Posted inଖେଳ

ରିଅଲ ମାଡ୍ରିଡ୍‌ର ଟ୍ରେନିଂ ଆରମ୍ଭ

ମାଡ୍ରିଡ୍‌, ୧୨ା୫ (ଏପି)-ସ୍ପାନିଶ ଲିଗ୍‌ର ସଦ୍ୟତମ କ୍ଲବ ଭାବେ ରିଅଲ ମାଡ୍ରିଡ୍‌ ବ୍ୟକ୍ତିଗତ ଟ୍ରେନିଂ ଆରମ୍ଭ କରିଛି। କରୋନାଭାଇରସ୍‌ ମହାମାରୀ ଯୋଗୁ ଦୁଇ ମାସ ଧରି ଲିଗ୍‌ ସସ୍‌ପେଣ୍ଡ ରହିବା ପରେ ଖେଳାଳିମାନେ ସେମାନଙ୍କ ଦଳର ଟ୍ରେନିଂ ସେଣ୍ଟରକୁ ଫେରିଛନ୍ତି। ଅଧିକାଂଶ କ୍ଲବ ଇତିମଧ୍ୟରେ ସେମାନଙ୍କ ଟ୍ରେନିଂ ଆରମ୍ଭ କରିସାରିଲେଣି। ବାର୍ସିଲୋନା ଶୁକ୍ରାବାର ଏବଂ ଆଟଲେଟିକୋ ମାଡ୍ରିଡ୍‌ ଶନିବାରଠାରୁ ଟ୍ରେନିଂ ଆରମ୍ଭ କରିସାରିଛନ୍ତି। କୋଭିଡ୍‌-୧୯ ଟେଷ୍ଟ ପରେ ଖେଳାଳିମାନଙ୍କୁ ଅଭ୍ୟାସ ପାଇଁ ଅନୁମତି ଦିଆଯାଇଛି। ପ୍ରଥମ ଓ ଦ୍ୱିତୀୟ ଡିଭିଜନ କ୍ଲବର ୫ ଜଣ ଖେଳାଳିଙ୍କର କରୋନା ପଜିଟିଭ୍‌ ଆସିଥିଲା। ଟେଷ୍ଟ ବେଳେ ୩ଜଣ ଷ୍ଟାଫ୍‌ ମେମ୍ବରଙ୍କର ମଧ୍ୟ ପଜିଟିଭ୍‌ ଆସିଛି। ଲିଗ୍‌ ଜୁନ୍‌ ୧୨ରୁ ଆରମ୍ଭ ହେବ ବୋଲି ସ୍ପାନିଶ ଲିଗ୍‌ ସଭାପତି ଜାଭିଏର୍‌ ଟେବାସ୍‌ ଆଶା ପ୍ରକଟ କରିଛନ୍ତି। ବ୍ୟକ୍ତିିଗତ ଟ୍ରେନିଂ ପରେ ରିଅଲ ମାଡ୍ରିଡ୍‌ ଖେଳାଳିମାନେ ଦୁଇଟି ରୋଟେଶନରେ ବିଭିନ୍ନ ପିଚ୍‌ରେ ଅଭ୍ୟାସ କରିବେ। ପ୍ରତିଟି ପିଚ୍‌ରେ ୬ଜଣ ଲେଖାଏ ଖେଳାଳିଙ୍କୁ ଅନୁମତି ରହିବ। ମାର୍ଚ୍ଚରେ ଡାହାଣ ପାଦରେ ଅସ୍ତ୍ରୋପଚାର ପରେ ବେଲଜିଆନ ଖେଳାଳି ଇଡେନ୍‌ ହାଜାଡର୍‌ସ ଫେରିଛନ୍ତି। ଥିବଟ୍‌ କୋର୍ଟୋଇସ୍‌, ଗାରେଥ୍‌ ବାଲେ ଓ ମାର୍ସିଲୋ ମଧ୍ୟ ଟ୍ରେନିଂ ନେଉଛନ୍ତି। କୋଚ୍‌ ଜିନେଜଡିନ୍‌ ଜିଡାନ୍‌ ମାସ୍କ ପରିଧାନ କରି ଖେଳାଳିମାନଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା। ମାଡ୍ରିଡ୍‌ ସୋମବାରଠରୁ ପୂରାମାତ୍ରାରେ ଟ୍ରେନିଂ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କାରଣ ଯୋଗୁ ଶତକ ପରେ ଶତକ ମାରିଚାଲିଛନ୍ତି ଶୁବମନ ଗିଲ

ରାୟପୁର,୨୫।୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚରେ ଶୁବମନ ଗିଲ ୧୧୨ ରନର ଚମତ୍କାର ଇନିଂସ ଖେଳିଥିଲେ। ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ...

ସମାଲୋଚନା ପରେ ଶ୍ରୀଜେଶଙ୍କ ପାଇଁ ୨ କୋଟି ଟଙ୍କା

ନୂଆଦିଲ୍ଲୀ,୧୧।୮: ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହେଉଛନ୍ତି ପି ଆର ଶ୍ରୀଜେଶ। ଗତ ୧୦ ତାରିଖରେ ହକି ଦଳର...

ଉଦ୍‌ଘାଟନୀ ମ୍ୟାଚ୍‌ରେ ନାଗପୁର ବିଜୟୀ

ବନ୍ତ, ୨୩।୧ (ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋସ୍ଥିତ ହନୁମାନଜୀଉ ମିନିଷ୍ଟାଡିୟମରେ ଟିଲୋ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ୨୮ତମ ଅନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ...

ଏସିଆ ମହିଳା ରଗ୍‌ବୀ ଚାମ୍ପିୟନଶିପ୍‌: ଭାରତୀୟ ଦଳରେ ଓଡ଼ିଶାର ୭

ଭୁବନେଶ୍ୱର, ୧୭।୬(କ୍ରୀଡ଼ା ପ୍ରତିନିଧି)- ଫିଲିପାଇନ୍ସର ମାନିଲାଠାରେ ଏସିଆ ମହିଳା ରଗ୍‌ବୀ ଚାମ୍ପିୟନଶିପ୍‌ ଚଳିତମାସ ୧୯ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ଘୋଷିତ ଭାରତୀୟ...

ଟି-୨୦ ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକାଠାରୁ ହାରିଲା ଭାରତ

ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଫଳରେ ଭାରତକୁ ଏହି ଟୁର୍ନାମେଣ୍ଟରେ ପ୍ରଥମ ପରାଜୟ...

ଗୋଟିଏ କିଡ୍‌ନୀରେ ସଫଳତା ହାସଲ କରିଥିଲେ ଅଞ୍ଜୁ

କୋଚି, ୭ା୧୨ (ପି.ଟି.)-ଅଲିମ୍ପିଆନ ଅଞ୍ଜୁ ବବି ଜର୍ଜ ଏକ ଟୁଇଟ୍‌ରେ ତାଙ୍କର ଏକ ବ୍ୟକ୍ତିଗତ ଗୋପନ କଥା ସାଧାରଣରେ ପ୍ରକାଶ କରିଛନ୍ତି। ୨୦୦୩ରେ ପ୍ୟାରିସ୍‌ରେ ବିଶ୍ୱ...

ଅନୁଷ୍କାଙ୍କ ହାତଧରି କ୍ଲିନିକ୍‌ ନେଇ ଗଲେ ବିରାଟ କୋହଲି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହି ସମୟରେ ସେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। କେବଳ ସୋସିଆଲ ମିଡିଆରେ ନୁହେଁ, ନିଜ...

ଭାରତ ବିପକ୍ଷ ଟି୨୦,ଦିନିକିଆ ଲାଗି ଇଂଲଣ୍ଡର ଦଳ ଘୋଷଣା, ଚମକାଇଲା…

ଲଣ୍ଡନ,୧।୭: ଭାରତ ପରେ ଆୟୋଜକ ଇଂଲଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଏବଂ ଦିନିକିଆ ସିରିଜ ଲାଗି ଶୁକ୍ରବାର ଦଳ ଘୋଷଣା କରିଛି। ଜୋସ୍‌ ବଟଲର୍‌...

Advertisement
Archives

Model This Week