ରିଭ୍ୟୁ ପିଟିଶନ ଦାଏର କରିପାରେ ଏଆଇଏମ୍‌ପିଏଲ୍‌ବି

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ଅଯୋଧ୍ୟା ରାୟକୁ ନେଇ ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଅସନ୍ତୋଷ ବ୍ୟକ୍ତ କରିଛି। ଏହା ଉପରେ ରିଭ୍ୟୁ ପିଟିଶନ ଦାଏର ଲାଗି ଏହା ବିଚାର କରିବ ବୋଲି କହିଛି। ତେବେ ଉକ୍ତ ସଂଗଠନର କେତେଜଣ ନେତା ଓ କେତେକ ମୁସଲମାନ ସଂଗଠନ ମାମଲାକୁ ଅଧିକ ନ ବଢ଼ାଇବା ଲାଗି ମତ ଦେଇଛନ୍ତି। ଅଧିକାଂଶ ମୁସଲମାନ ସଂଗଠନ ଓ ମୌଲବୀମାନେ ଜନସାଧାରଣଙ୍କୁ ଶାନ୍ତ ରହିବା ଲାଗି ଆହ୍ବାନ ଦେଇଛନ୍ତି। ଏକ ଖବରଦାତା ସମ୍ମିଳନୀରେ ଏଆଇଏମ୍‌ପିଏଲ୍‌ବିର ସମ୍ପାଦକ ଜଫରୟାବ ଜିଲାନି କହିଛନ୍ତି, ସୁପ୍ରିମକୋର୍ଟଙ୍କ କେତେକ ଉକ୍ତିରେ ଆମେ ସନ୍ତୁଷ୍ଟ ନୋହୁଁ। ଆମେ ସର୍ବୋଚ୍ଚ ଅଦାଲତଙ୍କୁ ସମ୍ମାନ କରିବା ସହ ଏହାର କେତେକ ଆଭିମୁଖ୍ୟରେ ସହମତ ନ ଥିବା ଜଣାଉଛୁ। ରାୟକୁ ପଢ଼ିବା ପରେ ଏହାର ସମୀକ୍ଷା ପାଇଁ ଆବେଦନ କରିବା ନେଇ ବିଚାର କରିବୁ ବୋଲି ସେ କହିଛନ୍ତି। ତେବେ ଜମାଏତ ଉଲେମା-ଇ-ହିନ୍ଦ୍‌ ରିଭ୍ୟୁ ପିଟିଶନକୁ ବିରୋଧ କରିଛି। ମାମଲାର ଅନ୍ୟତମ ପକ୍ଷ ଉତ୍ତରପ୍ରଦେଶର ସୁନ୍ନୀ ଓ୍ବାକଫ୍‌ ବୋର୍ଡ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ ଜଣାଇଛି। ରାୟକୁ ଚ୍ୟାଲେଞ୍ଜ କରିବା ଯୋଜନା ନାହିଁ ବୋଲି ବୋର୍ଡର ଅଧ୍ୟକ୍ଷ ଜଫର ଅହମଦ ଫାରୁକି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟା ଶୁଣାଣି ପୂର୍ବରୁ ଉତ୍ତରପ୍ରଦେଶ ଡିଜିପି ଓ ମୁଖ୍ୟ ସଚିବଙ୍କୁ ଭେଟିବେ ସିଜେଆଇ

ନୂଆଦିଲ୍ଲୀ,୮।୧୧: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଶୁକ୍ରବାର...

ଅନୁଚ୍ଛେଦ ୧୪୨ କ’ଣ

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନୁଯାୟୀ କେତେକ ରାୟ ଶୁଣାଇବା ସହ ୨.୭୭ ଏକର ବିବାଦୀୟ ଜମି ହସ୍ତାନ୍ତର ଲାଗି...

ରାୟ ପୂର୍ବରୁ ଆକ୍ରମଣ ଆଶଙ୍କା:ଅଯୋଧ୍ୟାରେ ପୋଲିସ ଛାଉଣୀ

ଅଯୋଧ୍ୟା/ନୂଆଦିଲ୍ଲୀ,୮-୧୧(ପି.ଟି./ଆଇଏଏନ୍‌ଏସ୍‌):ଅଯୋଧ୍ୟା ମାମଲାର ବହୁ ପ୍ରତୀକ୍ଷିତ ରାୟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବାକୁ ଥିବାବେଳେ ରାମଙ୍କ ଜନ୍ମଭୂମିରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଗୋଇନ୍ଦା...

ଅଯୋଧ୍ୟାରେ ସୋସିଆଲ୍‌ ମିଡ଼ିଆ ଉପରେ କଟକଣା: ଡିସେମ୍ବର ୨୮ ପର୍ଯ୍ୟନ୍ତ ବଳବତ୍ତର

ନୂଆଦିଲ୍ଲୀ,୪।୧୧: ସୁରକ୍ଷା ଦୃଷ୍ଟିରୁ ଅଯୋଧ୍ୟାରେ ଆସନ୍ତା ଡିସେମ୍ବର ୨୮ ପର୍ଯ୍ୟନ୍ତ ସୋସିଆଲ୍‌ ମିଡ଼ିଆ ଉପରେ କଟକଣା ଜାରି କରାଯାଇଛି। କୌଣସି ପ୍ରକାର ବିଭ୍ରାନ୍ତିକର, ଆପତ୍ତିଜନକ ଏବଂ...

ଅଯୋଧ୍ୟା ରାୟ ପୂର୍ବରୁ ଭାଗଓ୍ବତଙ୍କୁ ଭେଟିବେ ମଦନି: ୨ ଦିନ ପରେ ହୋଇପାରେ ମିଳିତ ଖବରଦାତା ସମ୍ମିଳନୀ !

ନୂଆଦିଲ୍ଲୀ,୬।୧୧: ଅଯୋଧ୍ୟା ରାୟ ପୂର୍ବରୁ ଉତ୍ତର ପ୍ରଦେଶର ସମସ୍ତ ଜିଲାରେ ୧୪୪ ଜାରି କରାଯାଇଛି। ରାୟକୁ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ଏପରିସ୍ଥଳେ...

ଅଯୋଧ୍ୟା ରାୟ ଆସିବା ପୂର୍ବରୁ ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଅଯୋଧ୍ୟା,୮।୧୧: ଆସନ୍ତା ସପ୍ତାହରେ ରାମଜନ୍ମଭୂମି-ବାବ୍ରି ମସଜିଦ ରାୟ ଆସିବ। ଏହା ପୂର୍ବରୁ ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା...

ଅଯୋଧ୍ୟା ଯିବେ ଶିବସେନା ମୁଖ୍ୟ

ମୁମ୍ବାଇ,୯।୧୧: ଗୋଟିଏ ପଟେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚାରେ ଅଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଅନ୍ୟପଟେ ଶନିବାର ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦକୁ ନେଇ...

୪୦ ଦିନିଆ ଶୁଣାଣି ସୁପ୍ରିମକୋର୍ଟ ଇତିହାସରେ ଦ୍ୱିତୀୟ ଦୀର୍ଘତମ

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ଦୀର୍ଘ ଦଶନ୍ଧିର ମନ୍ଦିର-ମସ୍‌ଜିଦ ଜମି ବିବାଦ ମାମଲା ଉଭୟ ରାଜନୈତିକ ଓ ଧର୍ମୀୟ ଦୃଷ୍ଟିରୁ ସମ୍ବେଦନଶୀଳ ହୋଇଥିଲାବେଳେ ସୁପ୍ରିମକୋର୍ଟରେ କ୍ରମାଗତ ୪୦ ଦିନ ଧରି...

Advertisement
Archives

Model This Week