ରିଲାଏନ୍ସ ରିଟେଲର ୨୬% ଅଂଶଧନ କିଣିପାରେ ଆମାଜନ

ନୂଆଦିଲ୍ଲୀ,୨-୮: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଜେଫ୍‌ ବେଜୋସ୍‌ଙ୍କ ଇ-କମର୍ସ କମ୍ପାନୀ ଆମାଜନ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ଦେଶର ସର୍ବବୃହତ ରିଟେଲ କମ୍ପାନୀ ରିଲାଏନ୍ସ ରିିଟେଲର ୨୬% ଅଂଶଧନ କିଣିପାରେ। ତେବେ ଦୁଇ କମ୍ପାନୀ ମଧ୍ୟରେ ଆଲୋଚନା ଚାଲିଥିବାରୁ ନିଷ୍ପତ୍ତି ସମ୍ପର୍କରେ ଏବେ କିଛି ସ୍ପଷ୍ଟ ହୋଇନାହିଁ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରିଲାଏନ୍ସ ରିଟେଲ ନିଜର ଅଂଶଧନ ବିକ୍ରି କରିବା ନେଇ ଏଥିପୂର୍ବରୁ ଚାଇନାର ଇ-କମର୍ସ କମ୍ପାନୀ ଆଲିବାବା ଗ୍ରୁପ୍‌ ସହ ଆଲୋଚନା ଚଳାଇଥିଲା। ତେବେ ମୂଲ୍ୟାଙ୍କନକୁ ନେଇ ସହମତି ପ୍ରକାଶ ନ ପାଇବାରୁ ଚୁକ୍ତି ହୋଇପାରି ନାହିଁ। ଅଧିକାରୀଙ୍କ କହିବାନୁଯାୟୀ, ଆମାଜନ ଭାରତର ସମସ୍ତ ବଡ଼ ବ୍ରିକ୍‌ ଆଣ୍ଡ ମୋର୍ଟାର ଚେନ୍‌ରେ ଦୀର୍ଘ ସମୟାବଧି ଲାଗି ଅଂଶଧନ କିଣିବାକୁ ଆଗ୍ରହୀ। କାରଣ ଭାରତରେ ଏବେ ସୁଦ୍ଧା ଦୋକାନରେ ସପିଂ କରିବାର ପରମ୍ପରା ବଜାୟ ରହିଛି। ରିଲାଏନ୍ସର ଅଂଶଧନ ଜରିଆରେ ଆମାଜନ ଭାରତୀୟ ଗ୍ରାହକଙ୍କ ନିକଟରେ ବିଭିନ୍ନ ଚ୍ୟାନେଲ ଜରିଆରେ ନିଜକୁ ପହଞ୍ଚାଇପାରିବ। ଅନ୍ୟପକ୍ଷରେ ମିଡିଆ ରିପୋର୍ଟ ଅନୁଯାୟୀ ରିଲାଏନ୍ସ ରିଟେଲ ଅଂଶଧନ ବିକ୍ରି ନେଇ ଫ୍ୟୁଚର ଗ୍ରୁପ୍‌ ସହ ମଧ୍ୟ ଆଲୋଚନା ଚଳାଇଛି। କିନ୍ତୁ ଆଲୋଚନାର ଗତି ଅତ୍ୟନ୍ତ ଧିମା ଜଣାପଡୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଫେବୃୟାରୀରେ ଲାଗୁ ହୋଇଥିବା ଏଫ୍‌ଡିଆଇ ନିୟମ ଅନୁଯାୟୀ ଏହି ଡିଲ୍‌ ହେଉ ବୋଲି ଆମାଜନ ଚାହୁଁଛି। ଅଂଶଧନ ବିକ୍ରି ମାଧ୍ୟମରେ ରିଲାଏନ୍ସ ରିଟେଲ ଆମାଜନର ଭାରତୀୟ ଇ-କମର୍ସ ପ୍ଲାଟଫର୍ମରେ ନିଜର ସାମଗ୍ରୀ ବିକ୍ରି କରିବାର ସୁବିଧା ହାସଲ କରିପାରିବ। କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ ଫୋନ ମାର୍କେଟରେ ରିଲାଏନ୍ସ ରିଟେଲ ଅଗ୍ରଣୀ ରହିଥିବାରୁ ଏହି କମ୍ପାନୀର ଅଂଶଧନ କିଣିବା ଲାଗି ଆମାଜନ ଆଗ୍ରହ ଦେଖାଇଛି ବୋଲି ଉକ୍ତ ଅଧିକାରୀ ପ୍ରକାଶ କରିଛନ୍ତି। ସୂଚନାଥାଉ କି, ଜୁନ ତ୍ରୈମାସ ସୁଦ୍ଧା ରିଲାଏନ୍ସ ରିଟେଲ ଉପରେ ୨.୮୮ ଲକ୍ଷ କୋଟି ଟଙ୍କାର ବକେୟା ଋଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri