Posted inଖେଳ

ରେକର୍ଡ ଅପେକ୍ଷାରେ

୩ଟି ଫର୍ମାଟରେ ୧୦୦ ଲେଖାଏ ମ୍ୟାଚ୍‌ ଖେଳି ନ୍ୟୁଜିଲାଣ୍ଡ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲର ଏକ ବିରଳ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ଖେଳି ସେ ଏହି ମାଇଲଖୁଣ୍ଟ ସ୍ଥାପନ କରିବେ…

ନ୍ୟୁଜିଲାଣ୍ଡର ସଙ୍କଟମୋଚକ ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ଏବେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି। ଶୁକ୍ରବାର ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳି ସେ ଇତିହାସ ସୃଷ୍ଟି କରିବେ। ଏହି ମ୍ୟାଚ୍‌ ଖେଳି ସେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ। କେବଳ ସେତିକି ନୁହେଁ ୩୫ ବର୍ଷୀୟ ଟେଲର ବିଶ୍ୱର ପ୍ରଥମ କ୍ରିକେଟର ଭାବେ ୩ଟି ଯାକ ଫର୍ମାଟରେ ୧୦୦ଟି ଲେଖାଏ ମ୍ୟାଚ୍‌ ଖେଳି ବିରଳ ସଫଳତା ଅର୍ଜନ କରିବେ। ପୂର୍ବରୁ ଟେଲର ୯୯ଟି ଟେଷ୍ଟ ୨୩୧ଟି ଦିନିକିଆ ଓ ୧୦୦ଟି ଟି୨୦ ମ୍ୟାଚ୍‌ ଖେଳିସାରିଛନ୍ତି।
ଟେଲର ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ପ୍ରଥମ ଟେଷ୍ଟ ଖେଳିଥିଲେ। ଇତି ମଧ୍ୟରେ ୧୪ ବର୍ଷ ବିତିଯିବା ପରେ ସେ ନିଜକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୂପେ ପ୍ରମାଣିତ କରିଛନ୍ତି। ୨୦୦୫ରେ ଟି୨୦ ଓ ୨୦୦୬ରେ ସେ ଦିନିକିଆରେ ପଦାର୍ପଣ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ସିରିଜ ଖେଳିବା ପରେ ତାଙ୍କୁ ବାଂଲାଦେଶ ବିପକ୍ଷରେ ଦଳରେ ସ୍ଥାନ ମିଳି ନ ଥିଲା। କିନ୍ତୁ ଏହାପରେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ଖେଳିବାକୁ ତାଙ୍କୁ ସୁଯୋଗ ମିଳିଥିଲା ଓ ଏଥିରେ ସେ ଶତକ ହାସଲ କରିଥିଲେ। ଏହାପରେ ଅବଶ୍ୟ ସେ ପଛକୁ ଫେରି ଚାହିଁ ନ ଥିଲେ।
ଟେଲର ୯୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୬.୨୮ ରନ ହାରରେ ୭୧୭୪ ରନ ସଂଗ୍ରହ କରିଛନ୍ତି। ଏଥିରେ ୧୯ଟି ଶତକ ଓ ୩୩ଟି ଅର୍ଦ୍ଧଶତକ ସାମିଲ ରହିଛି। ସେହିପରି ସେ ୨୩୧ଟି ଦିନିକିଆ ଖେଳି ୪୮. ୬୯ ରନ ହାରରେ ସେ ୮, ୫୭୦ ରନ ସଂଗ୍ରହ କରିଛନ୍ତି। ଦିନିକିଆରେ ସେ ୨୧ଟି ଶତକ ଓ ୫୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ଟି୨୦ ଫର୍ମାଟରେ ସେ ୧୦୦ଟି ମ୍ୟାଚ୍‌ ଖେଳି ୨୬.୫୧ ରନ ହାରରେ ୧,୯୦୯ ରନ ସଂଗ୍ରହ କରିଛନ୍ତି। ଏଥିରେ ୭ଟି ଅର୍ଦ୍ଧଶତକ ସାମିଲ ରହିଛି।
ଏ ନେଇ ଟେଲର ଖୁସି ଜାହିର କରିଛନ୍ତି। ଆହୁରି କିଛି ବର୍ଷ କ୍ରିକେଟ ଖେଳିବା ଜାରି ରଖିବି। ୨୦୧୯ ବିଶ୍ୱକପ୍‌ ପରେ ଟେଲର ଅବସର ନେବା କଥା ଚିନ୍ତା କରିଥିଲେ। ତେବେ ପରେ ତାଙ୍କ ମନ ପରିବର୍ତ୍ତନ ହୋଇଥିଲା। ଅତିକମ୍‌ରେ ୨୦୨୩ ବିଶ୍ୱକପ ଖେଳିବାକୁ ସେ ଇଚ୍ଛା ଜାହିର କରିଛନ୍ତି। ଏବେ ମଧ୍ୟ ରନ ସଂଗ୍ରହ କରିବାକୁ ବ୍ୟଗ୍ର ଅଛି। କ୍ରିକେଟ ଖେଳିବାକୁ ଭଲ ପାଏ। କ୍ରିକେଟ ହେଉଛି ମୋର ପ୍ରଥମ ପ୍ରେମ। ଏହା ମୋ ପାଇଁ ଏକ ଚାକିରି ନୁହେଁ। ଟେଷ୍ଟ ଓ ଦିନିକିଆ ଫର୍ମାଟରେ ସେ ନ୍ୟୁଜିଲାଣ୍ଡର ସର୍ବାଧିକ ରନ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି।
ବର୍ଷର କ୍ୟାରିୟରରେ ଟେଲର ଏକାଧିକ ବିଫଳତା ତଥା ଚ୍ୟାଲେଞ୍ଜର ଶିକାର ହୋଇଛନ୍ତି। ୨୦୧୨ରେ ନେତୃତ୍ୱରୁ ତାଙ୍କୁ ହଟାଯାଇଥିଲା। କେବଳ ସେତିକି ନୁହଁ ଗତ କ୍ରମାଗତ ଦୁଇଟି ବିଶ୍ୱକପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡ ପରାସ୍ତ ହୋଇ ଟାଇଟଲରୁ ବଞ୍ଚିତ ହେବା ମଧ୍ୟ ତାଙ୍କୁ କଷ୍ଟ ଦେଇଥିଲା। ତେବେ ଏଭଳି ବିଫଳତା ତାଙ୍କୁ ଆହୁରି ଦୃଢ଼ କରିଛି ବୋଲି ଟେଲର କୁହନ୍ତି। ସଫଳତା ସବୁ ବେଳେ ମିଳେନାହିଁ।ଏହା ସ୍ବୀକାର କରିବାକୁ ହେବ। ତେବେ ବିଫଳତାରୁ ଶିକ୍ଷା କରିବାକୁ ହୁଏ ଓ ଜଣେ ଉଚ୍ଚକୋଟୀର ଖେଳାଳି ହେବା ପାଇଁ ପ୍ରେରଣା ମିଳିଥାଏ ବୋଲି ସେ କୁହନ୍ତି। ଜଣେ କ୍ୱାଲିଟି ବ୍ୟାଟ୍ସମ୍ୟାନ ଭାବେ ସାରା ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଟେଲର ଯଦି ଫର୍ମ ଓ ଫିଟ୍‌ନେସ ବଜାୟ ରଖନ୍ତି ତା’ହେଲେ ସେ ଆହୁରି କିଛି ବର୍ଷ କ୍ରିକେଟରେ ସକ୍ରିୟ ରହିପାରିବେ ବୋଲି କୁହାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri