Posted inRasifala

ରାଶିଫଳ: ରବିବାର, ଜୁନ୍‍ ୨ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଅନ୍ତରଙ୍ଗ ବନ୍ଧୁଙ୍କ ଅଶାନ୍ତ ମନ ଦେଖି ନିଜେ ଚିନ୍ତିତ ହୋଇପାରନ୍ତି।
ବୃଷ
ବୃଷ
ସମସ୍ୟା ଲାଗି ରହିବା ଯୋଗୁ ଅଟକି ରହିଥିବା କାମର ଚିନ୍ତା ଆଜି ମନକୁ ଆନ୍ଦୋଳିତ କରିପାରେ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ ଓ ପରିବହନ ବେଶ୍‌ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା, କ୍ରନିକ୍‌ ରୋଗପୀଡ଼ା ଓ ପାରିବାରିକ ମତାନ୍ତରଜନିତ ସାମୟିକ ଚିନ୍ତିତ ରହିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ନିଜ ବନ୍ଧୁମାନଙ୍କୁ ଆପଣେଇନେବାରେ ସମର୍ଥ କରାଇବ। ବିଭିନ୍ନ ଯୋଜନା, ସାଙ୍ଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଭୁଲ୍‌ ବୁଝାମଣା କାରଣରୁ ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତ ପ୍ରକଟ କରି ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସଂଯମର ଅଭାବ ଓ ଯାତ୍ରାରେ ଧନହାନି ଦୁଶ୍ଚିନ୍ତାର କାରଣ ହୋଇପାରେ।
କର୍କଟ
କର୍କଟ
ଯାତ୍ରା ସମୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ସଭାସମିତିରେ କାହା କଥା ସହ ଅନ୍ୟ କାହାର କଥା ନ ମିଶିବା ଫଳରେ ଆଲୋଚନା ଅମୀମାଂସିତ ରହିବ।
ସି˚ହ
ସି˚ହ
ବନ୍ଧୁଙ୍କ ସାହାଯ୍ୟ ଓ ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ସରସ ସୁନ୍ଦର କରିବ। ସଭାସମିତିରେ ଅପ୍ରିୟ ସତ୍ୟକଥା କହି ବିବାଦ ଘେରରେ ପଡ଼ିପାରନ୍ତି। ସାହିତ୍ୟ,ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି। ପ୍ରତିବନ୍ଧକ ହେତୁ ବାଣିିଜ୍ୟ,ବ୍ୟବସାୟ, ନୂତନ କର୍ମାରମ୍ଭ କିମ୍ବା ଯାତ୍ରା ପାଇଁ ପ୍ରସ୍ତୁତି କ୍ଷେତ୍ରରେ ସମସ୍ୟାଗ୍ରସ୍ତ ହେବେ।
କନ୍ୟା
ଲକ୍ଷ୍ୟ ପୂରଣ ଦିଗରେ ସହକର୍ମୀମାନଙ୍କ ଅସହଯୋଗ, ଆତ୍ମୀୟସ୍ବଜନଙ୍କ ଦ୍ୱାରା ଅସମ୍ମାନିତ ହୋଇ ଦୁଃଖ ପ୍ରକାଶ କରିପାରନ୍ତି। ଅର୍ଥ ଦେବା ନେବାକୁ କେନ୍ଦ୍ରକରି ବନ୍ଧୁମାନଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପ୍ରଶାସନ, ଆଇନ ଓ ଅଦାଲତ ତଥା ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
ତୁଳା
ତୁଳା
ନୂତନ ବନ୍ଧୁ ସମ୍ପର୍କ ଓ କର୍ମକ୍ଷେତ୍ରରେ ସୁଚିନ୍ତିତ କାର୍ଯ୍ୟଧାରା କାମକୁ ଅଗ୍ରଗାମୀ କରାଇବାରେ ସାହାଯ୍ୟ କରିବ। ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବା ଆଶା ରହିଛି। ପ୍ରଶାସନିକ ସ୍ତରରେ ସହକର୍ମୀଙ୍କ ଅନୁପସ୍ଥିତିରୁ କର୍ମପ୍ରବାହ ବିଳମ୍ବିତ ହୋଇପାରେ।
ବିଛା
ବିଛା
ଏଇ କେତେଦିନ ହେଲା ଯାହା ଖୋଜୁଛନ୍ତି ଓ ଆଶା କରୁଛନ୍ତି ଆଜି ଅବଶ୍ୟ ପାଇବା ଆଶା ରହିଛି। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବା ସକାଶେ ଦିନଟି ବହୁତ ଭଲ। କଳା, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ଅପରାହ୍ନରେ ଟେନ୍‌ସନ ବଢ଼ିପାରେ।
ଧନୁ
ଧନୁ
ବହୁଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇପାରନ୍ତି। ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ଭ୍ରମଣ ସୁଯୋଗ ଜୁଟିବ। ଆଲୋଚନା ପରିସରରେ ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସହକର୍ମୀ କିମ୍ବା ଆତ୍ମୀୟମାନେ ପାଖ ମାଡ଼ିବେ ନାହିଁ।
ମକର
ମକର
ଦୈହିକ ଅସୁସ୍ଥତା ମାନସିକ ସୁସ୍ଥତାକୁ କ୍ଷୁଣ୍ଣ କରିବା ହେତୁ କୌଣସି କାମରେ ମନ ଲାଗିବ ନାହିଁ। ପ୍ରିୟଜନଙ୍କ ଅନୁପସ୍ଥିତି ମନରେ ଗଭୀର ଦୁଃଖ ଦେଇପାରେ। ପାଖ,ପଡ଼ୋଶୀଙ୍କ କଥାରେ ପ୍ରଭାବିତହୋଇ କୌଣସି କାମ ପାଇଁ ଆଗଭର ହୋଇପାରନ୍ତି। ଆର୍ଥିକ ସ୍ଥିତି ମନ୍ଦ ନ ଥିଲେ ମଧ୍ୟ ଋଣ ପରିଶୋଧ କରିବାରେ ପଛେଇଯିବାକୁ ପଡ଼ିବ।
କୁମ୍ଭ
କୁମ୍ଭ
ଆଜିର ଯାତ୍ରା, ଶୁଭକାର୍ଯ୍ୟାରମ୍ଭ,ସତ୍‌ଚିନ୍ତା ଓ ଶୁଦ୍ଧଭାବନା ମନରେ ଭାବାନ୍ତର ସୃଷ୍ଟି କରିବ। ସାମାନ୍ୟ କେତେକ ସାଧାରଣ ଅସୁବିଧାକୁ ବାଦ୍‌ ଦେଲେ ଦିନଟିରେ ବହୁତ ଭଲ କାମ କରିବେ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସିଲେ ଅଶାନ୍ତିର ମାତ୍ରା ବଢ଼ିବା ବ୍ୟତୀତ ଲାଭ କିଛି ହେବନି। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।
ମୀନମୀନ
ବନ୍ଧୁମାନଙ୍କ ହସ୍ତକ୍ଷେପ ଫଳରେ ଘରର ଅଶାନ୍ତ ପରିବେଶ କେତେକାଂଶରେ ଶାନ୍ତ ପଡ଼ିବା ଆଶା କରାଯାଇପାରେ। ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି। ବାକି ରହିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ତଥାପି ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବା ଆଶଙ୍କା ରହିଛି। ବ୍ୟବସାୟରେ ଲାଭ ମିଳିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri