Posted inଜାତୀୟ

ରାସ୍ତାରେ ଖେଳିଲେ ମୀନ

ବାରାଣସୀ,୩୦।୯: ସମସ୍ତେ ପୋଖରୀ ଓ ନଦୀମାନଙ୍କରେ ମାଛ ପହଁରୁଥିବାର ଦେଖିଥିବେ। ହେଲେ କେବେ ରାସ୍ତା ଉପରେ ମାଛ ପହଁରୁଥିବାର ଦେଖିଛନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାରାଣସୀରେ। ସୂଚନାଯୋଗ୍ୟ, ଗତ ୪ ଦିନରୁ ଲାଗିରହିଥିବା ବର୍ଷା ଯୋଗୁ ଉତ୍ତରପ୍ରଦେଶ ବେହାଲ୍‌ ହୋଇପଡ଼ିଥିବା ବେଳେ ବନ୍ୟା ପରିସ୍ଥିତି ଦେଖାଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ସହରର ବହୁ ଘରଗୁଡ଼ିକ ପାଣି ଘେରରେ ରହିଛନ୍ତି। ଲଗାଣ ବର୍ଷା ଯୋଗୁ ନଦୀ, ନାଳ ଓ ପୋଖରୀ ଫୁଲିଥିବା ବେଳେ ଏହାର ଉଛୁଳା ପାଣି ରାସ୍ତା ଉପରେ ଜମା ହୋଇଯାଇଛି। ଏଭଳି ସ୍ଥିତିରେ ମାଛ ମାନଙ୍କ ପାଇଁ ରାସ୍ତା ଏକପ୍ରକାର ପୋଖରୀ ସଦୃଶ ପାଲଟିଛି। ଏହି ରାସ୍ତାଗୁଡ଼ିକରେ ରଙ୍ଗବେରଙ୍ଗର ମାଛ ଖେଳୁଥିବାର ଦୃଶ୍ୟ ନଜର ଆସିଛି। ଆଉ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଉକ୍ତ ମାଛଗୁଡ଼ିକ ସହ ସେଲଫି ମଧ୍ୟ ନେଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଗଓ୍ବନ୍ତ ମାନଙ୍କୁ ଝଟ୍‌କା: ବଜେଟ ଅଧିବେଶନ ପାଇଁ ମଞ୍ଜୁରୀ ଦେଲେନି ରାଜ୍ୟପାଳ

ଚଣ୍ଡିଗଡ଼,୨୪।୨: ପଞ୍ଜାବର ରାଜ୍ୟପାଳ ବନଓ୍ବାରୀ ଲାଲ ପୁରୋହିତ ଭଗଓ୍ବନ୍ତ ମାନ ସରକାରଙ୍କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଚଳିତ ଥର ବଜେଟ ଅଧିବେଶନକୁ ରାଜ୍ୟପାଳ ଅନୁମୋଦନ...

ମାର୍ଚ୍ଚ ୧୧ରେ ଭାରତ-ଚାଇନା କମାଣ୍ଡରସ୍ତରୀୟ ବୈଠକ…

ଲଦାଖ,୮।୩ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ମାର୍ଚ୍ଚ ୧୧ରେ ଦୁଇ ଦେଶର ୧୫ ତମ ରାଉଣ୍ଡ...

୨୬ ବର୍ଷରେ ଦ୍ୱିତୀୟ ଥର ପାଇଁ ଭାଜପାଠାରୁ ଦୂରେଇଲେ ନୀତୀଶ…

ପାଟନା, ୯।୮ : ବିହାରରେ ଭାଜପା ଏବଂ ଜେଡିୟୁ ମେଣ୍ଟ ପୁଣି ଥରେ ଭାଙ୍ଗିଛି। ଗତ ୨୬ବର୍ଷରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ ଭାଜପାଠାରୁ...

ବିବିସି ଡକ୍ୟୁମଣ୍ଟାରି ନେଇ ସରକାରଙ୍କୁ କଂଗ୍ରେସର ସମର୍ଥନ: ଏକେ ଆଣ୍ଟୋନୀଙ୍କ ପୁଅ କହିଲେ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ…

ନୂଆଦିଲ୍ଲୀ,୨୪।୧ : ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନୀ ୨୦୦୨ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ...

ନାଟକରେ ଚାଲିଗଲା ଜୀବନ

ଲକ୍ଷ୍ନୌ,୧୭।୧୦: ଉତ୍ତରପ୍ରଦେଶର ହସନପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାଟକରେ ଅଭିନୟ କରୁଥିବା ସମୟରେ ଜଣେ ୬୨ବର୍ଷୀୟ କଳାକାରଙ୍କର ମୃତ୍ୟୁ ଘଟିଛି। ବିଞ୍ଜୋରର...

ଦେଶରେ କରୋନା ଟିକାକରଣ ୬୦ କୋଟି ଟପିଲା, ଏବେବି ପ୍ରତିଦିନ ଆବଶ୍ୟକ ୧ କୋଟି ଟିକା

ନୂଆଦିଲ୍ଲୀ,୨୬ ।୮: କରୋନାକୁ ହରାଇବାରେ ଦେଶ ତା’ର ଉଦ୍ୟମ ଜାରି ରଖିଛି । ଦେଶରେ ଦ୍ରୁତ ଗତିରେ ଚାଲୁଥିବା ଟିକାକରଣ ଏବେ ୬୦ କୋଟିରେ ପହଞ୍ଚିଛି...

ମୁଁ ସର୍ବପ୍ରଥମେ ଜଣେ ଭାରତୀୟ,କେ.ଶିବନ୍‌ଙ୍କ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ୍‌

ଚେନ୍ନାଇ,୧୧।୯:ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ଅଧ୍ୟକ୍ଷ କେ.ଶିବନ୍‌ଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଚନ୍ଦ୍ରଯାନ-୨କୁ ନେଇ  ଅଧିକ ଲୋକପ୍ରିୟ ହୋଇଥିବା ଶିବନ୍‌ଙ୍କ ଏକ ପୁରୁଣା ଭିଡିଓ...

ମନମୋହନ ରାଜ୍ୟ ସଭାକୁ ନିର୍ବାଚିତ

ଜୟପୁର/ଲକ୍ଷ୍ନୌ, ୨୦ା୮(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋମବାର ରାଜସ୍ଥାନରୁ ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉପନିର୍ବାଚନ ଲାଗି ନାମାଙ୍କନପତ୍ର ପ୍ରତ୍ୟାହାର ସମୟସୀମା ଅପରାହ୍ନ...

Advertisement
Archives

Model This Week