Posted inଜାତୀୟ

ରାହୁଲଙ୍କ ନାଗରିକତ୍ୱକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୨୧ା୪(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତା ଏବଂ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ରାହୁଲ ନିଜକୁ ସ୍ବଚ୍ଛ ପ୍ରମାଣିତ କରନ୍ତୁ ବୋଲି ଶନିବାର ଭାଜପା ପକ୍ଷରୁ ଦାବି କରାଯାଇଛି। ରାହୁଲଙ୍କ ନାଗରିକତ୍ୱ ଓ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅମେଠିର ରିଟନର୍ିଂ ଅଫିସରଙ୍କ ନିକଟରେ ଅଭିଯୋଗ ଦାଏର ହୋଇଛି। ଏହାର ଶୁଣାଣି ଆସନ୍ତା ସୋମବାର ହେବ। ତେବେ ରାହୁଲଙ୍କ ଓକିଲ ଜବାବ ଦାଖଲ କରିବା ଲାଗି ସମୟ ମାଗିବା ଆଶ୍ଚର୍ଯ୍ୟଜନକ ବୋଲି ଭାଜପା ମୁଖପାତ୍ର ଜି.ଭି.ଏଲ୍‌. ନରସିଂହ ରାଓ କହିଛନ୍ତି।
ରାହୁଲଙ୍କ ସତ୍ୟପାଠକୁ ନେଇ ରିଟର୍ନିଂ ଅଫିସର ରାମମନୋହର ମିଶ୍ରଙ୍କ ନିକଟରେ ୪ ଜଣ ଅଭିଯୋଗ କରିଥିଲେ। ଫଳରେ ଶନିବାର ସେ ରାହୁଲଙ୍କ ନାମାଙ୍କନପତ୍ର ଯାଞ୍ଚ ୨୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେବା ସହ ଏହା ଉପରେ ଜବାବ ମାଗିଛନ୍ତି। ଏହା ଅତି ଗୁରୁତର ଅଭିଯୋଗ। ରାହୁଲ ଭାରତୀୟ ନା ବ୍ରିଟିଶ ନାଗରିକ ତାହା ସେ ସ୍ପଷ୍ଟ କରିବା ଉଚିତ ବୋଲି ଭାଜପା ମୁଖପାତ୍ର କହିଛନ୍ତି। ତେବେ ଏହା ଉପରେ କଂଗ୍ରେସ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ରିଟର୍ନିଂ ଅଫିସର ଚୂଡାନ୍ତ କର୍ତ୍ତୃପକ୍ଷ ହୋଇଥିଲେ ମଧ୍ୟ ନିର୍ବାଚନ ସତ୍ୟପାଠରେ ଦିଆଯାଇଥିବା ତଥ୍ୟର ସତ୍ୟତାକୁ ଯାଞ୍ଚକରିବା ସମ୍ଭବ ନୁହେଁ ବୋଲି ନିର୍ବାଚନ କମିଶନ ସୂତ୍ରରୁ କୁହାଯାଇଛି।
ଅଭିଯୋଗ ଅନୁଯାୟୀ ୨୦୦୪ରେ ରାହୁଲ ବ୍ରିଟେନର ଏକ କମ୍ପାନୀରେ ପୁଞ୍ଜିନିବେଶ କଲାବେଳେ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିଥିବା ଦସ୍ତାବିଜ୍‌ରେ ନିଜକୁ ବ୍ରିଟିଶ୍‌ ନାଗରିକ ବୋଲି ଉଲ୍ଲେଖ କରିଥିଲେ। ତେବେ ୨୦୦୪ରୁ ୨୦୧୪ ବିଭିନ୍ନ ନିର୍ବାଚନବେଳେ ସେ ସତ୍ୟପାଠରେ ଭୁଲ୍‌ ତଥ୍ୟ ଦେଇଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଡେଭେଲପ୍‌ମେଣ୍ଟ ଇକୋନୋମିକ୍ସରେ ଏମ୍‌.ଫିଲ୍‌ କରିଥିବା ପୂର୍ବରୁ କହିଥିବାବେଳେ ପରେ ସେ ଡେଭେଲପ୍‌ମେଣ୍ଟ ଷ୍ଟଡିଜ୍‌ରେ ଏମ୍‌.ଫିଲ୍‌ କରିଥିବା ଦାବି କରିଥିଲେ। ସେହିବର୍ଷ ରାହୁଲ ଗାନ୍ଧୀ ନୁହନ୍ତି ରାଉଲ ଭିନ୍ସି ଉକ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ତଦନ୍ତରୁ ଜଣାପଡିଛି। ବିଭିନ୍ନ ଦେଶରେ ରାହୁଲ ଭିନ୍ନ ନାମରେ ନାମିତ କି ବୋଲି ରାଓ ପ୍ରଶ୍ନ ଉଠାଇଛନ୍ତି। ପ୍ରତି ୫ ବର୍ଷରେ କଂଗ୍ରେସର ଇସ୍ତାହାର ବଦଳିବା ଭଳି ରାହୁଲଙ୍କ ଯୋଗ୍ୟତା ବଦଳୁଥିବା ଭାଜପା ମୁଖପାତ୍ର କହିଛନ୍ତି।
ଅମେଠିର ସ୍ବାଧୀନ ପ୍ରାର୍ଥୀ ଧ୍ରୁବ ଲାଲ୍‌ ଉପରୋକ୍ତ ଅଭିଯୋଗ ଆଣି ରାହୁଲଙ୍କ ପ୍ରାର୍ଥିତ୍ୱ ରଦ୍ଦ କରିବା ଲାଗି ଦାବି କରିଛନ୍ତି। ତାଙ୍କ ଓକିଲ ରବି ପ୍ରକାଶ କରିଥିବା ଅଭିଯୋଗ ଅନୁଯାୟୀ ବ୍ରିଟେନରେ ପଞ୍ଜୀକୃତ କମ୍ପାନୀର ଇନ୍‌କର୍ପୋରେଶନ ସାର୍ଟିଫିକେଟ୍‌ରେ ରାହୁଲ ନିଜକୁ ବ୍ରିଟିଶ ନାଗରିକ ଘୋଷଣା କରିଛନ୍ତି। ଜନପ୍ରତିନିଧି ଆଇନ, ୧୯୫୧ ଅନୁଯାୟୀ ଯିଏ ଭାରତର ନାଗରିକ ନୁହନ୍ତି ସେ ଦେଶରେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ପ୍ରକାଶ କହିଛନ୍ତି। ସେ କିପରି ବ୍ରିଟିଶ ନାଗରିକ ହେଲେ ଏବଂ ଏବେ ଭାରତୀୟ ନାଗରିକତ୍ୱ ପାଇଛନ୍ତି, ତାହା ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ତାଙ୍କ ନାମାଙ୍କନପତ୍ର ଗ୍ରହଣ ନ କରିବାକୁ ସେ ରିଟର୍ନିଂ ଅଫିସରଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ୨୦୦୩ରୁ ୨୦୦୯ ମଧ୍ୟରେ ବ୍ରିଟେନ କମ୍ପାନୀରେ ଥିବା ରାହୁଲଙ୍କ ସମ୍ପତ୍ତି ସମ୍ପର୍କରେ ସେ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି। ସେ କଲେଜରେ ତାଙ୍କ ନାଁ ରାଉଲ ଭିନ୍ସି ଲେଖିଛନ୍ତି। ରାହୁଲ ଗାନ୍ଧୀ ନାମରେ କୌଣସି ସାର୍ଟିଫିକେଟ ନାହିଁ। ରାଉଲ ଭିନି୍ସ ଓ ରାହୁଲ ଗାନ୍ଧୀ ସମାନ ବ୍ୟକ୍ତି କି ବୋଲି ପ୍ରକାଶ ପ୍ରଶ୍ନ କରିବା ସହ ଯଦି ସେମାନେ ସମାନ ନୁହନ୍ତି ତେବେ ଯାଞ୍ଚ ପାଇଁ ମୂଳ ପ୍ରମାଣପତ୍ର ଦାଖଲ କରନ୍ତୁ ବୋଲି ପ୍ରକାଶ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri