ରାସ୍‌ତା ତରାର ଜୀବନ୍‌: ନାଗରିକ୍‌ର ପରିଚଏ ଖୁଜୁଛେ ବାରବୁଲା ପରିବାର

ଗଣ୍ଡତୁରୁମ, ୨୭।୬ (ଡି.ଏନ୍‌.ଏ.):  ମୁନୁଷ୍‌ ବଁଚ୍‌ବାକେ ହେଲେ ଖାଏଦ୍‌, କପଡ଼ା, ଘର ଖଁଡ଼େ ନିହାତି ଦରକାର। ଇଥିରଲାଗି ସରକାର ଗରିବ୍‌ ଦୁଖିକର ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଆମର ସମାଜରେ ଆଏଜ୍‌ ବି ଏନ୍‌ତା ଲୋକ ଅଛନ୍‌ ଯେନ୍‌ମାନକର ଲାଗି ଖୁଲା ଆକାଶ ହେଉଛେ ଛାତ୍‌ ଆର ପୁରଥି ତାକର ଘର। ନିଜର ପରିଚଏ ବଲି କିଛି ନାଇଁ। ଯେନ୍‌ ଜାଗାରେ ଡେରା ପକାଲେ ସେଟା ତାକର ଘର। ନା ଅଛେ ଭୋଟ ପରିଚଏ ପତର କି ଆଧାର କାର୍ଡ। ସରକାର କହେଲେ କାଣା, ଲୁକ୍‌କର ଲାଗି କାଣା ସୁବିଧା କରୁଛେ ସେଟା ବି ତାକର ଚିନ୍‌ତା ବାହାରେ। ଏନ୍‌ତା ଗୁଟେ ପରିବାର ସଂଗେ ଭେଟଘାଟ ହେଇ ଦୁଖସୁଖ୍‌ ହେଇଥିଲେ ଥାନୀୟ ଧରିତ୍ରୀ ପରତିନିଧି।
ସୂଚନା ଅନ୍‌ସାରେ ଗୋଡ଼ଭଗା-ସୋନପୁର ୫୪ ନମ୍ବର ରାଏଜ୍‌ ରାଜପଥର କେଶ୍ରୀପାଲି ଗଁାର ରାସ୍‌ତା ତରେ ଥିବାର ବରଗଛ୍‌ ତଲେ ଗୁଟେ ବାରବୁଲା ପରିବାର ଡେରା ପକେଇଥିବାର ଦେଖ୍‌ବାକେ ମିଲିଥିଲା। ସେଠାନେ ଘଡ଼େ ଅଟକି ତାକରନେ ଦୁଖ୍‌ସୁଖ୍‌ ହେଲାରୁ ଜନାପଡ଼ଲା ଯେ ଘରର ପରିବାରର ମୁଖିଆ ହେଉଛନ୍‌ ମହାବୀର ମାଝି ଆର ତାକର ମାଏକିନା ଅଞ୍ଜଳୀ। ଦୁଇ ଝି’ ଉର୍ମିଳା(୧୧), ମାନିନୀ(୮) ଆର ଦୁଇ ପୁଓ କାହ୍ନା(୬), ବଜରଙ୍ଗୀ(୩)କେ ନେଇ ତାକର ପରିବାର। କୁଟୁମ୍‌ଟା ଯେନ୍‌ଠାନେ ଡେରା ପକଉଛନ୍‌ ଆସର ପାସର ଗଛ୍‌ମାନକେ ଥିବାର ମୁହୁଗୁଡ଼ା ଝାରି ମହୁ ଠୁଲଉଛନ୍‌। ମହାବୀର ଆସର ପାସର ଗଁାଗଁଡ଼ା, ବଜାରରେ ମହୁ ବିକି ଯେନ୍‌ ଦୁଇପଏସା କମଉଛନ୍‌ ସେଥ୍‌ରେ ପରିବାର ଚଲୁଛେ। ଯେନ୍‌ଦିନ ବିକ୍‌ରିବଟା ହେଲା ଭଲ ନାଇଁହେଲେ ଛୁଆପୁତାନୁ ଉପାସେ ରହୁଥିବାର ମହାବୀର କହିଛନ୍‌। ତାକର ଥାୟୀ ଘର, ଗଁା ବଲି କିଛି ନାଇଁ। ପରିବାର ଲାଗି ଖୁଲା ଆକାଶ ହେଉଛେ ଛାତ୍‌ ଆର ପୁରଥି ଘର। ଏନ୍‌ତାକି ମହାବୀରକୁଁ ତାକର ଜନମ୍‌ଠାନ୍‌ ପଚରାଲେ ବି ସଠିକ୍‌ କିଛି କହି ନାଇଁ ପାରବାର। ସଁସାରରେ ନିଜର ବଲି ତାକର କିଛି ନାଇଁ। ସେ ନିଜକେ ଓଡ଼ିଶାର ବଲି କହୁଥିଲେ ବି ତାକରନେ ଭୋଟ ପରିଚଏ ପତର, ଆଧାର କାର୍ଡ ନଁାଇଁନ। ସରକାରକଁର କେହେନ୍‌ସି ଯୋଜନାର ଛିଟା ବି ତାକର ପରିବାର ଉପରେ ନାଇଁ ପଡ଼ିପାରି। ସବୁଠାନୁ ଆଶିରିଯ୍‌ର କଥା ପରିବାରଟା ଦେଶର ନାଗରିକ୍‌ ହେଇ ବି ଆଏଜ୍‌ତକ ମତଦାନରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ସରକାର ରାଶନ କାର୍ଡରେ ଯୁଗେଇ ଦେଉଥିବାର ଚାଉଲ, ଗହମ୍‌, କିରାସିନ୍‌, ବସୁନ୍ଧରା ଯୋଜନାରେ ଘରଡ଼ିହ, ପକାଘର ସତେ ଯେନ୍‌ତା ଇମାନକର ଲାଗି ସାତ୍‌ସପନ ହେଇଛେ। ଇଆଡ଼େ ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ‘ସଭେ ପଢ଼ୁନ୍‌ ସଭେ ବଢ଼ୁନ୍‌’ ନାରା ଦେଇ ସ୍କୁଲ ଛୁଆକର ଲାଗି ପଢ଼ାବହି, ବେଲାକେ ଖାଏବାରଟା, ୟୁନିଫର୍ମ, ସାଇକେଲ ଆଦି ଯୁଗେଇ ଦେଉଛନ୍‌। ହେଲେ, ସତେ ଯେନ୍‌ତା ଇ ସରକାରୀ ବିଧିବେବସ୍‌ତା ଭିତରେ ମହାବୀରକଁର ଛୁଆପୁତା ନାଇଁ ଆଏବାର। ମହାବୀରକୁଁ ସରକାରୀ ସୁବିଧା ସୁଯୋଗ ବାବ୍‌ଦେ ପଚରାଲାରୁ ସରକାର ଯଦି ମୋତେ କେନ୍‌ଠାନେ ଜାଗାବାଡ଼ି, ଘର ଖଁଡ଼େ ଦେବା ତ ମୁଇଁ କାଏଁଯେ ଇ ଗଛ୍‌ତଲ ସେ ଗଛ୍‌ତଲ ହେଇ କୁଟୁମ୍‌କେ ଖରା, ବରଷା, ଶୀତ୍‌ କାକରରେ ଦଉଡ଼ାମି ଆଜ୍ଞା। ମୁଇଁ ବି ଦେଶର ନାଗରିକ୍‌ ଆଏ ହେଲେ ମୋର ପାଏସେ ତାର କିଛି ପରମାନ ନାଇଁ ଆଜ୍ଞା ବଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ...

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ୍‌ ‘ଏ’ ମାନ୍ୟତା

ସମ୍ବଲପୁର,୨୭ା୧୧: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍‌ ଗ୍ରେଡ ଏ’ ମାନ୍ୟତା ମିଳିଛି। ଏନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ...

ରୋଷେଇ ଛାଡି ଫୋନ୍‌ରେ ଅଧିକ କଥା ହେବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଜମନକିରା,୨୭ା୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ରୋଷେଇ ଛାଡ଼ି ମୋବାଇଲ ଫୋନ୍‌ରେ କଥା ହେଉଥିଲେ ସ୍ତ୍ରୀା ରୋଷେଇ କରିବାକୁ କହିବାରୁ ନ ଶୁଣି ଫୋନ୍‌ରେ ଗପିଚାଲିଥିଲେ। ଏଥିରେ ରାଗି...

ଟ୍ରକ୍‌ ପଛରେ ପିଟିହେଲା ଆମ୍ବୁଲାନ୍ସ: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଶନିବାର ଭୋର୍‌ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri