ରାସ୍ତା ପୁନରୁଦ୍ଧାର ଦାବିରେ ରାଜପଥ ଅବରୋଧ

ବୋଲଗଡ଼,୨୩-୧୦(ଡି.ଏନ.ଏ.): ବୋଲଗଡ଼ ବ୍ଲକ ଫାସୀଓଦା ପଞ୍ଚାୟତ କୋଟପଲ୍ଲା ଗ୍ରାମ ରାସ୍ତା ପୁନରୁଦ୍ଧାର ଦାବିରେ ସୋମବାର ଭୀମପଡାଠାରେ ଗ୍ରାମବାସୀ ୫୭ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଭୀମପଡାଠାରୁ କୋଟପଲ୍ଲା ପର୍ଯ୍ୟନ୍ତ ପ୍ରାୟ ଦେଢ କି.ମି. ରାସ୍ତା ମରଣଯନ୍ତା ପାଲଟିଛି। କେଉଁଠାରେ ଖାଲ ତ ଆଉ କେଉଁଠି ଅଣଓସାରିଆ। ଏହାର ମରାମତି ନେଇ ସ୍ଥାନୀୟ ଲୋକେ ବ୍ଲକଠାରୁ ଆରମ୍ଭ କରି ଜିଲାପ୍ରଶାସନ ଓ ଲୋକପ୍ରତିନିଧିଙ୍କୁ ଗୁହାରି କରିଥିଲେ ମଧ୍ୟ ସୁଫଳ ମିଳିନାହଁି । ତେଣୁ ପୂର୍ବ ନିଷ୍ପତ୍ତି ମୁତାବକ ଗ୍ରାମର ମହିଳାପୁରୁଷ ଓ ଛାତ୍ରୀଛାତ୍ର ରାଜପଥ ଉପରେ ବସିରହିଥିଲେ। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା। ଖବର ପାଇ ବୋଲଗଡ ବିଡିଓ ମଧୁସୂଦନ ବେହେରା, ତହସିଲଦାର ମୋନାଲିଶା ପଣ୍ଡା, ଥାନା ଆଇଆଇସି ସେଖ ଅକବର ଅଲ୍ଲୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ଜିଲାପାଳଙ୍କ ସହିତ ଆଲୋଚନା କରି ଆଗାମୀ ୨୯ ତାରିଖ ସୁଦ୍ଧା ଏହାର ସମାଧାନ କରାଯିବ ବୋଲି ବିଡିଓ ଓ ତହସିଲଦାର କହିଥିଲେ। ପରେ ଆନ୍ଦୋଳନକାରୀ ମହିଳାଙ୍କ ସହ ତହସିଲଦାର ପରିଦର୍ଶନ କରି ରାସ୍ତାର ଦୁରବସ୍ଥା ଉପଲବ୍‌ଧି କରିଥିଲେ। ପୂର୍ବରୁ ବୋଲଗଡ ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମହିଳାମାନେ ରାସ୍ତା ସମ୍ପର୍କରେ ଅଭିଯୋଗ କରିଥିଲେ। ରାସ୍ତା ନିର୍ମାଣ କରା ନ ଗଲେ ରାଜପଥ ଅବରୋଧ କରିବେ ବୋଲି ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଳଗ ପଞ୍ଚାୟତ ଶଟ୍‌ଡାଉନ୍‌

ଆରଡ଼ି,୨୦ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତକୁ ସରପଞ୍ଚ ଅନସୂୟା ସେଠୀ ୫ ଦିନ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏହି ଶଟ୍‌ଡାଉନ୍‌...

ଓଡିଶାରୁ ଅପହୃତ ନାବାଳକ ପଶ୍ଚିମବଙ୍ଗରୁ ଉଦ୍ଧାର: ୪ ଗିରଫ

ରାଉରକେଲା ଅଫିସ, ୧୭ା୧୨-ରାଉରକେଲା ରେଳଷ୍ଟେଶନ ନିକଟରୁ ଅପହୃତ ହୋଇଥିବା ୫ବର୍ଷର ନାବାଳକକୁ ପଶ୍ଚିମବଙ୍ଗ ମେଦିନାପୁରରୁ ଉଦ୍ଧାର କରାଯାଇଛି। ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ଏହି ଘଟଣାରେ...

ଚାଲାଣ କରୁଥିଲେ ଗଞ୍ଜେଇ, ଧରାପକାଇ ଦେଲା ଦୁର୍ଘଟଣା

ପାପଡାହାଣ୍ଡି,୧୮।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ଫାଣ୍ଡି ଅଧୀନ ଆମପାଣି ଘାଟି ଭାଲୁଝର ନିକଟରୁ ଜଣେ ଗଞ୍ଜେଇ ଚାଲାଣକାରୀଙ୍କୁ ଶୁକ୍ରବାର ପୋଲିସ ଧରିବାରେ ସଫଳ...

ବିକାଶ ନାମରେ ତୀର୍ଥଭୂମିର ଅସ୍ତିତ୍ୱ ବିଲୁପ୍ତ ହେଉଛି: ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୬।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଦିନକୁ ଦିନ ବଢୁଥିବା ବେଳେ ଏହି ପ୍ରସଙ୍ଗରେ ବୁଧବାର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମତ ରଖିଛନ୍ତି। ବିକାଶ ନାମରେ...

ବନ୍ଦ କାର୍‌ରେ ଶିଶୁକନ୍ୟାକୁ ଛାଡ଼ି ପଳାଇଲେ ମା’ବାପା, ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କଲେ ଲୋକେ

ଢେଙ୍କାନାଳ ଅଫିସ,୩।୧୨: ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନ ସମୟରେ ଏକ ଧଳା କାର୍‌ ଭିତରେ ଦେଢ଼ ବର୍ଷର...

ସ୍କୁଟି ଚାଳକଙ୍କୁ କାର୍‌ ସିଟବେଲ୍ଟ ଫାଇନ

ରାଜଗାଙ୍ଗପୁର, ୨୨।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅଞ୍ଚଳର ଜଣେ ସ୍କୁଟି ଚାଳକଙ୍କୁ କାର୍‌ ସିଟବେଲ୍ଟ ଫାଇନ ଦେବାକୁ ମେସେଜ ଆସିଥିଲା। ପରେ ଏହା ଭୁଲ ମେସେଜ...

କୁଖ୍ୟାତ ଅପରାଧୀ ବିକାଶ ବେହେରାଙ୍କୁ ଛୁରୀ ଭୁଷି ହତ୍ୟା: ୨ ଅଟକ

ନୟାଗଡ଼ ଅଫିସ,୨୫।୧୦: ନୟାଗଡ଼ ଜିଲା ଦଶପଲା ବ୍ଲକ ମଧ୍ୟଖଣ୍ଡର କୁଖ୍ୟାତ ଅପରାଧୀ ବିକାଶ ବେହେରାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ଦୀପାବଳି ଉତ୍ସବ ପାଳନ ଅବସରରେ...

ବୈଠକ ବର୍ଜନ, ଧାରଣା ଦେଲେ ପଞ୍ଚାୟତ ପ୍ରତିନିଧି

ବନ୍ତଳା,୧୮ା୧(ଡି.ଏନ.ଏ.) – ଅନୁଗୋଳ ବ୍ଲକ ପ୍ରଶାସନ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ...

Advertisement
Archives

Model This Week