Posted inଜାତୀୟ

ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୧୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୩୯୬ ମୃତ

ନୂଆଦିଲ୍ଲୀ,୧୨।୬ : ମହାମାରୀ କରୋନା ଶୁକ୍ରବାର ଭାରତରେ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୫୩୫ ହୋଇଛି । ସେହପରି ୨୪ ଘଣ୍ଟାରେ ଦେଶରେ ୩୯୬ଜଣଙ୍କ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨ ଲକ୍ଷ ୯୭ ହଜାର ୫୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୪୭ ହଜାର ୧୯୫ ଜଣ ସୁସ୍ଥ ହୋଇଥିବା ବେଳେ ୮ହଜାର ୪୯୮ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଦେଶରେ ୧ ଲକ୍ଷ ୪୧ ହଜାର ୮୪୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ୩ ହଜାର ୫୯୦ ଲୋକଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୯୭ ହଜାର ୬୪୮ରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୮୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋିଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ oହଜାର ୬୮୭ ହୋଇଛି। ସେଥିମଧ୍ୟରୁ ୧୦୮୫ ଜଣଙ୍କ ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ରେଳ ଷ୍ଟେଶନର ହେବ ନବୀକରଣ , ୧୦ ହଜାର କୋଟି ନିବେଶ ଯୋଜନା…

ନୂଆଦିଲ୍ଲୀ, ୨୮।୯ : ବୁଧବାର କେନ୍ଦ୍ର କ୍ୟାବିନେଟ ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। ସେଥିରେ ଦେଶର ୩ଟି ରେଳ ଷ୍ଟେଶନର ନବୀକରଣ ପାଇଁ ନିଷ୍ପତ୍ତି ଗ୍ରହଣ...

ଲକ୍‌ଡାଉନ ବିରୋଧୀ ଅଭିନବ ଲଢ଼େଇ

ନୂଆଦିଲ୍ଲୀ, ୩୦। ୩: କରୋନା ଯୋଗୁ ବର୍ତ୍ତମାନ ସାରା ବିଶ୍ୱରେ ଲକ୍‌ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହୋଇଛି। ଏଭଳି ସମୟରେ କମ୍ପାନୀଗୁଡିକ ଚାପରେ ରହିବା...

ବାଙ୍କେ ବିହାରି ମନ୍ଦିରରେ ଦଳାଚକା, ୨ ଶ୍ରଦ୍ଧାଳୁ ମୃତ

ମଥୁରା,୨୦ ।୮: କୃଷ୍ଣ ନଗରୀ ମଥୁରା-ବୃନ୍ଦାବନର ବିଶ୍ୱ ପ୍ରସିଦ୍ଧ ବାଙ୍କେ ବିହାରି ମନ୍ଦିରରେ ଦଳାଚକଟା ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଜନ୍ମାଷ୍ଟମୀରେ ମଙ୍ଗଳ ଆଳତି...

ସ୍ବାମୀଙ୍କୁ ଜେଲ୍‌ ପଠାଇବା ପାଇଁ ଫିଲ୍ମ ଷ୍ଟାଇଲ୍‌ରେ ମିଛ ଆତ୍ମହତ୍ୟା କଲେ ସ୍ତ୍ରୀ; ବେଙ୍ଗାଲୁର୍‌ରୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୦।୭: ସ୍ବାମୀଙ୍କୁ ଜେଲ୍‌ ପଠାଇବା ପାଇଁ ଜଣେ ସ୍ତ୍ରୀ ଫିଲ୍ମ ଷ୍ଟାଇଲ୍‌ରେ ମିଛ ଆତ୍ମହତ୍ୟା କରିଥିଲେ। ତେବେ ପରେ ପୋଲିସ ତାଙ୍କୁ ବେଙ୍ଗାଲୁର୍‌ରୁ ଜୀବିତ ଅବସ୍ଥାରେ...

ଦିଲ୍ଲୀରେ ଏସ୍‌ଆଇ ପରିବାର କରୋନା ସଂକ୍ରମିତ: ପୋଲିସ କଲୋନୀର ୩ ବ୍ଲକ ସିଲ୍‌

ନୂଆଦିଲ୍ଲୀ,୧୬।୪: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। କରୋନା ବିରୋଧରେ ଲଢ଼େଇରେ ଜାରି ରଖିଥିବା ଯୋଦ୍ଧା ଏଥିରୁ ବର୍ତ୍ତି ପାରୁ...

ଶୋ’ରୁମ୍‌ରେ ପଶି ଗୁଳି କଲେ ଅପରାଧୀ: ସିସିଟିଭି ଫୁଟେଜ୍‌ ଭାଇରାଲ…

ଚଣ୍ଡିଗଡ଼, ୩୦।୮: ଅପରାଧୀ ଏବେ ଆଉ ଆଇନ ବ୍ୟବସ୍ଥାକୁ ଭ୍ରୁକ୍ଷେପ କରୁ ନାହାଁନ୍ତି। ହରିୟାଣାରେ ଘଟିଥିବା ଏକ ହତ୍ୟା ଘଟଣା ଏହାର ଉଦାହରଣ ପାଲଟିଛି। ସ୍ଥାନୀୟ...

ନିର୍ବାଚନ ନ ଲଢ଼ି ମୁଖ୍ୟମନ୍ତ୍ରୀ: ରାବ୍ରୀ ଦେବୀ-ମୋଦିଙ୍କ ସମକ୍ଷକ ହେବେ ଉଦ୍ଧବ

ମୁମ୍ବାଇ,୨୭।୧୧: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେ ଏହା ପୂର୍ବରୁ କୌଣସି ନିର୍ବାଚନ ଲଢ଼ି ନାହାଁନ୍ତି। ତେବେ...

ପରୀକ୍ଷା ଫି’ ଫେରାଇବାକୁ ବିଚାରକର

ନୂଆଦିଲ୍ଲୀ, ୧୫ା୭: କୋଭିଡ୍‌ ମହାମାରୀ ଯୋଗୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ଚଳିତ ବର୍ଷ ବାତିଲ...

Advertisement
Archives

Model This Week