Posted inଖେଳ

ରେକର୍ଡ ଦୃଷ୍ଟିରୁ ଧୋନୀ, କିନ୍ତୁ କୁମ୍ବଲେ ଶ୍ରେଷ୍ଠ

ନୂଆଦିଲ୍ଲୀ, ୨୩ା୪ (ପି.ଟି.)-ରେକର୍ଡ ଦୃଷ୍ଟିିରୁ ମହେନ୍ଦ୍ର ସିଂ ଧୋନୀ ମହାନ୍‌ ହୋଇଥାଇ ପାରନ୍ତି କିନ୍ତୁ ମୋ ପାଇଁ ଅନିଲ କୁମ୍ବଲେ ଶ୍ରେଷ୍ଠ ଅଧିନାୟକ ବୋଲି କହିଛନ୍ତି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର। ଭାରତ ଅଧିନାୟକ ଭାବେ ମୋର ଧୋନୀ ଏବଂ ସୌରଭ ଗାଙ୍ଗୁଲିଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି। ମାତ୍ର ଜାତୀୟ ଦଳକୁ ଦୀର୍ଘ ଦିନ ଧରି ନେତୃତ୍ୱ ଦେବାର ସାମର୍ଥ୍ୟ କୁମ୍ବଲେଙ୍କ ନିକଟରେ ରହିଥିଲା। ରେକର୍ଡ ଦୃଷ୍ଟିରୁ ଧୋନୀ ବହୁତ ଆଗରେ। ଆଇସିସିର ପ୍ରତ୍ୟେ ଟ୍ରଫି ସେ ଜିତିଛନ୍ତି। ତାଙ୍କ ଖେଳ ମଧ୍ୟ ଉଚ୍ଚ କୋଟୀର। ଚାପକୁ ହାତେଇବାରେ ସେ ଧୁରନ୍ଧର। ଗାଙ୍ଗୁଲିଙ୍କ ପ୍ରଦର୍ଶନ ମଧ୍ୟ ଖୁବ୍‌ ଭଲ ରହିଛି। କିନ୍ତୁ ଯେତେଜଣ ଅଧିନାୟକଙ୍କ ଅଧୀନରେ ଖେଳାଳି ସେମାନଙ୍କ ମଧ୍ୟରେ କୁମ୍ବଲେଙ୍କୁ ମୁଁ ଶ୍ରେଷ୍ଠ କହିବି। ତାଙ୍କ ଅଧୀନରେ ମୁଁ ୬ଟି ଟେଷ୍ଟ ମ୍ୟାଚ ଖେଳିଛି। ତାଙ୍କୁ ଯଦି ଅଧିକ ଦିନ ଧରି ଭାରତର ଅଧିନାୟକ କରାଯାଇଥାନ୍ତା ତେବେ ହୁଏତ ସେ ଅନେକ ରେକର୍ଡ ଭଙ୍ଗ କରିପାରିଥାନ୍ତେ। ଆଇପିଏଲ୍‌ର ୧୨ତମ ବାର୍ଷିକୀ ପାଳନ ଅବସରରେ ଷ୍ଟାର ସ୍ପୋଟର୍‌ସ ଦ୍ୱାରା ଆୟୋଜିତ ‘କ୍ରିକେଟ କନେକ୍ଟେଡ୍‌’ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ସେ ଏହା ପ୍ରକାଶ କରିଛନ୍ତି। ଗମ୍ଭୀର ବର୍ତ୍ତମାନ ଭାଜପାର ଜଣେ ଏମ୍‌ପି ଅଛନ୍ତି। ରାହୁଲ ଡ୍ରାଭିଡଙ୍କ ପରେ କୁମ୍ବଲେ ୨୦୦୭ରେ ଭାରତର ଅଧିନାୟକ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ନେତୃତ୍ୱରେ ଭାରତର ୧୪ଟି ଟେଷ୍ଟ ମ୍ୟାଚ ଖେଳିଥିଲା। ତନ୍ମଧ୍ୟରୁ ସେ ତିନୋଟିରେ ବିଜୟ ଲାଭ କରିଥିବାବେଳେ ୫ଟି ଡ୍ର ରଖିବାରେ ସମର୍ଥ ହୋଇଥିଲେ। ୬ଟି ମ୍ୟାଚରେ ପରାଜୟବରଣ କରିଥିଲେ। କିନ୍ତୁ ସେ ବର୍ଷେ ନ ପୁରୁଣୁ ଅର୍ଥାତ୍‌ ୨୦୦୮ ନଭେମ୍ବରରେ ଅବସର ନେଇଯାଇଥିଲେ। ପରେ ଧୋନୀ ସମସ୍ତ ତିନୋଟି ଫର୍ମାଟ ପାଇଁ ଅଧିନାୟକ ଭାବେ ନିଯୁକ୍ତି ହୋଇଥିଲେ। ଗମ୍ଭୀରଙ୍କ ହିସାବରେ ରୋହିତ ଶର୍ମା ଆଇପିଏଲ୍‌ର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ। ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ସେ ୪ଥର ଟାଇଟଲ ଜିତି ସାରିଛନ୍ତି। ଏହି ସଂଖ୍ୟା ୬ କିମ୍ବା ୭ରେ ସେ ପହଞ୍ଚାଇ ଦେଇପାରନ୍ତି ବୋଲି ମୁଁ ଭାବୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri