ରାସ୍ତାକଡ଼ରେ ଦାନ୍ତକାଠି ପସରା; ଜଙ୍ଗଲ ଉପରୁ କମୁନି ନିର୍ଭରଶୀଳତା

କେନ୍ଦୁଝର, ୨୨।୭ (ସ୍ବ.ପ୍ର.)- ଦିନ ଥିଲା ଲୋକେ ଜଙ୍ଗଲ ଉପରେ ନିିର୍ଭର କରି ଚଳୁଥିଲେ। ସେମାନଙ୍କୁ ଜଙ୍ଗଲ ଦେଉଥିଲା ଦାନାପାଣି। ଦିନକୁ ଦିନ ଜଙ୍ଗଲ ସମ୍ପଦର କ୍ଷୟ ଘଟିବା ଯୋଗୁ ବନଜାତ ଦ୍ରବ୍ୟ ସଂଗ୍ରହ ଉପରେ କଟକଣା ଜାରି କରାଯାଉଛି। ବନବାସୀ ଓ ଜଙ୍ଗଲ ତଳି ଇଲାକାର ଗରିବ ଲୋକେ ଆଜି ବି ଜଙ୍ଗଲ ଉପରେ ଅନେକାଂଶରେ ନିର୍ଭର କରି ପେଟ ପୋଷୁଛନ୍ତି। ବିଭିନ୍ନ ସରକାରୀ ଯୋଜନା ସେମାନଙ୍କ ଲାଗି ଅପହଞ୍ଚ ହୋଇ ରହିଛି। ଏଥିଲାଗି ଜଙ୍ଗଲ ଉପରୁ ନିର୍ଭରଶୀଳତା ହ୍ରାସ ପାଇପାରୁ ନାହିଁ । କେନ୍ଦୁଝର ସହର ରାସ୍ତାକଡ଼ରେ ଅନେକ ବନବାସୀ ଓ ଆଦିବାସୀ ପରିବାରର ମହିଳା ପ୍ରତିଦିନ ଦାନ୍ତକାଠି, ଜାଳକାଠ, ପତ୍ର, ଫଳ ଆଦି ବନଜାତ ଦ୍ରବ୍ୟ ଆଣି ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ବନଜାତ ଦ୍ରବ୍ୟ ସଂଗ୍ରହ ଦ୍ୱାରା ଜଙ୍ଗଲ ସମ୍ପଦ କ୍ଷୟ ହେଉଥିବା ଅଭିଯୋଗକୁ ସେମାନେ ମାନିବାକୁ ରାଜି ନ ଥିବା ସେମାନଙ୍କ ପ୍ରତିକ୍ରିୟାରୁ ଜଣାପଡ଼ିଛି।
ରାସ୍ତାକଡରେ ଦାନ୍ତକାଠି ବିକୁଥିବା ବାଂଶପାଳ ବ୍ଲକର ତଳଚମ୍ପେଇ ପଞ୍ଚାୟତର ଉପରକାଇପୁର ଗ୍ରାମର ମମତା ନାୟକ କହିଛନ୍ତି, ଆମେ ଜଙ୍ଗଲରୁ ଦାନ୍ତ କାଠି ଓ ପତ୍ର ତୋଳି ଆଣି ବିକି ପେଟ ପୋଷୁଛୁ। ଆମେ ଜଙ୍ଗଲ ଓ ପରିବେଶ କେବେ ନଷ୍ଟ କରି ନାହୁଁ। ଆମକୁ କାମଧନ୍ଦା ମିଳୁ ନ ଥିବା ବେଳେ ଜଙ୍ଗଲକୁ ନ ଗଲେ କିଭଳି ପେଟ ପୋଷିକୁ ବୋଲି ସେ ପ୍ରଶ୍ନ କରିଥିଲେ। ପୁରୁଷାନୁକ୍ରମେ ଜଙ୍ଗଲକୁ ସୁରକ୍ଷା ଦେଇଥିବା ଲୋକଙ୍କୁ ଏବେ ଜଙ୍ଗଲ ସୁରକ୍ଷା ଆଳରେ ନାନା ଭାବେ ହଇରାଣ କରାଯାଉଛି। ପ୍ରକୃତରେ ଯେଉର୍ଁମାନେ ଜଙ୍ଗଲ ଉଜାଡୁଛନ୍ତି, ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ଉପସ୍ଥିତ ଅନ୍ୟ ମହିମାନେ କହିଥିଲେ। ସେମାନେ ଆହୁରି କହିଥିଲେ, ଆଗ ଭଳି ଏବେ ଦାନ୍ତକାଠିର ଆଉ ଚାହିଦା ନାହିଁ ା ବିଭିନ୍ନ ପେଷ୍ଟ ଓ ବ୍ରଶକୁ ଲୋକେ ଆଦର କରୁଛନ୍ତି। ଦେଶୀ ଦାନ୍ତକାଠିର ଔଷଧୀୟ ଗୁଣ ହେତୁ ଏହାକୁ କେତେକ ଗ୍ରାହକ କିଣିଥାନ୍ତି।
ଜଙ୍ଗଲ ଉପରେ ବନବାସୀଙ୍କ ନିର୍ଭରଶୀଳତା କମାଇବା ଲାଗି ସରକାରୀ ସ୍ତରରେ ହେଉଥିବା ଯୋଜନାର ସୁଫଳ ରୂପାୟନ ନେଇ ବିଭିନ୍ନ ସମୟରେ ପଶ୍ନ ଉଠୁଛି। କେନ୍ଦୁଝର ଜିଲାର ବଣପାହାଡ଼ ଘେରା ଜଙ୍ଗଲ ଇଲାକାରେ କର୍ମନିଯୁକ୍ତି ଯୋଜନା ତଥା ଆଦିବାସୀଙ୍କ ବିକାଶ ଲାଗି ଉଦ୍ଦିଷ୍ଟ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏ ଦିଗରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବା ସତ୍ତ୍ୱେ ବନବାସୀଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ନ ବଦଳିବା ଚିନ୍ତାଜନକ ହୋଇଛି। ବନ୍ୟପ୍ରାଣୀ ତତ୍ତ୍ୱାବଧାରକ (ଅବୈତନିକ) ହରେକୃଷ୍ଣ ମହାନ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ୟପ୍ରାଣୀ ଖାଦ୍ୟ ନ ପାଇ ଗ୍ରାମମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ବନବାସୀଙ୍କୁ ଜଙ୍ଗଲର ସୁରକ୍ଷା ଦାୟିତ୍ୱ ଦିଆଗଲେ ସେମାନେ ଏହାର ରକ୍ଷଣାବେକ୍ଷଣ କରି ନିଜେ ରୋଜଗାରକ୍ଷମ ହୋଇପାରନ୍ତେ ବୋଲି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ମଧ୍ୟ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri