ରିଲାଏନ୍ସ ରିଟେଲର ୨୬% ଅଂଶଧନ କିଣିପାରେ ଆମାଜନ

ନୂଆଦିଲ୍ଲୀ,୨-୮: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଜେଫ୍‌ ବେଜୋସ୍‌ଙ୍କ ଇ-କମର୍ସ କମ୍ପାନୀ ଆମାଜନ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ଦେଶର ସର୍ବବୃହତ ରିଟେଲ କମ୍ପାନୀ ରିଲାଏନ୍ସ ରିିଟେଲର ୨୬% ଅଂଶଧନ କିଣିପାରେ। ତେବେ ଦୁଇ କମ୍ପାନୀ ମଧ୍ୟରେ ଆଲୋଚନା ଚାଲିଥିବାରୁ ନିଷ୍ପତ୍ତି ସମ୍ପର୍କରେ ଏବେ କିଛି ସ୍ପଷ୍ଟ ହୋଇନାହିଁ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରିଲାଏନ୍ସ ରିଟେଲ ନିଜର ଅଂଶଧନ ବିକ୍ରି କରିବା ନେଇ ଏଥିପୂର୍ବରୁ ଚାଇନାର ଇ-କମର୍ସ କମ୍ପାନୀ ଆଲିବାବା ଗ୍ରୁପ୍‌ ସହ ଆଲୋଚନା ଚଳାଇଥିଲା। ତେବେ ମୂଲ୍ୟାଙ୍କନକୁ ନେଇ ସହମତି ପ୍ରକାଶ ନ ପାଇବାରୁ ଚୁକ୍ତି ହୋଇପାରି ନାହିଁ। ଅଧିକାରୀଙ୍କ କହିବାନୁଯାୟୀ, ଆମାଜନ ଭାରତର ସମସ୍ତ ବଡ଼ ବ୍ରିକ୍‌ ଆଣ୍ଡ ମୋର୍ଟାର ଚେନ୍‌ରେ ଦୀର୍ଘ ସମୟାବଧି ଲାଗି ଅଂଶଧନ କିଣିବାକୁ ଆଗ୍ରହୀ। କାରଣ ଭାରତରେ ଏବେ ସୁଦ୍ଧା ଦୋକାନରେ ସପିଂ କରିବାର ପରମ୍ପରା ବଜାୟ ରହିଛି। ରିଲାଏନ୍ସର ଅଂଶଧନ ଜରିଆରେ ଆମାଜନ ଭାରତୀୟ ଗ୍ରାହକଙ୍କ ନିକଟରେ ବିଭିନ୍ନ ଚ୍ୟାନେଲ ଜରିଆରେ ନିଜକୁ ପହଞ୍ଚାଇପାରିବ। ଅନ୍ୟପକ୍ଷରେ ମିଡିଆ ରିପୋର୍ଟ ଅନୁଯାୟୀ ରିଲାଏନ୍ସ ରିଟେଲ ଅଂଶଧନ ବିକ୍ରି ନେଇ ଫ୍ୟୁଚର ଗ୍ରୁପ୍‌ ସହ ମଧ୍ୟ ଆଲୋଚନା ଚଳାଇଛି। କିନ୍ତୁ ଆଲୋଚନାର ଗତି ଅତ୍ୟନ୍ତ ଧିମା ଜଣାପଡୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଫେବୃୟାରୀରେ ଲାଗୁ ହୋଇଥିବା ଏଫ୍‌ଡିଆଇ ନିୟମ ଅନୁଯାୟୀ ଏହି ଡିଲ୍‌ ହେଉ ବୋଲି ଆମାଜନ ଚାହୁଁଛି। ଅଂଶଧନ ବିକ୍ରି ମାଧ୍ୟମରେ ରିଲାଏନ୍ସ ରିଟେଲ ଆମାଜନର ଭାରତୀୟ ଇ-କମର୍ସ ପ୍ଲାଟଫର୍ମରେ ନିଜର ସାମଗ୍ରୀ ବିକ୍ରି କରିବାର ସୁବିଧା ହାସଲ କରିପାରିବ। କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ ଫୋନ ମାର୍କେଟରେ ରିଲାଏନ୍ସ ରିଟେଲ ଅଗ୍ରଣୀ ରହିଥିବାରୁ ଏହି କମ୍ପାନୀର ଅଂଶଧନ କିଣିବା ଲାଗି ଆମାଜନ ଆଗ୍ରହ ଦେଖାଇଛି ବୋଲି ଉକ୍ତ ଅଧିକାରୀ ପ୍ରକାଶ କରିଛନ୍ତି। ସୂଚନାଥାଉ କି, ଜୁନ ତ୍ରୈମାସ ସୁଦ୍ଧା ରିଲାଏନ୍ସ ରିଟେଲ ଉପରେ ୨.୮୮ ଲକ୍ଷ କୋଟି ଟଙ୍କାର ବକେୟା ଋଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri