ରୁଗ୍‌ଣ ହେଉଛି ତାଳଚେର ଆର୍‌ଏମ୍‌ସି: ଆୟର ୭୦ ପ୍ରତିଶତ ଯାଉଛି ଦରମାରେ

ତାଳଚେର,୩ା୧(ନି.ପ୍ର.) – ତାଳଚେର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ସ୍ଥାପନ ହେବାର ପ୍ରାୟ ୨୭ ବର୍ଷ ହେଲାଣି। ଏହାର ବାର୍ଷିକ ଆୟ ୨୭ ଲକ୍ଷ। କିନ୍ତୁ ସମ୍ପାଦକ ଓ କର୍ମଚାରୀଙ୍କ ଦରମା ବାବଦରେ ବାର୍ଷିକ ୧୯ ଲକ୍ଷ ଟଙ୍କା ବ୍ୟୟ ହେଉଛି। ଏହାବ୍ୟତୀତ ଭିତ୍ତିଭୂମିର ବିକାଶ ଅଭାବରୁ ଏହା ଏକ ରୁଗଣ ଆର୍‌ଏମ୍‌ସି ଭାବେ ପରିଗଣିତ ହେଲାଣି। ତେଣୁ ଏଠିକାର କର୍ମଚାରୀମାନେ ନିଜର ହକ୍‌ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାର ନିଜ କର୍ମଚାରୀଙ୍କୁ ୧୫୨ ପ୍ରତିଶତ ମହଙ୍ଗା ଭତ୍ତା ଦେଉଥିବା ବେଳେ ଏହି ଆର୍‌ଏମ୍‌ସି କର୍ମଚାରୀ ମାତ୍ର ୧୬ ପ୍ରତିଶତ ପାଉଥିବା ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ୧୯୯୩ ନଭେମ୍ବର ୧ରେ ତାଳଚେର ଆର୍‌ଏମ୍‌ସି ସ୍ଥାପନ ହୋଇଥିଲା। ଏଠାରେ ଜଣେ ଡେପୁଟେଶନ ସମ୍ପାଦକଙ୍କ ସହ ୪ଜଣ ସ୍ଥାୟୀ କର୍ମଚାରୀ ଓ ୯ଜଣ ଅସ୍ଥାୟୀ କର୍ମଚାରୀ ଅଛନ୍ତି। ଏହା ଅଧୀନରେ ରହିଛି ତାଳଚେର ସାପ୍ତାହିକ ଓ ଥର୍ମାଲ ହାଟ। ଏହା ଆର୍‌ଏମ୍‌ସିର ନିଜସ୍ବ ହାଟ ହୋଇ ନ ଥିବାରୁ ଏଠାରୁ ଆଦାୟ ହେଉଥିବା ମାହାସୁଲର ୭୦ ପ୍ରତିଶତ ପୌରପରିଷଦ ଓ ନିକଟସ୍ଥ ପଞ୍ଚାୟତକୁ ଯାଇଥାଏ। ତେବେ ସମ୍ପାଦକଙ୍କ ଦରମା ଓ ଅନ୍ୟାନ୍ୟ ଭତ୍ତା ବାବଦରେ ମାସକୁ ପ୍ରାୟ ୧ ଲକ୍ଷ ଟଙ୍କା ବ୍ୟୟ ହେଉଥିବା ବେଳେ କର୍ମଚାରୀଙ୍କ ଦରମା ମାସକୁ ୯୯ ହଜାର ଯାଇଥାଏ। ଆୟର ସିଂହଭାଗ ସମ୍ପାଦକଙ୍କ ଦରମା ବାବଦରେ ଖର୍ଚ୍ଚ ହେଉଥିବାରୁ ଏଠାକାର କର୍ମଚାରୀମାନେ ସରକାରଙ୍କ ଧାର୍ଯ୍ୟ ମଜୁରି, ବର୍ଦ୍ଧିତ ଦରମା, ମହଙ୍ଗା ଭତ୍ତା ପାଇପାରୁ ନାହାନ୍ତି। ଅନ୍ୟ ସଂସ୍ଥାରୁ ଡେପୁଟେଶନରେ ସମ୍ପାଦକ ଅଣା ନ ଯାଇ ନିକଟସ୍ଥ ଅଫିସରୁ ଜଣେ କର୍ମଚାରୀଙ୍କୁ ଭାରପ୍ରାପ୍ତ ସମ୍ପାଦକ ଭାବେ ନିଯୁକ୍ତି ଦେବାକୁ ବାରମ୍ବାର ବଜାର କମିଟି ଦାବି କରି ଆସୁଛି। ଏ ସମ୍ପର୍କରେ ଅନେକବାର ମଧ୍ୟ ବଜାର କମିଟି ପ୍ରସ୍ତାବ କରି ଉପରସ୍ତରକୁ ଜଣାଇଛି। କିନ୍ତୁ ତାହା ନାଲି ଫିତା ତଳେ ଚାପି ହୋଇଯାଉଛି। ବିଭାଗ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଆର୍‌ଏମ୍‌ସିର ବହୁ ଅର୍ଥ ସମ୍ପାଦକଙ୍କ ଦରମା ବାବଦରେ ଅଯଥାରେ ଖର୍ଚ୍ଚ ହେଉଛି। ଏଣେ ଯେଉଁ କର୍ମଚାରୀମାନେ କାମ କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିପାରୁ ନାହିଁ। ଫଳରେ ସେମାନେ ଘୋର ଆର୍ଥିକ ଅନଟନ ମଧ୍ୟରେ ଗତି କରୁଛନ୍ତି। ୨୦୧୫-୧୬ ଆର୍ଥିକ ବର୍ଷ ଠାରୁ ଜଣେ ବରିଷ୍ଠ କିରାଣି ଓ ଜଣେ ପିଅନ ପଦୋନ୍ନତି ପାଇବାକୁ ଯୋଗ୍ୟ ହୋଇ ସାରିଛନ୍ତି। ବଜାର କମିଟି ଅନେକବାର ସୁପାରିସ କରିଥିଲେ ମଧ୍ୟ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ଏହାକୁ ମଞ୍ଜୁରୀ ଦେଉନାହିଁ।
ଏ ସମ୍ପର୍କରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ପ୍ରଦୀପ ଦାସ କହିଛନ୍ତି, ଭାରପ୍ରାପ୍ତ ସମ୍ପାଦକ ନିଯୁକ୍ତି ନିମନ୍ତେ ବଜାର କମିଟି ସୁପାରିସ କରିଛି ଓ ଏହାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି। ତେବେ ତାହାକୁ କାର୍ଯ୍ୟକାରୀ କରା ନ ଯିବାର କାରଣ ଜଣାପଡ଼ୁନି। ଏହାର ଭିତ୍ତିଭୂମି ବିକାଶ ନିମନ୍ତେ ଆଜି ପର୍ଯ୍ୟନ୍ତ ସେମିତି କୌଣସି ଠୋସ ପଦକ୍ଷେପ ବିଭାଗ ପକ୍ଷରୁ ନିଆଯାଇ ନାହିଁ। ଯାହାଦ୍ୱାରା ଆର୍ଥିକ ସମ୍ବଳ ବୃଦ୍ଧି ହୋଇପାରୁ ନ ଥିବା ସମ୍ପାଦକ ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri