Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ
ଉତ୍ତରାଷାଢ଼ା ନକ୍ଷତ୍ରରେ ମଙ୍ଗଳ ଥିବାରୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ ଆଗଭର ହେବେ। ଉତ୍ତମ ବୁଝାମଣା ଯୋଗୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ଅଫିସରେ ଜଣେ ବନ୍ଧୁଙ୍କ କାର୍ଯ୍ୟକଳାପକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ । ସନ୍ତାନଙ୍କ ଅଶାନ୍ତ ମନଦେଖି ଚିନ୍ତିତ ହୋଇପାରନ୍ତି ।
ବୃଷ
ବୃଷ
ଶନି ଚତୁର୍ଥାଧିପତିଙ୍କ ନକ୍ଷତ୍ରସ୍ଥ ହେତୁ ପ୍ରତ୍ୟେକ ପ୍ରକାର ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ମନରେ ନକାରାତ୍ମକ ଭାବନାର ଜୁଆର କେନ୍ଦ୍ରୀଭୂତ ହେବାରୁ ବିଷାଦିତ ରହିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ ଏବଂ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି ।
ମିଥୁନ
ମିଥୁନ
ବୃହସ୍ପତି ନକ୍ଷତ୍ରସ୍ଥ ବୁଧ ଯୋଗୁ ଆଜି ଆପଣ ନିଜ ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବାର ଆଶା ରହିଛି । ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସାସୂଚକ ପଦୁଟିଏ କଥା ଶୁଣିବାକୁ ମିଳିବ ନାହିଁ । ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ବଢ଼ିବ ।
କର୍କଟ
କର୍କଟ
ଏକାଦଶସ୍ଥ ଶୁକ୍ରଙ୍କ ଯୋଗୁ ଅର୍ଥଲାଭ, କାର୍ଯ୍ୟସିଦ୍ଧି ସାଙ୍ଗକୁ ଯାତ୍ରା, ବ୍ୟବସାୟ, ସାମୂହିକ ଆଲୋଚନାରେ ସଫଳତା ଲାଭ କରିବେ । ବିବାଦୀୟ ପରିସ୍ଥିତି କେତେକାଂଶରେ ଶାନ୍ତ ପଡ଼ିଯାଇଥିବାରୁ ଟେନସନ୍‌ କମିଯାଇପାରେ । ଯାତ୍ରା କାଳରେ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି ।
ସି˚ହ
ସି˚ହ
କର୍ମାଧିପ ନିଜ ଗୃହରେ ଅବସ୍ଥାନ କରିଥିବାରୁ କର୍ମକ୍ଷେତ୍ରରେ କୌଣସି ଅସୁବିଧା ହେବନାହିଁ। ନୂତନ କର୍ମାରମ୍ଭ, କଲ୍ୟାଣମୂଳକ କାର୍ଯ୍ୟ, ସାହିତ୍ୟ, କଳା,ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ପରିବାରର ବରାଦ ଅନୁସାରେ ବିଳାସ ସମ୍ପର୍କିତ ସାମଗ୍ରୀ କ୍ରୟ କରିବେ ।
କନ୍ୟା
ରାହୁଯୁକ୍ତ ଚନ୍ଦ୍ର ଜନିତ ହଠାତ୍‌ କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେବ । କିନ୍ତୁ ଚିତ୍ରା ନକ୍ଷତ୍ର କର୍ମକ୍ଷେତ୍ରରେ ଲକ୍ଷ୍ୟ ପୂରଣ ସହ ସାହାଯ୍ୟ, ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ । ବନ୍ଧୁଙ୍କ ଆହ୍ବାନକ୍ରମେ ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି ।
ତୁଳା
ତୁଳା
ଗୁରୁଶୌରୀ ଯୋଗର ସୁପ୍ରଭାବରେ ପଦମର୍ଯ୍ୟାଦା ବୃଦ୍ଧି ପାଇବା ସହ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଘଟିବ। ସାମାଜିକ ସ୍ତରରେ ସମ୍ମାନିତ ହେବା ସାଙ୍ଗକୁ ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । କିନ୍ତୁ ଚିତ୍ରା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମାନସିକ ସ୍ଥିତି ଭଲ ରହି ନ ପାରେ ।
ବିଛା
ବିଛା
ରାଶ୍ୟାଧିପ ଉଚ୍ଚାଂଶରେ ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟକୁ ଦୃଢ଼ ପଦକ୍ଷେପ ନେଇ ସମ୍ପନ୍ନ କରିବାରେ ସମର୍ଥ ହେବେ । ନିକଟ ସମ୍ପର୍କୀୟଙ୍କ ସହାୟତାରେ ଯଥାସମୟରେ ସବୁ କିଛି ହାତକୁ ନେଇଥିବା କାମ ସମ୍ପନ୍ନ ହୋଇପାରିବ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ ।
ଧନୁ
ଧନୁ
ପ୍ରିୟଜନଙ୍କ ସହାୟତାରେ ଆବଶ୍ୟକ ଅର୍ଥ, ଦ୍ରବ୍ୟ ଲାଭ କରିବେ । ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବାରେ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ । ବିବାଦୀୟ ପରିସ୍ଥିତିରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।
ମକର
ମକର
ପରସ୍ପର ବିରୁଦ୍ଧାତ୍ମକ ଗ୍ରହ ରାଶିରେ ଅବସ୍ଥାନ କରିଥିବାରୁ ବିବାଦୀୟ ଚିନ୍ତାଧାରା ମନକୁ ଉତ୍ତେଜିତ କରିବ । ଅପ୍ରିୟ ସତ୍ୟ ଭାଷଣ ଜନିତ ନିକଟ ସମ୍ପର୍କୀୟମାନେ କ୍ରମଶଃ ଦୂରେଇ ରହୁଥିବାର ଅନୁଭବ କରିପାରନ୍ତି । ଭାବପ୍ରବଣତାବଶତଃ କୌଣସି ପରିହାସ ଯୁକ୍ତ କଥା ବନ୍ଧୁ ଗହଣରେ ସମସ୍ୟା ସୃଷ୍ଟି କରିପାରେ।
କୁମ୍ଭ
କୁମ୍ଭ
ସମସ୍ୟା ଆସିଲେ ମଧ୍ୟ ତାହାକୁ ଅତି ସରଳ ଓ ସହଜରେ ସମାଧାନ କରିପାରିବେ । ନୂତନ ଜିନିଷ କ୍ରୟ କରିବା ପାଇଁ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ମର୍ଯ୍ୟାଦାସମ୍ପନ୍ନ ବ୍ୟକ୍ତିଙ୍କ ଦ୍ୱାରା ସ୍ଥଗିତ କାମର ପୁନଃ ଆରମ୍ଭ କରିପାରନ୍ତି । ଛୋଟ କଥାକୁ ଧରି ବସନ୍ତୁ ନାହିଁ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ।
ମୀନମୀନ
ଦ୍ୱାଦଶରେ ବୁଧ ଓ ପରିବାର ଭାବରେ ଚନ୍ଦ୍ର ରାହୁଯୁକ୍ତ କାରଣରୁ ପାରିବାରିକ ଅସ୍ଥିରତା, ବନ୍ଧୁ ସମ୍ପର୍କକୁ କ୍ଷୁଣ୍ଣ କରିବ । ଅବଶ୍ୟ ସନ୍ଧ୍ୟାରେ କର୍ମକ୍ଷେତ୍ରରୁ ଫେରିବା ବେଳକୁ ଘରର ଅଶାନ୍ତ ପରିବେଶ କେତେକାଂଶରେ ଶାନ୍ତ ପଡ଼ିଯାଇଥିବ । ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ରାଶିରେ ବିଳାସକାରକ ଗ୍ରହ ଶୁକ୍ର ଅବସ୍ଥାନକରି ଦିନଟିକୁ ସୁଖ ସ୍ବାଚ୍ଛନ୍ଦ୍ୟରେ ଅତିବାହିତ କରାଇବେ। ଆନୁଷ୍ଠାନିକ କାମ ମଧ୍ୟରେ ବନ୍ଧୁମାନଙ୍କ ସାନ୍ନିଧ୍ୟ ଓ ପରିବାର…

ରାଶିଫଳ: ସୋମବାର, ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ଯୁକ୍ତ ଏକାଦଶସ୍ଥ ଚନ୍ଦ୍ର ସନ୍ତାନଙ୍କ ସ୍ବାସ୍ଥ୍ୟହାନି ସାଙ୍ଗକୁ ସୁସମ୍ପର୍କ କ୍ଷେତ୍ରରେ ବାଧା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଚାପର ସମ୍ମୁଖୀନ ହୋଇପାରନ୍ତି। ପ୍ରଶାସନିକ ଆଲୋଚନା…

ରାଶିଫଳ: ରବିବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସ୍ବନକ୍ଷତ୍ରସ୍ଥ ଯୋଗୁ କର୍ମମୁଖର ରହିବେ ଏବଂ ପାରିବାରିକ କ୍ଷେତ୍ର ସରସ ସୁନ୍ଦର ରହିବ। ଆନୁଷ୍ଠାନିକ କାମରେ, ସଭାସମିତିରେ, ସତ୍‌ସଙ୍ଗର ସାନ୍ନିଧ୍ୟ ଲାଭରେ, ଆଲୋଚନା…

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri