ରିଲିଜ୍‌ ହେଲା ‘ପାଗଲପଂତି’ର ନୂଆ ଟିଜର୍‌: ଦର୍ଶକେ ହସି ହସି ବେଦମ

ମୁମ୍ବାଇ: ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହେବାକୁ ଯାଉଛି କମେଡି ଫିଲ୍ମ ‘ପାଗଲପଂତି’। ନଭେମ୍ବର ୨୨ରେ ଏହା ଫ୍ଲୋରକୁ ଆସିବାକୁ ଥିବା ବେଳେ ଏହା ପୂର୍ବରୁ ଏହାର କିଛି ଟିଜର୍‌ ରିଲିଜ୍‌ ହୋଇଥିଲା। ଏବେ କିନ୍ତୁ ଯେଉଁ ନୂଆ ଟିଜର୍‌ଟି ଆସିଛି ତାକୁ ଦେଖି ଦର୍ଶକେ ହସି ହସି ବେଦମ୍‌ ହେଲେଣି। ଇଲିୟାନା ଡିକ୍ରୁଜ ନିଜ ଟୁଇଟର ଆକାଉଣ୍ଟରେ ଏହି ନୂଆ ଟିଜର୍‌ଟିକୁ ଶେୟାର କରିଛନ୍ତି। ଏହାସହ ସେ କ୍ୟାପଶନରେ ଲେଖିଛନ୍ତି ଏହାର ମୁହଁକୁ ଦେଖି ବିଶ୍ୱାସ କରନ୍ତୁ ନାହିଁ, ଏହା ଯେତିକି ସିଧାସାଧା ଦେଖାଯାଉଛି ସେତିକି ନୁହେଁ, ଚାରି ଦିନ ଭିତରେ ଏହା ଆପଣଙ୍କୁ ପାଗଳ କରିବାକୁ ଆସୁଛି। ତେବେ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ନୂଆ ଟିଜର୍‌କୁ ଦେଖି ଦର୍ଶକେ ହସି ହସି ବେଦମ୍‌ ହେଲେଣି। ଏହି ନୂଆ ଟିଜରରେ ଜନ୍‌ ଆବ୍ରାହମ, ଉର୍ବଶୀ ରୌତେଲା, ଅରଶଦ ଓ୍ବାରସି, ପୁଲକିତ ସମ୍ରାଟ ନଜର ଆସିଛନ୍ତି। ଏବେ ଏହି ଫିଲ୍ମର ସମସ୍ତ କଳାକାର ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ଏହି ଫିଲ୍ମର କଳାକାରମାନେ ସଲମାନ ଖାଁ ହୋଷ୍ଟ କରୁଥିବା ଶୋ’ ‘ବିଗ୍‌ ବସ୍‌’ରେ ପ୍ରମୋଶନ ପାଇଁ ଯାଇଥିବା ବେଳେ ‘ଦ କପିଲ ଶର୍ମା ଶୋ’ରେ ବି ଏମାନଙ୍କୁ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଗଣେଶ ପୂଜାରେ ୫ ରାଶିଙ୍କ ଫିଟିବ ଭାଗ୍ୟ; ଅଚାନକ ମିଳିବ ଧନ, କଟିଯିବ ସବୁ ବିପଦ…

ଗଣେଶ ଚତୁର୍ଥୀ ଅବସରରେ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ମାତା ପାର୍ୱତୀଙ୍କ ପୂଜା ପାଇଁ ହରତାଳିକା ତୀଜ ବ୍ରତ ରହିଛି। ଶିବଙ୍କ ପୂଜା ପାଇଁ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ବଡ଼ ରାଜଯୋଗ: ୨୬ ସେପ୍ଟେମ୍ବର ଯାଏ ୩ ରାଶିଙ୍କର ବଲ୍ଲେ-ବଲ୍ଲେ, ଅଚାନକ ଚାକିରି-ବ୍ୟବସାୟରେ…

ବୁଧ ଗ୍ରହ କନ୍ୟା ରାଶିରେ ଗୋଚର କରିସାରିଛନ୍ତି। କନ୍ୟା ରାଶିର ସ୍ବାମୀ ହେଉଛନ୍ତି ସ୍ବୟଂ ବୁଧ ଦେବ। ଏଭଳି ସ୍ଥିତିରେ ବୁଧ ନିଜ ରାଶିରେ ପ୍ରବେଶ କରିବା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri