Posted inRasifala

ରାଶିଫଳ: ଗୁରୁବାର, ଫେବ୍ରୁଆରି ୨୭ ତାରିଖ – Daily Horoscope

ମେଷ
କର୍ମଭାବସ୍ଥ କର୍ମାଧିପତି ଯୋଗୁ ପ୍ରତ୍ୟେକ ପ୍ରକାରର ପରିସ୍ଥିତିକୁ ସାମନା କରି ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ । ଶୁଭକାର୍ଯ୍ୟ ପରିପ୍ରେକ୍ଷୀରେ ଆତ୍ମୀୟମାନଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ କାମରେ ଶିଥିଳତା ପରିଲକ୍ଷିତ ହେବ ।
ବୃଷ
ବୃଷ
ରବି ଓ ବୁଧ କେନ୍ଦ୍ରସ୍ଥ ଯୋଗୁ ପାରିବାରିକ ସମ୍ପର୍କ, ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭ କରିବେ । ସମ୍ପର୍କୀୟଙ୍କ କାମରେ ହସି ହସି ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ । ପରିବାରରେ ବହୁତ ଦିନରୁ ଚାହିଁ ବସିଥିବା ପ୍ରତୀକ୍ଷିତ ଖବର ହଠାତ୍‌ ପାଇ ଖୁସି ହୋଇଯିବେ । କଠୋର ଶ୍ରମ ଯୋଗୁ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।
ମିଥୁନ
ମିଥୁନ
କର୍ମସ୍ଥ ଶୁକ୍ର ଓ ଚନ୍ଦ୍ର ପ୍ରଭାବରୁ ଆର୍ଥିକ ଉନ୍ନତି ସହ ମନୋରଞ୍ଜନ ଉପକରଣ କ୍ରୟ କରିପାରନ୍ତି । ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବ । ନିକଟ ସମ୍ପର୍କୀୟମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ବିଳମ୍ବରେ ଆଜିର କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ ।
କର୍କଟ
କର୍କଟ
ଦିନଟି ବହୁତ ଭଲ । ସାଙ୍ଗସାଥୀ, ବନ୍ଧୁବର୍ଗଙ୍କ ସହ ହସଖୁସି ମଧ୍ୟରେ ସମୟ କଟାଇବେ । ସାମାନ୍ୟ ଖର୍ଚ୍ଚାନ୍ତ ହୋଇ ଦୀର୍ଘଦିନର ଆଶା ଚରିତାର୍ଥ କରିପାରନ୍ତି । ଅଫିସ୍‌ ସମ୍ବନ୍ଧୀୟ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ଅଶ୍ଳେଷା ନକ୍ଷତ୍ର ସକାଶେ ସାହାଯ୍ୟର ଗନ୍ଧ ନ ଥାଇ ସାଙ୍ଗମାନଙ୍କ ଶୁଖିଲା ଉପଦେଶ ଶୁଣି ମନରେ ବିରକ୍ତି ଆସିପାରେ ।
ସି˚ହ
ସି˚ହ
ଉଚ୍ଚଭାବରେ କର୍ମାଧିପ ଯୋଗୁ ଆଗାମୀ କାର୍ଯ୍ୟ ସକାଶେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟରୁ ମନୋବଳ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମ କଲେ ଅବଶ୍ୟ ଉପକୃତ ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । କେତେକ ଘରୋଇ କାମ ସକାଶେ ଅନ୍ୟମାନଙ୍କ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।
କନ୍ୟା
ରାଶିପ୍ରତି ଚନ୍ଦ୍ର ଓ ଶୁକ୍ରଙ୍କ ଦୃଷ୍ଟିରୁ ପାରିବାରିକ ସ୍ତରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିମାନେ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ । ଅର୍ଥନୈତିକ ଅଭିବୃଦ୍ଧି, ନୂତନ ବନ୍ଧୁସମ୍ପର୍କ, ମାଙ୍ଗଳିକ କାମର ପ୍ରସ୍ତୁତିରେ ଖୁସି ଅନୁଭବ କରିବେ ।
ତୁଳା
ତୁଳା
ପାପଗ୍ରହମାନଙ୍କ କୁପ୍ରଭାବରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି । ସରକାରୀ ଦପ୍ତରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାର ସୂଚନା ରହିଛି । ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ସମ୍ପର୍କୀୟ ଜଣେ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ବୃତ୍ତିଗତ ଧନ୍ଦାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ ।
ବିଛା
ବିଛା
ଶୁକ୍ର ଓ ଚନ୍ଦ୍ରଙ୍କ କୋଣଭାବର ସୁପ୍ରଭାବରେ ବନ୍ଧୁଙ୍କ ଆଦର, ପରିବାରର ସ୍ନେହ, କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ । ଆର୍ଥିକ ଉନ୍ନତି, ସ୍ଥଗିତ କାର୍ଯ୍ୟାରମ୍ଭ କରିପାରନ୍ତି। ରାସ୍ତାରେ ଗମନାଗମନ କ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । ଜମିଜମା କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ଅଟକି ରହିଥିବା କାମକୁ ତ୍ୱରାନ୍ବିତ ପାଇଁ ଚେଷ୍ଟା କରିବେ । ପ୍ରତିଦ୍ୱନ୍ଦ୍ୱିତାଜନିତ ପରିବହନ କ୍ଷେତ୍ରରେ ଅପରାହ୍ନରେ ସମସ୍ୟାର ସମାଧାନ ହୋଇଯିବ । ବନ୍ଧୁମେଳରେ ଅପମାନଜନକ କଥାଶୁଣି ମନସ୍ତାପ କରିପାରନ୍ତି। ବାରମ୍ବାର ଚେଷ୍ଟାକଲେ ମଧ୍ୟ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ ।
ମକର
ମକର
ସପ୍ତମାଧିପ ଶୁକ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଆପଣଙ୍କ ଚିନ୍ତା ଓ ଭାବନା ବାସ୍ତବତାରେ ପରିଣତ ହୋଇପାରିବ। ଧନିଷ୍ଠା ନକ୍ଷତ୍ରର କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି । ବ୍ୟବସାୟିକ ସ୍ଥିତି ଭଲ ରହିବା ସହ ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କିଣିବାକୁ ମନ ବଳାଇ ପାରନ୍ତି।
କୁମ୍ଭ
କୁମ୍ଭ
ବିଷମ ପରିସ୍ଥିତିରେ ମଧ୍ୟ ନମ୍ରଭାବ ପୋଷଣକରି କର୍ମକ୍ଷେତ୍ରର ଉତ୍ତେଜନାକୁ ପ୍ରଶମିତ କରିପାରିବେ । ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଅଭାବ ଅସୁବିଧାକୁ ଦୂରେଇବାରେ ସମର୍ଥ ହେବେ । ପାରିବାରିକ ଖର୍ଚ୍ଚର ଭରଣା କରିବାକୁ ଧାର ଉଧାର କରିବାକୁ ପଡିପାରେ । ସଭାସମିତିରେ ଜଣେ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି ।
ମୀନମୀନ
ସବୁ ସୁବିଧା ଥାଇ ମଧ୍ୟ କାମ ହାସଲ ନ ହେବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟିହେବ । ଈର୍ଷାପରାୟଣ ବ୍ୟକ୍ତିମାନେ ହଠାତ୍‌ ବିରୋଧୀ ମନୋବୃତ୍ତି ନେଇ ସକ୍ରିୟ ହୋଇଉଠିବେ । ସବୁ କ୍ଷେତ୍ରରେ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri