ରିଙ୍କିଲ୍ସ ପାଇଁ ଚିନ୍ତିତ କି, ତାହେଲେ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍‌ ବୟସରେ ମଧ୍ୟ ମୁହଁରେ ରିଙ୍କିଲ୍ସ ଆସିଯାଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା ଇତ୍ୟାଦି। ବିଶେଷ କରି ମହିଳାମାନେ ଏହାକୁ ନେଇ ବହୁ ଚିନ୍ତିତ ହୋଇଥାନ୍ତି। ୩୦ ବର୍ଷ ବୟସ ପରେ ଚର୍ମ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ପଡ଼ିଥାଏ। ସାଧାରଣତଃ ରିଙ୍କିଲ୍ସ ୨ ପ୍ରକାରର। ପ୍ରଥମ ବୟସ ବୃଦ୍ଧି ହେବା ଓ ଦ୍ୱିତୀୟଟି ଆଖପାଖର ବାତାବରଣ। ଯେପରିକି ଖରା, ପ୍ରଦୂଷଣ, ଲାଇଫଷ୍ଟାଇଲ ଇତ୍ୟାଦି। ତେବେ ଏଥିରୁ ବର୍ତ୍ତିବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ।
*ଗୋଲାପ ଜଳ: ୨ଚାମଚ ଗୋଲାପ ଜଳ, ଅଧା ଚାମଚ ଲେମ୍ବୁ ରସ ଓ ଗ୍ଲିସେରିନ୍‌ର କିଛି ବୁନ୍ଦା ପକାଇ ଏହାର ମିଶ୍ରଣ ତିଆରି କରନ୍ତୁ। ଏହାକୁ ତୁଳାରେ ନେଇ ମୁହଁରେ ଲଗାନ୍ତୁ। ପ୍ରତିଦିନ ଶୋଇବା ଆଗରୁ ମୁହଁରେ ଏହି ମିଶ୍ରଣକୁ ଲଗାଇ ଛାଡ଼ି ଦିଅନ୍ତୁ। ସକାଳୁ ଉଠି ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। କିଛି ଦିନ କରିବା ପରେ ଏହାର ପରିଣାମ ଆପଣ ନିଜେ ଜାଣିପାରିବେ।
* ଅଣ୍ଡା: ଗୋଟିଏ ଅଣ୍ଡାରୁ କେଶର କାଢ଼ି ତାକୁ ଚର୍ମରେ ଲଗାଇ କିଛି ସମୟ ରଖନ୍ତୁ। ଏହାପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଚର୍ମ ଟାଇଟ ହେବା ସହ ଭାଙ୍ଗ ମଧ୍ୟ ଲିଭିଯାଇଥାଏ।
*ମୁଲତାନୀ ମାଟି: ମହୁ ଓ ଗ୍ଲିସେରିନ ସହ ମୁଲତାନୀ ମାଟିକୁ ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ। ଏହାଦ୍ବାରା ତ୍ୱଚା ସୁସ୍ଥ ରହିବା ସହ ଉଜ୍ବଳତା ମଧ୍ୟ ବଜାୟ ରହିବ।
*କ୍ଷୀର: ଗୋଟିଏ ପାତ୍ରରେ କିଛି କ୍ଷୀର ଆଣି ଏଥିରେ ମୁଲତାନୀ ମାଟି ମିଶାଇ ମୁହଁରେ ଲଗାନ୍ତୁ। ଏହା ପ୍ରାକୃତିକ ପ୍ରଣାଳୀରେ ଚର୍ମକୁ ଟାଇଟ କରିଥାଏ।
*ବସା ଦହି: ବସା ଦହିକୁ ମଧ୍ୟ ଲୋଚାକୋଚା ହୋଇ ଯାଇଥିବା ଚର୍ମରେ ବ୍ୟବହାର କରିପାରିବେ। ବସା ଦହି ଚର୍ମକୁ ପୁନଃ ସୁଗଠିତ ଓ ସୁନ୍ଦର କରିବା ସହ ଚର୍ମକୁ କୋମଳ ଓ ଚମକପ୍ରଦ କରିଥାଏ।
*ମହୁ: ଏକ ଚାମଚ ମହୁ ସହ ଗ୍ଲିସେରିନ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ୨-୩ ମିନିଟ ମାଲିସ କରି ଶୁଖିବା ଯାଏଁ ଏହାକୁ ଛାଡ଼ି ଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁକୁ ସଫା କରି ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ। ଦେଖିବେ କିଛି ଦିନ ପରେ ରିଙ୍କିଲ୍ସ ଦୂର ହୋଇଯାଇଥିବଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri