ରେନ୍‌ବୋ ଫ୍ୟାଶନ

କଲରଫୁଲ୍‌ ଗେଟ୍‌ଅପ୍‌ ଯୁବପିଢିଙ୍କର ସବୁବେଳେ ପସନ୍ଦ। ଏମିତିରେ କିଛିଦିନ ହେବ ସପ୍ତରଙ୍ଗୀ ବା ରେନ୍‌ବୋ କଲର ଆଉଟଫିଟ୍‌ କଲେକ୍ସନ୍‌ ସେମାନଙ୍କ ଲାଗି ଲାଟେଷ୍ଟ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ ପାଲଟିଛି…ବର୍ତ୍ତମାନ ଉଭୟ ଯୁବତୀଯୁବକ ରେନ୍‌ବୋ କଲର ଡ୍ରେସ୍‌ ପିନ୍ଧୁଥିବା ଦେଖିବାକୁ ମିଳୁଛି। ଯୁବକମାନେ କାଜୁଆଲ୍‌ ଏବଂ ଟ୍ରେଣ୍ଡି ଲୁକ୍‌ ପାଇଁ ଜିନ୍ସ ସହିତ ରେନ୍‌ବୋ ଶାର୍ଟ ପିନ୍ଧୁଛନ୍ତି। – ସେହିପରି ଯୁବତୀମାନେ ଆଇକ୍ୟାଚି ଲୁକ୍‌ ପାଇଁ ବ୍ଲାକ୍‌, ହ୍ବାଇଟ୍‌, ୟେଲୋ ଭଳି ପ୍ଲେନ୍‌ କଲର କୁର୍ତ୍ତୀ ବା ଡ୍ରେସ୍‌ ସହିତ ରେନ୍‌ବୋ ଦୁପଟା ଏବଂ ଷ୍ଟୋଲ୍‌ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।

ଡିଜାଇନର୍‌ ସିଙ୍ଗ୍‌ଲ କଲର ଟପ୍ସ ସହିତ ରେନ୍‌ବୋ ସ୍କର୍ଟ ବର୍ତ୍ତମାନ ଖୁବ୍‌ ଡିମାଣ୍ଡରେ ଅଛି। ବିଶେଷ କରି ଲଙ୍ଗ୍‌ ଅମ୍ବ୍ରେଲା ରେନ୍‌ବୋ ସ୍କଟ୍‌ ନା କେବଳ ଦେଖିବାକୁ ଆକର୍ଷଣୀୟ ଲାଗୁଛି ବରଂ ଯେକୌଣସି କଲରର ଟପ୍ସ ସହିତ ଏହାକୁ ପେୟାର କଲେ ଫ୍ୟାଶନେବଲ୍‌ ଲାଗୁଛି।
ସେହିପରି ଡିଜାଇନର ରେନ୍‌ବୋ ଟପ୍ସ, କୁର୍ତ୍ତୀ, ଲଙ୍ଗ୍‌ ଗାଉନ୍‌, କ୍ୟାପ୍‌ ଏବଂ ଶାଢିକୁ ମଧ୍ୟ ଅନେକେ ବ୍ୟବହାର କରୁଛନ୍ତି।
କେବଳ ଡ୍ରେସ୍‌ ନୁହେଁ ବର୍ତ୍ତମାନ ରେନ୍‌ବୋ କଲର ଆସେସରିଜ୍‌ ବି ଫ୍ୟାଶନ୍‌ ଟ୍ରେଣ୍ଡ ପାଲଟିଛି। ଏଭଳି କଲର ବ୍ୟାଣ୍ଡ ଥିବା ରିଷ୍ଟଓ୍ବାଚ୍‌ ହେଉ କିମ୍ବା ବ୍ରେସ୍‌ଲେଟ୍‌ ୟୁନିସେକ୍ସ ଷ୍ଟାଇଲ୍‌ ହୋଇଛି।
ସେହିପରି ଯୁବତୀମାନେ ରେନ୍‌ବୋ କଲରର ଇୟରିଂ ହୁପ୍ସ, ନେକ୍‌ଲେସ୍‌, ଚୁଡ଼ି, ବ୍ୟାଗ୍‌, କ୍ଲଚ୍‌ ଏବଂ ଜୋତା ଆଦି ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ବର୍ଜ୍ୟବସ୍ତୁ ପରିଚାଳନା

”ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ନିତ୍ୟ ବ୍ୟବହାର୍ଯ୍ୟ ନିମନ୍ତେ ଉପଯୋଗୀ ହେଉଥିଲେ ସୁଦ୍ଧା ଏହା ବିଘଟନ ହୋଇପାରି ନ ଥାଏ । ଏହାର ବର୍ଜ୍ୟବସ୍ତୁ ମଣିଷ...

ଖରାଦିନେ ଦହି ଖାଇଲେ କ’ଣ ହୁଏ

ପ୍ରାୟ ସବୁ ଲୋକଙ୍କୁ ଦୁଗ୍ଧରେ ତିଆରି ଜିନିଷ ପସନ୍ଦ ହୋଇଥିବା ବେଳେ କେହି କେହି ଏହାକୁ ପସନ୍ଦ ମଧ୍ୟ କରି ନ ଥାନ୍ତି। ତେବେ ଖରାଦିନେ...

ଫ୍ୟାଶନ୍‌: ହେୟାର ଷ୍ଟ୍ରେଟ୍‌ନିଂ

କେଶର ସୌନ୍ଦର୍ଯ୍ୟ ବଢ଼ାଇବା ଲାଗି ଅନେକ ମହିଳା ହେୟାର ଷ୍ଟ୍ରେଟ୍‌ନିଂ କରୁଛନ୍ତି। ତେବେ ଏହା କରିବା ପୂର୍ବରୁ ଜାଣିରଖନ୍ତୁ କିଛି ଟିପ୍ସ… ସବୁବେଳେ ଭଲ କ୍ୱାଲିଟିର...

ତମ୍ବା ପାତ୍ରର ଖାଦ୍ୟ ଶରୀର ପାଇଁ କ୍ଷତିକାରକ

ବର୍ତ୍ତମାନ ଲୋକେ ଯେତେ ସ୍ବାସ୍ଥ୍ୟ ସଚେତନ ହୋଇଛନ୍ତି ପୂର୍ବରୁ ତାହା ଏତେଟା ନ ଥିଲା। ଏହା ସତ ହେଲେ ଏବେ ଅଧିକାଂଶ ଲୋକେ ବିଭିନ୍ନ ରୋଗର...

କାଜୁ କଟ୍‌ଲି

କାଜୁ-୨କପ୍‌,ଚିନି-୧କପ୍‌ ପାଣି-ଅଧା କପ୍‌,ଘିଅ-୧ଚାମଚ ଗୁଜୁରାତି ଗୁଣ୍ଡ-୧/୪ଚାମଚ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ୨କପ୍‌ କାଜୁ ନେଇ ଭଲଭାବେ ଗ୍ରାଇଣ୍ଡିଂ କରନ୍ତୁ, ଯେପରି ଖଦଡ଼ିଆ ନ ରହେ ଧ୍ୟାନ...

ଡାଏଟ୍‌ରେ ସାମିଲ୍‌ କରନ୍ତୁ ଭିଟାମିନ୍‌ ବି-କମ୍ପ୍ଲେକ୍ସଯୁକ୍ତ ଖାଦ୍ୟ…

ଭିଟାମିନ୍‌ ବି-କମ୍ପ୍ଲେକ୍ସ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାର ସ୍ତର ହ୍ରାସ ପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମ କଲେ ହାଲିଆ ଲାଗେ।...

ଦୂର ଯାତ୍ରା ସମୟରେ କରନ୍ତୁ ନାହିଁ ଏହି ୪ କାମ, ନଚେତ୍‌ ପଡ଼ିପାରନ୍ତି ହଇରାଣରେ

ଅନେକ ଲୋକଙ୍କୁ ଦୂର ଜାଗା ବୁଲିବା ପସନ୍ଦ ହୋଇଥିଲେ ମଧ୍ୟ ଏ ନେଇ ଉପୁଜିଥାଏ ଅନେକ ସମସ୍ୟା, ଯଥା ବାନ୍ତି, ମୁଣ୍ଡବିନ୍ଧା ଇତ୍ୟାଦି। ଏହି କାରଣ...

ବାସ୍ତୁଶାସ୍ତ୍ର: ଘରେ ସୌଭାଗ୍ୟ ଆଣେ ହାତୀଙ୍କ ମୂର୍ତ୍ତି

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହାତୀଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିଲେ କ’ଣ ସବୁ ଉପକାର ହୋଇଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ… *ଶୟନକକ୍ଷରେ ଯୋଡ଼ା ହାତୀଙ୍କ...

Advertisement
Archives

Model This Week