୍ଯ୍ୟଟନ ଦ୍ୱାରା ଜାତି, ରାଷ୍ଟ୍ର ଏବଂ ଜିଲାର ପରିଚୟ ମିଳିଥାଏ। ନିଜର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ...

ଢେଙ୍କାନାଳ ଜିଲା ଚିଠି: ଟ୍ରାଫିକ୍‌ ଟେନ୍‌ସନ

ଢେଙ୍କାନାଳ ସମେତ ଜିଲାର ପ୍ରମୁଖ ସହରରେ ଟ୍ରାଫିକ୍‌ ସମସ୍ୟା ଚିନ୍ତାଜନକ ହୋଇଛି। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ମୋଟରଯାନ ସଂଶୋଧିତ ଆଇନ ଲାଗୁ ହୋଇଛି ସତ, ହେଲେ...

ନକଲି ଅଟା କାରଖାନା ଉପରେ ଚଢ଼ାଉ: ମେଶିନ ଜବତ, ଅଭିଯୁକ୍ତ ଅଟକ

ଯାଜପୁର ଅଫିସ,୧୭ା୧୨- ଯାଜପୁର ଟାଉନ ପୋଲିସ ପକ୍ଷରୁ ସୋମବାର ଏକ ନକଲି ଅଟା କାରଖାନା ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ନକଲି...

ଜିଲାରୁ ୧୧,୭୩,୫୨୯ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ

ଜଗତ୍‌ସିଂହପୁର ଅଫିସ, ୮ା୧: ଚଳିତ ଖରିଫ ଋତୁ ପାଇଁ ଜିଲାର ପ୍ରଥମ ଧାନମଣ୍ଡି ରଘୁନାଥପୁର ବ୍ଲକର ତରିକୁନ୍ଦଠାରେ ଶୁଭାରମ୍ଭ ହୋଇଯାଇଛି। ଜିଲାପାଳ ପାରୁଲ ପଟୱାରୀ ଏହାକୁ...

୨୩ରେ ଭୋଟ ଗଣତି: ଏସ୍‌ପିଙ୍କ ନିର୍ଦ୍ଦେଶ ଅପରାଧୀଙ୍କ ଉପରେ କଡ଼ା ନଜର ରଖ

ବ୍ରହ୍ମପୁର ଅଫିସ,୨୧ା୫-ବ୍ରହ୍ମପୁର ସହରରେ ଥିବା ୫ ଥାନାଧିକାରୀଙ୍କୁ ନେଇ ଅପରାଧ ସମୀକ୍ଷା କରିଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର। ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ...

ଲଗାଣ ବର୍ଷାରେ ଧୋଇଗଲା ପୋଲ, ଅନେକ ଗାଁ ଜଳବନ୍ଦୀ

କୋଟଗଡ,୨୦।୯(ଡି.ଏନ.ଏ.): ଲଘୁଚାପ ଲଗାଣ ବର୍ଷାରେ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳରେ ବର୍ଷା ଲାଗି ରହିଛି। ଫଳରେ ବାଲିଗୁଡା,କୋଟଗଡ,ତମୁଡିବନ୍ଧ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ଏପରିକି କୋଟଗଡ...

ଜଟଣୀ ରାସ୍ତାରେ ବୁଡ଼ିଗଲା ‘ମୋ ବସ୍‌’: ପହଁରି ପହଁରି ଜୀବନ ବଞ୍ଚାଇଲେ ଯାତ୍ରୀ

ଖୋର୍ଦ୍ଧା ଅଫିସ,୬।୮: ସକ୍ରିୟ ଥିବା ମୌସୁମୀ ପ୍ରଭାବରେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା...

ପକ୍କାଘର ପାଇଁ ଚିଲିକାରେ ପଦଯାତ୍ରା

କୃଷ୍ଣପ୍ରସାଦ,୨୮।୭(ଡି.ଏନ୍‌.ଏ.):୨୦୧୩ ଅକ୍ଟୋବର ଫାଇଲିନ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ପକ୍କାଘର ନିର୍ମାଣ ପାଇଁ ଏଯାବତ୍‌ କାର୍ଯ୍ୟାଦେଶ ନ ମିଳିବା ଘଟଣାରେ ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ଲୋକମାନେ ମଙ୍ଗଳବାର...

Advertisement
Archives

Model This Week