ରାଶନ କାର୍ଡ ଜାଲିଆତି ଗୁମର ଫିଟିଲା: ଦେଢ଼ବର୍ଷ ଧରି ଉଠାଣ ହେଉଥିଲା ରାଶନ ସାମଗ୍ରୀ

ନୟାଗଡ଼ ଅଫିସ/ରଣପୁର,୧୯।୬(ସ୍ବ.ପ୍ର.): ରଣପୁର ବ୍ଲକ ନରସିଂହପୁର ପଞ୍ଚାୟତ କରଡାପଲ୍ଲୀର ବାଳାମଣୀ ପଲେଇ ଓ ନରସିଂହପୁରର ଝରଣା ସାହୁଙ୍କ ନାମରେ ଦୀର୍ଘ ଦେଢ଼ବର୍ଷ ହେଲା ଉଠାଣ ହେଉଥିଲା ରାଶନ ସାମଗ୍ରୀ। ଏପରି କି ଫନୀ ଓ କରୋନା ସହାୟତା ମଧ୍ୟ ହରିଲୁଟ ଚାଲିଥିଲା। ସେମାନଙ୍କ ନାଁରେ ରାଶନ କାର୍ଡ ମଞ୍ଜୁର ହୋଇଥିବା ଜାଣି ନ ପାରି ଦୁଇ ମହିଳା ବିଡିଓଙ୍କ କାର୍ଯ୍ୟାଳୟକୁ ଧାଉଁଥିଲେ। ବିଡିଓ ଏହାର ଯାଞ୍ଚ କରିବାରୁ ଏମାନଙ୍କ ନାଁରେ ରାଶନ ସାମଗ୍ରୀ ଉଠୁଥିବା ଜଣାପଡିଛି। ଶେଷରେ ବିଡିଓଙ୍କ ଯାଞ୍ଚ ନରସିଂହପୁର ପଞ୍ଚାୟତରେ ରାଶନ କାର୍ଡ ଜାଲିଆତିର ଗୁମର ଫିଟାଇଛି। ଏ ସମ୍ପର୍କରେ ୨ ମହିଳା ବିଡିଓ, ନୟାଗଡ଼ ଜିଲାପାଳ, ପିଡି ଡିଆରଡିଏ, ଜିଲା ଯୋଗାଣ ଅଧିକାରୀ, ଉପଜିଲାପାଳଙ୍କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ବାଳାମଣୀ ପଲେଇ ଓ ଝରଣା ସାହୁଙ୍କ ଅଭିଯୋଗ ଅନୁସାରେ ଆମ ନାଁରେ ରାଶନ କାର୍ଡ ଅଛି ବୋଲି ଆମେ ଜାଣିନୁ। ଏଥିପାଇଁ ଆମକୁ ଆବେଦନ କରିବାକୁ କୁହାଯାଇଥିଲା। ବାରମ୍ବାର ଆବେଦନ ପରେ କାର୍ଡ ନ ମଳିବାରୁ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବିଡିଓ, ଉପଜିଲାପାଳ, ଜିଲାପାଳଙ୍କୁ ଅଭିଯୋଗ କରିଛୁ । ହେଲେ ବେଶି ଅଭିଯୋଗ ବିଡିଓଙ୍କ ନିକଟରେ କରିଥିଲୁ। ବାରମ୍ବାର ବ୍ଳକ କାର୍ଯ୍ୟାଳୟକୁ ଆସୁଥିବାରୁ ବିଡିଓ ଯୋଗାଣ ଅଧିକାରୀଙ୍କୁ ଡକାଇ ଯାଞ୍ଚ କରାଇଥିଲେ। ଯାଞ୍ଚ ପରେ ଆମ ନାଁରେ ରାଶନ କାର୍ଡ ଥିବା ଜଣାପଡିଛି। ଝରଣାଙ୍କ କାର୍ଡ ନଂ.୨୪୦୮୨୫ ୧୧୫୮୯ ଓ ବାଳାମଣିଙ୍କ କାର୍ଡ ନଂ.୨୪୦୮୨୫୧୧୬୩୫। ରାଶନ କାର୍ଡ ଥିବାରୁ ନୂଆ କାର୍ଡ ମିଳିବନି। ଦେଢ଼ବର୍ଷ ହେଲା ରାଶନ ସାମଗ୍ରୀ ଉଠାଇ ପୁଣି ନୂଆ କାର୍ଡ ପାଇଁ ପ୍ରଶାସନକୁ ହଇରାଣ କରୁଥିବାରୁ ବିଡିଓ ଆମ ଉପରେ ବିରକ୍ତ ହୋଇଥିଲେ। ଯାହା ହେଉ ତାଙ୍କ ନିର୍ଦ୍ଦେଶରେ ଯାଞ୍ଚ ହେବାରୁ ଆମେ ଜାଲିଆତିର ସୂଚନା ପାଇଲୁ। ଏଥିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ମୁଖ୍ୟ ବୋଲି ଜାଣିବାକୁ ପାଇଛୁ। ପୁଣି ଏହି ଜାଲିଆତିରେ ଅନ୍ୟ କିଛି କର୍ମଚାରୀ ଓ ରାଜନେତା ସମ୍ପୃକ୍ତି ଥିବା ଜଣାପଡୁଛି। ଏହାର ତଦନ୍ତ ପାଇଁ ଆମେ ଜିଲା ପ୍ରଶସନ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛୁ। ଆଶା ରଖିଛୁ ନିଶ୍ଚିତ ନ୍ୟାୟ ପାଇବୁ। ଆମ ନାଁରେ ଉଠିଥିବା ରାଶନ ସାମଗ୍ରୀ ଆମକୁ ଫେରାଇବା ବ୍ୟବସ୍ଥା କରାଯାଉ। ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିତ୍କାରୀ ଓ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ସେମାନେ ଏଥିରେ ସମ୍ପୃକ୍ତ ନ ଥିବା କହିବା ସହ ଏହାର ତଦନ୍ତ କରାଗଲେ ସତ୍ୟତା ଜଣାପଡିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ରାଇବଣିଆ ଦୁର୍ଗର ପୁନରୁଦ୍ଧାର ଲାଗି ଉଦ୍ୟମ କରାଯିବ’

ଜଳେଶ୍ୱର, ୧୪।୭(ଡି.ଏନ.ଏ.)-ପର୍ଯ୍ୟଟନ, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶନିବାର ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ସୁବର୍ଣ୍ଣରେଖା ଅବବାହିକାରେ ଅବସ୍ଥିତ ଐତିହାସିକ ରାଇବଣିଆ ଦୁର୍ଗ ପରିଦର୍ଶନ...

ବୁଲୁଛି ଦନ୍ତା ଲୋକେ ଭୟଭୀତ

ଭଦ୍ରକ ଅଫିସ,୨୨ା୫: ଭଦ୍ରକ ଜିଲା ଆଗରପଡା ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗତ ୪ ବର୍ଷ ଧରି ଜ୍ୟେଷ୍ଠ...

କୋଭିଡ୍‌ ଫଣ୍ଡକୁ ସହାୟତା ସହ ମାସ୍କ, ସାବୁନ ବାଣ୍ଟୁଛନ୍ତି ସୁଦର୍ଶନ

ରାଇକିଆ,୧୯ା୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ବ୍ଲକ ଗମାଣ୍ଡି ଅଞ୍ଚଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସୁଦର୍ଶନ ମଲ୍ଲିକ କୋଭିଡ୍‌ ଫଣ୍ଡକୁ ସହାୟତା ସହ ସାବୁନ ଓ ମାସ୍କ...

ଦୀର୍ଘ ୫ଘଣ୍ଟା ପରେ ଅପହରଣକାରୀ ଗିରଫ

ବଲାଙ୍ଗୀର ଅଫିସ,୧୫।୬: ଶେଷରେ ବଲାଙ୍ଗୀର ଶାନ୍ତିପଡ଼ାର ହାଇପ୍ରୋଫାଇଲ୍‌ ଡ୍ରାମାର ଅନ୍ତ ଘଟିଛି। ଘର ଭିତରେ ପଶି ସୁରକ୍ଷିତ ଭାବେ ଅପହରଣକାରୀଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ।...

ରାଜ୍ୟ ରାଜପଥକୁ ଜାତୀୟ ରାଜପଥ ମାନ୍ୟତା ପାଇଁ ଉଦ୍ୟମ, ବିଭାଗୀୟ ଅଧିକାରୀଙ୍କ ସହ ସରୋଜିନୀଙ୍କ ଆଲୋଚନା

ବାରିପଦା ଅଫିସ,୨୬ା୮- ମୟୂରଭଞ୍ଜ ଜିଲାର କଳାବାଡିଆ-ବାଙ୍ଗିରିପୋଷି, ଯଶୀପୁର- ଚମ୍ପୁଆ, ଆନନ୍ଦପୁର-ଠାକୁରମୁଣ୍ଡା – ଉଦଳା – ବାରିପଦା, ନୀଳଗିରି – କପ୍ତିପଦା – ବାରିପଦା ଏବଂ ଭଦ୍ରକ...

୨୪ ଦିନ ପରେ ପାସେଞ୍ଜର ରେଳଭଡ଼ା ଦ୍ୱିଗୁଣିତ; ଜଳେଶ୍ୱରରେ ଉତ୍ତେଜନା

ଜଳେଶ୍ୱର, ୩।୧୦(ଡି.ଏନ.ଏ.):  ଖଡ଼ଗପୁର-ଭଦ୍ରକ ମଧ୍ୟରେ ସବୁ ପାସେଞ୍ଜର ଟ୍ରେନ ଚଳାଚଳ ଲାଗି ପ୍ରବଳ ଦାବି ହେଉଥିବା ବେଳେ ତାଲା ବନ୍ଦ ପରେ ଚଳାଚଳ ଆରମ୍ଭ ହୋଇଥିବା ପାସେଞ୍ଜର...

ଆଜି ଦୀପାବଳି: ସିଂହଦ୍ୱାର ସମ୍ମୁଖରେ କାଉଁରିଆ ଜାଳିବେ ଶ୍ରଦ୍ଧାଳୁ

ପୁରୀ ଅଫିସ,୨୭ା୧୦: ରବିବାର ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ। ମହାପ୍ରଭୁଙ୍କୁ ଦର୍ଶନ କରି ବାଇଶି ପାହାଚରେ ପୟାଶ୍ରାଦ୍ଧ କରିବା...

୨ ବର୍ଷ ପରେ ଏଥର ହେବ ମା’ ହିଙ୍ଗୁଳାଙ୍କ ଯାତ୍ରା, ପ୍ରସ୍ତୁତି ଜୋରଦାର

ତାଳଚେର,୩।୪(ଡି.ଏନ୍‌.ଏ.): ଦୀର୍ଘ ୨ ବର୍ଷ ପରେ ତାଳଚେରରେ ମା’ ହିଙ୍ଗୁଳାଙ୍କ ଯାତ୍ରା ହେବ। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପୀଠରେ ଏଥିପାଇଁ ପ୍ରସ୍ତୁତି ବୈଠକ...

Advertisement
Archives

Model This Week