ରାହୁଲ ବୋଷଙ୍କ ଘୋଷଣା: ଶରୀରର ପ୍ରତ୍ୟେକ ଅଙ୍ଗକୁ କରିବେ ଦାନ

ମୁମ୍ବାଇ: ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ଏଣୁ ମୃତ୍ୟୁ ପରେ ବି ଅଙ୍ଗଦାନ ଦ୍ୱାରା ଜଣେ ଜୀବିତ ରହିପାରିବ ବୋଲି କୁହାଯାଏ। ପ୍ରଥମେ ଆଖିଦାନ କରି ଅନ୍ୟର ଜୀବନକୁ ଆଲୋକିତ କରିବା ଲାଗି ସଚେତନ କରାଯାଉଥିବା ବେଳେ ଏବେ ଶରୀର ଦାନ କରିବାକୁ ଅନେକେ ଆଗକୁ ଆସୁଛନ୍ତି। ଏହି କ୍ରମରେ ଅଭିନେତା, ନିର୍ଦ୍ଦେଶକ ତଥା ସ୍ପୋର୍ଟ୍‌ସ ପର୍ସନ ରାହୁଲ ବୋଷ ନିଜ ଶରୀରର ପ୍ରତ୍ୟେକଟି ଅଙ୍ଗ ପ୍ରତ୍ୟଙ୍ଗକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୪ ତାରିଖରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସେ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିବେ ବୋଲି ଜଣାପଡ଼ିଛି।

ରାହୁଲଙ୍କୁ ଏବେ ୫୨ ବର୍ଷ। ସେ ଏପରି କାର୍ଯ୍ୟ କରି ବେଶ୍‌ ଖୁସି ହେବେ ବୋଲି ପ୍ରକାଶ କରିଛନ୍ତି। ଅନ୍ୟର ଜୀବନକୁ ଆଲୋକିତ କରିବା ଲାଗି ଯଦି କିଛି ସହଯୋଗ କରିପାରିବି, ନିଜକୁ ଧନ୍ୟ ମନେକରିବି। ଗତ ୧୪ବର୍ଷ ଧରି ଏଭଳି ବିଭିନ୍ନ ଅଭିଯାନରେ ନିଜକୁ ସାମିଲ କରିଛି। ଯଦି ମୃତ୍ୟୁ ପରେ ମୋ ଶରୀର ୮ରୁ ୯ଜଣ ଲୋକଙ୍କ ସ୍ବାର୍ଥରେ ଆସିବ, ତେବେ ବହୁତ ଖୁସି ହେବି। ଲୋକମାନେ ଏହି ପ୍ରୟାସରୁ କିଛି ଶିଖି ଅଙ୍ଗଦାନ ଲାଗି ଆଗେଇ ଆସିବେ ବୋଲି କହିଛନ୍ତି ରାହୁଲ।

ତେବେ ଅଙ୍ଗଦାନ ସମ୍ପର୍କିତ ଗଣନାକୁ ଯଦି ଦେଖାଯାଏ, ତେବେ ଭାରତରେ ୧୦ ଲକ୍ଷ ଲୋକରେ ଜଣେମାତ୍ର ଅଙ୍ଗଦାନ କରିବାକୁ ଇଚ୍ଛୁକ ଥିବା ବେଳେ ସ୍ପେନ୍‌ରେ ଏହା ୪୯ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଟ୍ରିନା କୈଫ୍‌ଙ୍କ ନିର୍ବନ୍ଧ ଶେଷ!

ବଲିଉଡରେ ଜଣେ ପରେ ଜଣେ ଷ୍ଟାର ବିବାହ ବନ୍ଧନରେ ଅବଦ୍ଧ ହେଉଛନ୍ତି। ଏବେ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ତାଙ୍କର କୁଆଡେ...

ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଉପରେ ଖୁବ୍‌ ରାଗିଥିଲେ ଭାଇଜାନ୍‌

ବଲିଉଡ୍‌ ସୁପରଷ୍ଟାର ହେଉଛନ୍ତି ଭାଇଜାନ୍‌ ସଲମାନ ଖାନ୍‌। ମାତ୍ର ଫିଲ୍ମଜଗତକୁ ଏଣ୍ଟ୍ରି ସମୟର ତାଙ୍କର ଅନେକ ରୋଚକ କାହାଣୀ ରହିଛି। ଜାଣନ୍ତୁ ସେ ସମ୍ପର୍କରେ …...

ପ୍ରତ୍ୟେକ ଚରିତ୍ର ମୋତେ କିଛି ନା କିଛି ଶିକ୍ଷା ଦେଇଛି: ବିଦ୍ୟା

ମୁମ୍ବାଇ: ନିଜର ଦମଦାର ଅଭିନୟକୁ ନେଇ ଦର୍ଶକଙ୍କ ନିକଟରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ବିଦ୍ୟା ବଲାନ ଏବେ ନିଜ କ୍ୟାରିୟର ବିଷୟରେ...

ବିବାହ, ଅଭିନୟ ଜୀବନର ବଡ ଭୁଲ: ଆୟୁଷ୍ମାନ

ମୁମ୍ବାଇ: ରେଡିଓ ଜକି, ଟେଲିଭିଜନ ହୋଷ୍ଟ, ସିଙ୍ଗର ଓ ହ୍ୟାଣ୍ଡସମ ହଙ୍କ ଆୟୁଷ୍ମାନ ଖୁରାନା ତାଙ୍କ ମନକଥା ଖୋଲି କହିଛନ୍ତି । ସେ ତାଙ୍କ ଜୀବନରେ...

ଏହି ବନ୍ଧୁଙ୍କ ସହ ବିକ୍‌ନୀ ପିନ୍ଧି ଫଟୋ ଶେୟାର କଲେ ଆଲିଆ,ଲେଖିଲେ ଏମିତି ବାର୍ତ୍ତା

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ବୃତ୍ତିଗତ ଜୀବନ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ଏଥିପାଇଁ...

ଫେବୃୟାରୀ ୧୩ରେ ହଂକଂରେ ରିଲିଜ ହେବ ‘ଗୁଡ୍‌ ନ୍ୟୁଜ’

ମୁମ୍ବାଇ: ବଲିଉଡ୍‌ ମୁଭି ‘ଗୁଡ୍‌ ନ୍ୟୁଜ’ ଚଳିତ ମାସ ୧୩ ତାରିଖରେ ହଂକଂରେ ରିଲିଜ୍‌ ହେବାକୁ ଯାଉଛି। ୫୨ବର୍ଷୀୟ ଅଭିନେତା ତଥା ଏହି ଫିଲ୍ମର ଲିଡ୍‌...

‘ରାଇଜିଂ ଷ୍ଟାର-୩’ ମଞ୍ଚରେ ପୁଣି ଆସିବେ ସଲମାନ,ଗୀତଗାଇବେ ରେଖା

ମୁମ୍ବାଇ: ଟେଲିଭିଜନ ପରଦାରେ ରୂପେଲି ପରଦାର ନାୟକ ନାୟିକାଙ୍କୁ ଦେଖିଲେ ଦର୍ଶକେ ଅଧିକ ଖୁସି ହୁଅନ୍ତି। ତେବେ ଏଥର ଛୋଟ ପରଦାର ରିୟଲିଟି ଶୋ’ ‘ରାଇଜିଂ...

ବଡ଼ ଘରେ ଜନ୍ମ ହୋଇ ସୁଦ୍ଧା ହୋଟେଲରେ ଓ୍ବେଟର ଭାବେ କାମ କରିଥିଲେ ଏହି ଅଭିନେତ୍ରୀ , ଜାଣନ୍ତୁ କାହିଁକି

ବଡ ପରିବାରରେ ଜନ୍ମ ହେବା ପରେ ମଧ୍ୟ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ଫିଲ୍ମରେ ପ୍ରବେଶ କରିବା ପୂର୍ବରୁ କାମ କରିଥିଲେ। ସେହି ଅଭିନେତ୍ରୀ...

Advertisement
Archives

Model This Week