ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ଖୁଡ଼ୀ ସହ ସମ୍ପର୍କରୁ କରାଯାଇଥିଲା ହତ୍ୟା

ଅନୁଗୋଳ ଅଫିସ, ୧୬।୧୧ – ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ତ୍ରିପୁର ନାଏକ(୧୯)ଙ୍କ ମୃତଦେହ ଗତ ୮ ତାରିଖରେ ସାକସିଂହା-ଘୁଞ୍ଚାପାଳ ରାସ୍ତା ପାର୍ଶ୍ୱରୁ ଉଦ୍ଧାର ଘଟଣା ଏକ ହତ୍ୟାକାଣ୍ଡ। ଖୁଡୀଙ୍କ ସହ ସମ୍ପର୍କ ରକ୍ଷା କାରଣରୁ ଦାଦା ନବ ଓରଫ ନବୀନା ନାଏକ(୩୧) ଓ ଘୁଞ୍ଚାପାଳ ଗ୍ରାମର ପିଉସା କ୍ଷେତୁ ଓରଫ କ୍ଷେତ୍ରବାସୀ ନାଏକ(୩୫) ତ୍ରିପୁରଙ୍କୁ ହତ୍ୟା କରିଥିବା ଶୁକ୍ରବାର ଅନୁଗୋଳ ପୋଲିସ ପ୍ରକାଶ କରିଛି। ମାମଲା ନଂ. ୯୩୫/୧୯ରେ ଉଭୟଙ୍କୁ ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି ବୋଲି ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି।
ଥାନା ଅଧିକାରୀ କହିଛନ୍ତି, ଗତ ୮ ତାରିଖରେ ତ୍ରିପୁରଙ୍କ ମୃତଦେହ ମିଳିବା ପରେ ତାଙ୍କ ବାପା ତ୍ରିଲୋଚନ ନାଏକ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ଏପରି କି ତାଙ୍କ ଭାଇ ତଥା ତ୍ରିପୁରଙ୍କ ଦାଦା ନବଙ୍କ ଉପରେ ସନ୍ଦେହ ବ୍ୟକ୍ତ କରିଥିଲେ। ଫଳରେ ଘଟଣାର ତଦନ୍ତ କରୁଥିବା ଏସ୍‌ଆଇ ପ୍ରକାଶ ଚନ୍ଦ୍ର ମାଝି ନବଙ୍କୁ ଥାନାକୁ ଆଣି ମାରାଥନ ଜେରା କରିଥିଲେ। ଏହି ସମୟରେ ପୁତୁରାଙ୍କୁ ସେ ଓ କ୍ଷେତୁ ମିଶି ହତ୍ୟା କରିଥିବା ନବ ସ୍ବୀକାର କରିଥିଲେ। ନବ ୮ ବର୍ଷ ପୂର୍ବରୁ ବିବାହ କରିଥିଲେ। ଦ୍ୱିତୀୟ ସନ୍ତାନ ପ୍ରସବ ବେଳେ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହାର ୪ ବର୍ଷ ପରେ ଅର୍ଥାତ ଗତ ୬ ମାସ ପୂର୍ବରୁ ନବ ତାଙ୍କ ଶାଳୀଙ୍କୁ ବିବାହ କରିଥିଲେ। କିଛିଦିନ ରାଜ୍ୟ ବାହାରେ ରଖିବା ପରେ ନବ ସ୍ତ୍ରୀଙ୍କୁ ଘରେ ଛାଡ଼ିଥିଲେ। ଏହି ସମୟରେ ପୁତୁରା ତ୍ରିପୁର ତାଙ୍କ ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଏଥିରୁ ନିବୃତ୍ତ ରହିବାକୁ ବାରମ୍ବାର କହିବା ପରେ ବି ପୁତୁରା ନ ମାନିବାରୁ ଶେଷରେ ନବ ତାଙ୍କୁ ରାସ୍ତାରୁ ହଟାଇଦେବାକୁ କ୍ଷେତୁଙ୍କ ସହଯୋଗ ନେଇଥିଲେ। ଗତ ୪ ତାରିଖରେ ତ୍ରିପୁର ଗାଡ଼ିରେ ଡିକି ଲଗାଇବା ପାଇଁ ଅନୁଗୋଳ ଆସିଥିବା ବେଳେ ନବ ତାଙ୍କୁ ବୁଝାଇବା ଆଳରେ ଡାକିନେଇଥିଲେ। ଅନୁଗୋଳ ବସ୍‌ଷ୍ଟାଣ୍ଡରେ ଥିବା ମଦ ଦୋକାନରୁ ମଦ କିଣିବା ପରେ ଉଭୟ ରାଣୀଗୋଡ଼ା ଦେଇ କୁରୁଡ଼ୁଲୁ ରେଲୱେ ଓଭରବ୍ରିଜ ତଳେ ବାହାରିଥିଲେ। ସେଠାରେ କ୍ଷେତୁ ସେମାନଙ୍କ ଗାଡ଼ିରେ ବସି ସାକସିଂହା-ଘୁଞ୍ଚାପାଳ ଯାଇଥିଲେ। ସେଠାରେ ୩ ଜଣ ବସି ମଦ ପିଇ ସାରିବା ପରେ ଦାଦା ଓ ପିଉସା ତ୍ରିପୁରଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ ତ୍ରିପୁର କଥା ନ ଶୁଣିବାରୁ ଶେଷରେ ତାଙ୍କୁ ହତ୍ୟା କରି ବୁଦା ମୂଳେ ପକାଇ ଦୁହେଁ ପଳାଇ ଆସିଥିଲେ। ତ୍ରିପୁରଙ୍କ ବାଇକ୍‌ ସେମାନେ ଅନୁଗୋଳ ବସ୍‌ଷ୍ଟାଣ୍ଡରେ ରଖିଦେଇଥିଲେ ବୋଲି ପୋଲିସ ପ୍ରକାଶ କରିଛି। ଏସ୍‌ଆଇ ଅରକ୍ଷିତ ସେଠୀ, ବିପ୍ଳବ ସାହୁ ଓ ଅନ୍ୟମାନେ ଏସ୍‌ଆଇ ମାଝିଙ୍କୁ ତଦନ୍ତରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ RI, ଝରକା ବାହାରକୁ ଫିଙ୍ଗି ଦେଲେ ଟଙ୍କା

ଅନୁଗୋଳ,୮ା୧: ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ରାଜସ୍ବ ନିରୀକ୍ଷକ(RI)। ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସର RI ସର୍କଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri