Posted inRasifala

ରାଶିଫଳ: ରବିବାର, ଜାନୁଆରି ୧୯ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ଷଷ୍ଠାଧିପ ଯୁକ୍ତ ରବିଙ୍କ ଯୋଗୁ ସବୁ କଥାକୁ ଭଲରୂପେ ବିଚାର କରି କାମ କରିବା ଭଲ ହେବ। ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେଲେ ମଧ୍ୟ ଆତ୍ମୀୟଙ୍କ ଅନାଦର ଭାବ ମନକୁ ବ୍ୟଥିତ କରିବ। ଆଗାମୀ ଆନୁଷ୍ଠାନିକ କାମକୁ ଆଖି ଆଗରେ ରଖି ଘରକୁ ସଜାଡ଼ିବାରେ ସମୟ ନେଇପାରନ୍ତି। ଯାତ୍ରା, ବାଣିଜ୍ୟରେ ସଫଳତା ମିଳିବ।
ବୃଷ
ବୃଷ
ବୁଧଙ୍କ ନବମଭାବ ସଂସ୍ଥିତି କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କର ଯୁକ୍ତିଯୁକ୍ତ ବିଚାର ଓ ସୁଚିନ୍ତିତ ପରାମର୍ଶ ବନ୍ଧୁମାନଙ୍କ ମନକୁ ପାଇବ। ତଥାପି ନିଜ କ୍ଷେତ୍ରରେ ବିଭିନ୍ନ ପ୍ରକାର ଅଟକି ରହିଥିବା କାମଗୁଡ଼ିକୁ ନେଇ ମନ ବିଚଳିତ ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହୋଇପାରେ।
ମିଥୁନ
ମିଥୁନ
ରାଶିରେ ରାହୁ ଓ ସପ୍ତମସ୍ଥ ଏକାଧିକ ଗ୍ରହ ହେତୁ ବିବାଦୀୟ ଘଟଣାର ସମାଧାନ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅମୀମାଂସିତ ରହିବ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆଦେଶାନୁସାରେ ହଠାତ୍‌ ଦୂରକୁ ଯିବାକୁ ପଡ଼ିପାରେ। ମନ ଭିତରର ଗୋପନ କଥା କହିବାକୁ ଇଚ୍ଛା ଥିଲେ ମଧ୍ୟ ସଂକୋଚବଶତଃ ବନ୍ଧୁଙ୍କ ନିକଟରେ ପ୍ରକାଶ କରିପାରିବେ ନାହିଁ।
କର୍କଟ
କର୍କଟ
ସାମାଜିକ ସ୍ତରରେ ଜନହିତକର କାମ କରି ପ୍ରଶଂସାଭାଜନ ହେବେ। ଶୁକ୍ର ଅଷ୍ଟମସ୍ଥ ଯୋଗୁ ପରିବାରରେ ଏକ ସାମାନ୍ୟ କଥାରେ ମତଭେଦ ଘଟିପାରେ। ମାଲିମକଦ୍ଦମା ଓ ବ୍ୟବସାୟରେ ସ୍ଥିତି ଅନୁକୂଳ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ, ଆଲୋଚନାରେ କିଛି ସମସ୍ୟା ଦେଖାଦେଇପାରେ।
ସି˚ହ
ସି˚ହ
ରବିଙ୍କ ଶୁଭ ସଂସ୍ଥିତିରୁ କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନକରି କେତେକାଂଶରେ ଆଶ୍ୱସ୍ତି ଅନୁଭବ କରିବେ। ହଠାତ୍‌ କିଛି ଅର୍ଥର ଆବଶ୍ୟକତା ପଡ଼ିପାରେ। କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ, ମାତ୍ର ଆଶାନୁରୂପ ସାହାଯ୍ୟ ମିଳି ନ ପାରେ। ଆଜି ଅଫିସିଆଲି ଆଲୋଚନାରେ ସହକର୍ମୀମାନଙ୍କ ସହ ଉଚ୍ଚବାଚ ଘଟିପାରେ।
କନ୍ୟା
ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ଆର୍ଥିକ ଉନ୍ନତି,ବନ୍ଧୁମାନଙ୍କ ସମାଦର,ସମସ୍ୟାର ସମାଧାନ ହେବ। ବିଭିନ୍ନ ପ୍ରକାର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆନୁଷ୍ଠାନିକ କାର୍ଯ୍ୟ ସମ୍ପାଦିତ ହେବ। ପୂର୍ବରାଗ ଶୁଝାଇବାକୁ ଯାଇ ନିଜର ଆତ୍ମୀୟମାନେ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ହଠାତ୍‌ ଶତ୍ରୁତା କରିପାରନ୍ତି। ସଭାସମିତିରେ ବନ୍ଧୁଙ୍କ ଯୁକ୍ତି ଗ୍ରହଣ କରିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ଅନୁକୂଳ ଗ୍ରହ ସ୍ଥିତିରୁ ଆନୁଷଙ୍ଗିକ ସାହାଯ୍ୟ,ସହଯୋଗ ଲାଭକରି ନୂତନ କାର୍ଯ୍ୟଟି ସୁରୁଖୁରୁରେ ସମ୍ପନ୍ନ କରିବେ। ଗୁରୁଶୌରୀଙ୍କ ଭାଗ୍ୟଭାବାଲୋକନ ଶିଳ୍ପ,ବାଣିଜ୍ୟ,କାରିଗରି , ଆଇନ ଅଦାଲତ ଓ ଗଣତାନ୍ତ୍ରିକ ପଦ୍ଧତିର କାର୍ଯ୍ୟରେ ସଫଳତା ପାଇବେ। ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ।
ବିଛା
ବିଛା
ଶୁକ୍ର ଓ ମଙ୍ଗଳାଦି ଗ୍ରହଙ୍କ କୃପାରୁ ପ୍ରତ୍ୟେକ କାମ ସହଜରେ ସମ୍ପନ୍ନ ହେବ। ବନ୍ଧୁଙ୍କ ପରାମର୍ଶକ୍ରମେ ଦୈନିକ କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରି ଆମତ୍ତୃପ୍ତି ଲାଭ କରିବେ। ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରି ବିଚଳିତ କରିପାରେ।
ଧନୁ
ଧନୁ
ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିଲେ ମଧ୍ୟ କାର୍ଯ୍ୟହାନି କାରଣରୁ ମାନସିକ ସ୍ତରରେ ସାମାନ୍ୟ ଅସ୍ଥିରତା ଅନୁଭବ କରିବେ। ପ୍ରତିକୂଳ ସମୟ ଚାଲିଥିବାରୁ ପରିସ୍ଥିତିବଶତଃ ଅବହେଳିତ ହୋଇ ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ମକର
ମକର
ଶୁକ୍ରଙ୍କ ସୁପ୍ରଭାବରୁ ବୁଦ୍ଧିମତ୍ତାର ପରିଚୟ ଦେଇ ପ୍ରତ୍ୟେକ ସମସ୍ୟାକୁ ସରଳ ଓ ସୁନ୍ଦର ଭାବରେ ସମାଧାନ କରିପାରିବେ। ନୂତନ ବନ୍ଧୁତ୍ୱ, ରପ୍ତାନି, ବାଣିଜ୍ୟ, କଳା, ସାହିତ୍ୟଚର୍ଚ୍ଚା, ସଙ୍ଗୀତ ସାଧନାରେ ଉନ୍ନତି କରିବେ। ସୁସ୍ଥ ମାନସିକତା ଅଭାବରୁ ଶ୍ରବଣା ନକ୍ଷତ୍ର ଟିକିଏ କଥାରେ ରାଗିବା ଫଳରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ।
କୁମ୍ଭ
କୁମ୍ଭ
ଶୁକ୍ର ପ୍ରତି ଶନିଙ୍କ ଦୃଷ୍ଟି କାରଣରୁ ସକାଳୁ ସକାଳୁ ସାମାନ୍ୟ ବଚସାଜନିତ ମନ ଖରାପ ହୋଇଯାଇଥିଲେ ମଧ୍ୟ ଅଳ୍ପ ସମୟ ପରେ ସବୁ କିଛି ଠିକ୍‌ ହୋଇଯିବ। ପରୋକ୍ଷ ଶତ୍ରୁତା ହେତୁ କାମଗୁଡିକ ଶୃଙ୍ଖଳିତ ହେବାର ସୂଚନା ରହିଛି। ଜମିଜମା ସମ୍ପର୍କି ତ କଥାବାର୍ତ୍ତା, କଚେରି ମାମଲା, ଚୁକ୍ତିପତ୍ର, ବିବାଦର ସମାଧାନ କ୍ଷେତ୍ରରେ ସଫଳତା ପାଇବେ।
ମୀନମୀନ
କର୍ମସ୍ଥ ଗ୍ରହ ପ୍ରଭାବରେ ଆପଣଙ୍କ କୌଣସି କାମ ଅଟକି ରହିବ ନାହିଁ, ମାତ୍ର ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ପରିବାରରେ ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ,କିଛିଟା ଅଭାବ ଓ ଅସୁବିଧାରୁ ମନ ଭାରାକ୍ରାନ୍ତ ରହିପାରେ। ଜମିଜମା କାରବାର,ଗୃହ ନିର୍ମାଣ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ି ଚାଲିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri