ହାଟଡିହୀ,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀଠାରୁ ପନ୍ଦାଡୋ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ା ହାଟଡିହୀ ହାଇସ୍କୁଲ ଛକଠାରେ ଥିବା ନାମଫଳକରେ ଲିଖିତ ନିୟମ ଅନୁସାରେ କାମ ହେଉନାହିଁ । ହାଟଡିହୀଠାରୁ ରାସ୍ତାକାମ ଆରମ୍ଭହୋଇ ପନ୍ଦାଡୋରେ ଶେଷ ହେବାକୁଥିଲା ବେଳେ ଠିକାଦାର ପନ୍ଦାଡୋରୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଲିଖିତ ନିୟମ ଅନୁଯାୟୀ ସିମେଣ୍ଟ, ବାଲି, ଚିପ୍ସ ଦିଆଯାଇ ନ ଥିବାବେଳେ ପିଚୁକାମ ଠିକ୍ରେ ହୋଇନାହିଁ । ମୋରମ ଓ ମେଣ୍ଟାଲ ନିର୍ଦ୍ଧାରିତ ପରିମାଣରେ ପକାଯାଇନାହିଁ ନିର୍ମାଣକାମ ଗତ ୧୬ ଜାନୁୟାରୀ ୨୦୧୯ରେ ସଂପୂର୍ଣ୍ଣ ହେବାକୁ ଥିଲା ବେଳେ ତାହା ଏଯାବତ୍ ସମାପ୍ତ ହୋଇପାରି ନାହିଁ । ଏଯାବତ୍ ହାଟଡିହୀ ଠାରୁ ପ୍ରାୟ ୧ କି.ମି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇନାହିଁ, ଯାହା ବର୍ତ୍ତମାନ ମରଣ ଯନ୍ତା ପାଲଟିଛି । ରାସ୍ତା ନିର୍ମାଣ ପାଇଁ ଗଚ୍ଛିତ ଥିବା ବାଲି,ଚିପ୍ସ ଓ ମୋରମକୁ ଠିକାଦାର ରାତାରାତି ନେଇଯାଇଥିବା ଅଭିଯୋଗ ହେଉଛି । ଠିକାଦାର ଜଗଦୀଶ ବେହେରା ବାହାର ଲୋକ ହୋଇଥିବାବେଳେ ସେ ଏଠାକାର ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଥିଲେ । ଉକ୍ତ ବ୍ୟକ୍ତିଙ୍କ ମନମୁଖି କାର୍ଯ୍ୟ ପାଇଁ ରାସ୍ତାକାମ ବିଳମ୍ବିତ ଓ ଅଧାପନ୍ତରିଆ ହୋଇ ପଡିରହିଛି ।
ପ୍ରକାଶ ଥାଉ କି, ଉକ୍ତ ରାସ୍ତା ହାଟଡିହୀ ଓ ପନ୍ଦାଡୋ ପଞ୍ଚାୟତର ପ୍ରାୟ ୧୫ଟି ଗାଁର ମୁଖ୍ୟ ରାସ୍ତା। ଉକ୍ତ ରାସ୍ତାଦେଇ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଯାଇଥାନ୍ତି । ଏ ନେଇ ଅନେକ ସମସ୍ୟ ଉପୁଜୁଥିବାରୁ ସ୍ଥାନୀୟ ଲୋକେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି।
କାମ ଚାଲୁଥିଲା ହଠାତ୍ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…
ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...
ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ
ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...
ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…
ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...
୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି
ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...
ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍ପେଣ୍ଡ ହେଲେ ୨ ଏଏନଏମ
ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...
ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା
ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...
ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ
ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...
ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍
ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ । ତେବେ ଧରାପଡିବା ପରେ ଯୁବକ...
Archives


