Posted inRasifala

ରାଶିଫଳ: ସୋମବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ନୀଚ ରାଶିରେ ଥିବାରୁ ଦୈହିକ ଓ ମାନସିକ ସ୍ଥିତି ଭଲ ରହିବ ନାହିଁ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ। ଆଲୋଚନା ପରିସରରେ ବନ୍ଧୁଙ୍କ ସହ ଯୁକ୍ତିତର୍କ ଦ୍ୱାରା ସମସ୍ୟା ସୃଷ୍ଟି ଆଶଙ୍କା ରହିଛି। ସ୍ଥଗିତ ରହିଯାଇଥିବା ଆନୁଷ୍ଠାନିକ କାମ ପାଇଁ ଅନ୍ୟମାନଙ୍କର ସାହାଯ୍ୟ ଅବଶ୍ୟ ପାଇବେ।
ବୃଷ
ବୃଷ
ଚନ୍ଦ୍ରଙ୍କ କେନ୍ଦ୍ରରେ ଗୁରୁ ଗଜକେଶରୀ ଯୋଗ ସୃଷ୍ଟି କରି ସାମଗ୍ରିକ ସୁଖ, ସୁବିଧା ପ୍ରଦାନ କରିବେ। ବିବାଦୀୟ ପରିସ୍ଥିତିରେ ବନ୍ଧୁ କିମ୍ବା ସହକର୍ମୀଙ୍କ ପରାମର୍ଶ କାର୍ଯ୍ୟ ହାସଲରେ ସହାୟକ ହେବ। ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଅଜଣା ଅଶୁଣା ବ୍ୟକ୍ତିମାନଙ୍କୁ ବିଶ୍ୱାସ କରି ପ୍ରତାରିତ ହୋଇପାରନ୍ତି।
ମିଥୁନ
ମିଥୁନ
ଷଷ୍ଠ ଏକାଦଶାଧିପତି ମଙ୍ଗଳ ରାଶିରେ ରହିଥିବାରୁ ଶତ୍ରୁବାଧା ମନକୁ ବିଚଳିତ କରିବ। ବନ୍ଧୁଙ୍କୁ ଆର୍ଥିକ ସାହାଯ୍ୟ କରି କିମ୍ବା ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବ୍ୟୟବରାଦ କରିବାକୁ ପଡ଼ିପାରେ। ଆନୁଷଙ୍ଗିକ ସାହାଯ୍ୟ ଲାଭ କରି ନିର୍ମାଣର ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ଧର୍ମକାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପ୍ରଶଂସିତ ହେବେ।
କର୍କଟ
କର୍କଟ
ରାଶ୍ୟାଧିପତି ଗୁରୁଦୃଷ୍ଟିରେ ଥିବାରୁ ପୁରାତନ ରୋଗ ଜନିତ ନିରୁତ୍ସାହିତ ହୋଇପାରନ୍ତି। ପରିବାରରେ ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ଆପଣ ପରିସ୍ଥିତିକୁ ସମ୍ଭାଳି ନେବେ। ଭଡ଼ାସୂତ୍ରରୁ କିମ୍ବା ପାଇବାକୁ ଥିବା ବକେୟା ଟଙ୍କା ପାଇ ସାମୟିକ ଖୁସି ହେବେ। ଆମତ୍ୀୟମାନେ ଶତ୍ରୁଭାବ ପୋଷଣ କରୁଥିଲେ ମଧ୍ୟ ମୁହଁ ସାମ୍ନାରେ କିଛି କହି ନ ପାରନ୍ତି।
ସି˚ହ
ସି˚ହ
ଶତ୍ରୁ କ୍ଷେତ୍ରରେ ରାଶ୍ୟାଧିପତି ଅବସ୍ଥାନ କରିଥିବାରୁ ପାରିବାରିକ ସ୍ଥିତି କିମ୍ବା ଚେଷ୍ଟା କରୁଥିବା କାମ ବାଧାପ୍ରାପ୍ତ ହେବ। ଖର୍ଚ୍ଚ ପରିମାଣ ବଢ଼ିପାରେ। ନିକଟସ୍ଥ ବନ୍ଧୁ କିମ୍ବା ସହକର୍ମୀମାନେ ଅସହଯୋଗ ମନୋଭାବ ପୋଷଣ କରିବେ। ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହେବା କାରଣରୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ।
କନ୍ୟା
ଭାଗ୍ୟସ୍ଥାନରେ ବକ୍ରୀ ବୃହସ୍ପତି ଆପଣଙ୍କର ବହୁତ ଦିନର ଆଶା ଓ ଅଭିଳାଷକୁ ପୂରଣ କରିପାରିବ। ବନ୍ଧୁମିଳନ ସହ ଆନୁଷ୍ଠାନିକ କ୍ଷେତ୍ରରୁ ପୁରସ୍କୃତ ହେବାର ସୂଚନା ରହିଛି। ଅଫିସ୍‍ରୁ ଫେରିବା ରାସ୍ତାରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ। ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ ସହ ଭ୍ରମଣଜନିତ ଆନନ୍ଦ ଅନୁଭବ କରିବେ।
ତୁଳା
ତୁଳା
ଶୁକ୍ର କୋଣଭାବରେ ଅବସ୍ଥାନ କରିଥିବାରୁ ସକାଳୁ ବନ୍ଧୁଙ୍କ ଆହ୍ବାନକ୍ରମେ କାମରେ ଲାଗିପଡ଼ିବେ। ସାମାଜିକ ସ୍ତରରେ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ। ପରିବାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟରୁ ମୂଲ୍ୟବାନ୍‍ ଦ୍ରବ୍ୟ ପାଇପାରନ୍ତି। କୌଣସି ବ୍ୟକ୍ତି ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବେ।
ବିଛା
ବିଛା
ମଙ୍ଗଳଙ୍କ ଦୁର୍ବଳତାଜନିତ ନିଜ ଲୋକଙ୍କ ଉପରେ ପୂର୍ଣ୍ଣ ଭରସା କରିବା ଠିକ୍‍ ନ ହୋଇପାରେ। ଅନ୍ୟର ସହମତି ପ୍ରାପ୍ତ ହୋଇ ଇଚ୍ଛିତ କାମକୁ ସମ୍ପନ୍ନ କରିପାରିବେ। ଆର୍ଥିକ କ୍ଷେତ୍ର, ରାଜନୈତିକ ସ୍ଥିତି, ପ୍ରଶାସନିକ କ୍ଷେତ୍ରର ସମସ୍ୟା, ବ୍ୟବସାୟିକ ଅପକର୍ଷ ଦୂରେଇ ଯିବ। ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି।
ଧନୁ
ଧନୁ
ପ୍ରାପ୍ୟ ଲାଭର ଶେଷ ମୁହୂର୍ତ୍ତରେ କୌଣସି ବ୍ୟକ୍ତିଙ୍କ ବିରୋଧ ପରିସ୍ଥିତିକୁ ଓଲଟାଇ ଦେଇପାରେ। ଶନି ଓ ଶୁକ୍ରଙ୍କ ସଂଯୋଗରୁ ଅତୀତ ଘଟଣାକୁ ମନରେ ସ୍ଥାନ ଦେଇ ଶାନ୍ତିରେ ମଧ୍ୟ ଶୋଇ ପାରିବେ ନାହିଁ। ପୂର୍ବ ରାଗ ଶୁଝାଇବାକୁ ଯାଇ ନିଜ ଲୋକ ଧୋକା ଦେବେ। ବନ୍ଧୁଙ୍କ ପରାମର୍ଶରେ ଆରମ୍ଭ କରିଥିବା ଯୋଜନାରେ ଚୁକ୍ତିପତ୍ର ସ୍ବାକ୍ଷରିତ ହେବ।
ମକର
ମକର
ଷଷ୍ଠ ଓ ଅଷ୍ଟମାଧିପତିଙ୍କ ରାଶ୍ୟାବସ୍ଥାନ ଯୋଗୁ ସମୟର ପ୍ରତିକୂଳ ପ୍ରଭାବରେ ଦେହ ଓ ମନ ସୁସ୍ଥ ରହିବ ନାହିଁ। ବିଶୃଙ୍ଖଳିତ ପରିସ୍ଥିତି ଆର୍ଥିକ, ପାରିବାରିକ ଓ ସାମାଜିକ କ୍ଷେତ୍ର ପାଇଁ ଅନୁକୂଳ ରହିବ ନାହିଁ। ଦୂରଦର୍ଶିତା ହେତୁ ପୂର୍ବରୁ ନିଜକୁ ସଜାଡ଼ି ନେବେ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଜମିଜମା କାରବାରରେ ଉପକୃତ ହେବେ।
କୁମ୍ଭ
କୁମ୍ଭ
କେନ୍ଦ୍ରସ୍ଥ ବୃହସ୍ପତି ପ୍ରଭାବରେ ସମସ୍ୟା ସମାଧାନ ପୂର୍ବକ କାର୍ଯ୍ୟହାସଲରେ ସମର୍ଥ ହେବେ। ଆକସ୍ମିକ ଭାବରେ ସମ୍ମାନ, ବନ୍ଧୁମିଳନ କିମ୍ବା ଉପଢୌକନାଦି ପାଇବା ଯୋଗ ରହିଛି। ଆମତ୍ୀୟଙ୍କ ବ୍ୟବହାର, ଚାଲିଚଳନ ଏପରିକି ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ଆଜିର ଯାତ୍ରା, ବ୍ୟବସାୟ, ସଭାସମିତିରେ ଲକ୍ଷ୍ୟ ହାସଲ ହୋଇପାରିବ।
ମୀନମୀନ

ଧନଭାଗ୍ୟାଧିପତିଙ୍କ ସ୍ଥାନାବସ୍ଥାନରୁ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିପାରନ୍ତି। କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ସମ୍ମାନିତ ହେବାର ଯୋଗ ରହିଛି। ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ବୁଝାମଣା, ଏକଜିଦିଆ ମନୋବୃତ୍ତି ସମସ୍ୟାର କାରଣ ହୋଇପାରେ। କଳା, ସାହିତ୍ୟ, ସାମ୍ବାଦିକତା, ଫଟୋଗ୍ରାଫି, ବ୍ୟବସାୟ ଓ ପରିବହନ ଦିଗରୁ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri