Posted inUncategorized

ରାନୀଙ୍କ ନୂଆ ଯୋଜନା

ରାନୀ ପ୍ରିୟଦର୍ଶିନୀ। ନିଜ ରିଲ୍‌ ଲାଇଫକୁ ନେଇ ସେ ବେଶ୍‌ ସଚେତନ। ‘କଟି ପତଙ୍ଗ’ରେ ଅଭିନୟ କରିବା ପରେ ଏଣିକି ଦେଖିଚାହିଁ ପାଦ ପକାଇବେ ବୋଲି କହନ୍ତି ଏହି ଅଭିନେତ୍ରୀ। ଏ ସମ୍ପର୍କରେ ସେ କହନ୍ତି, ‘ଏହି ଫିଲ୍ମରେ ମୋତେ ଯେଉଁ ଭୂମିକାଟି ମିଳିଥିଲା ତାହା ମୋ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ତା’ପାଇଁ ମୋତେ ମଧ୍ୟ ବେଶ୍‌ ପରିଶ୍ରମ କରିବାକୁ ପଡଥିଲା। ନିକଟରେ ମୋତେ ୨-୩ ଓଡିଆ ସିନେମାରେ ଅଭିନୟ କରିବାକୁ ଅଫର ମିଳିଛି। ସେହି ଫିଲ୍ମଗୁଡିକର କାହାଣୀ ଏବଂ ମୋ ଭୂମିକାକୁ ଭଲ ଭାବରେ ତର୍ଜମା କରିବା ପରେ ହିଁ ସେଥିରେ ଅଭିନୟ କରିବି କି ନାହିଁ ସେ ବିଷୟରେ ନିଷ୍ପତ୍ତି ନେବି। ଆକ୍ଟିଂ କ୍ଷେତ୍ରରେ ଆଦୌ ତରତର ହେବି ନାହିଁ। ଦେଖିଚାହିଁ ପାଦ ପକାଇବି। ଶସ୍ତା ଭୂମିକାରେ ଆକ୍ଟିଂ କରିବା ଅପେକ୍ଷା ବର୍ଷକୁ ଗୋଟିଏ ଦୁଇଟି ସିନେମାରେ ଅଭିନୟ କଲେ କିଛି କ୍ଷତି ନାହିଁ।’ ତେବେ ଆଲବମ୍‌ କୁଇନ୍‌ ଭାବରେ ପରିଚିତା ରାନୀ ନିଜ ନୂଆ ଯୋଜନା ଅନୁସାରେ ଓଲିଉଡ୍‌ରେ କେତେ ବାଜିମାତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

କୃଷିର ସ୍ଥିତି ଚିନ୍ତାଜନକ

ନଟବର ଖୁଣ୍ଟିଆ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ କୃଷି ଗଣନା ପ୍ରତି ପାଞ୍ଚ ବର୍ଷରେ ଥରେ ହେଉଛି। ୨୦୧୦-୧୧ରେ କୃଷି ଗଣନା ହୋଇଥିବା ବେଳେ...

ପ୍ରବାସୀ ଓଡ଼ିଆଙ୍କ ପାଇଁ ‘ଅପରେଶନ ଶୁଭଯାତ୍ରା’ ଆରମ୍ଭ: ଓଡ଼ିଶା ଆସୁଛନ୍ତି ୧୧୫୦ ଜଣ

ଭୁବନେଶ୍ୱର,୨ା୫(ବ୍ୟୁରୋ) : ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ପାଇଁ ରାଜ୍ୟ ସରକାର ଏକ ନୂଆ ଅଭିଯାନ ‘ଅପରେଶନ ଶୁଭଯାତ୍ରା’ ଆରମ୍ଭ କରିଛନ୍ତି। ପ୍ରବାସୀଙ୍କୁ...

୧୧ କ୍ୟାବିନେଟ୍‌, ୯ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ବୁଧବାର ପୂର୍ବାହ୍ନରେ ରାଜ୍ୟର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ...

ଅସ୍ଥାୟୀ ଆଶ୍ରୟଗୃହରେ ଶ୍ରମିକଙ୍କ ଜୀବନ ଗଲା

ସୋନପୁର/ବିନିକା,୯।୫(ନି.ପ୍ର./ଡି.ଏନ୍‌.ଏ.):ଲକ୍‌ଡାଉନ୍‌ରେ ଫସି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ସିଂଘିଯୁବା ୟୁପି ସ୍କୁଲ(ଅସ୍ଥାୟୀ ଆଶ୍ରୟ ସ୍ଥଳ)ରେ ରହୁଥିବା ପଶ୍ଚିମବଙ୍ଗର ଜଣେ ଶ୍ରମିକଙ୍କର ଶନିବାର ମୃତ୍ୟୁ ହୋଇଛି।...

ବରଡ଼ା ଛପର ତଳେ ବିଦ୍ୟାଳୟ

ଆଠମଲ୍ଲିକ, ୩୦ା୧୧(ଡି.ଏନ.ଏ.) – ପତ୍ରଫଡିରୁ ଆରମ୍ଭ ହୋଇ ଗ୍ରାମବାସୀଙ୍କ ଉଦ୍ୟମରେ ବରଡା ଛପର ଘରେ ପହଞ୍ଚିଥିବା ବିଦ୍ୟାଳୟର ବିକାଶ ଭୁଲିଯାଇଛି ପ୍ରଶାସନ। ଫଳରେ ବିନା ଶ୍ରେଣୀଗୃହରେ...

ବାର୍ସିଲୋନା ସ୍ପେନ ମାଷ୍ଟର୍ସ: ଦ୍ୱିତୀୟ ରାଉଣ୍ଡରେ ସାଇନା

ବାର୍ସିଲୋନା, ୧୯।୨ (ପି.ଟି.):ଏଠାରେ ଆରମ୍ଭ ହୋଇଥିବା ଏକ ଲକ୍ଷ ୭୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ବାର୍ସିଲୋନା ସ୍ପେନ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଷ୍ଟାର୍‌...

୨ ବିସ୍ଫୋରଣରେ ୧୪ ମୃତ

ବଡ଼ୋଦରା/ପାଲଘର,୧୨ା୧(ପି.ଟି.): ଗୁଜରାଟ ଓ ମହାରାଷ୍ଟ୍ରରେ ଶନିବାର ଦୁଇଟି ବିସ୍ଫୋରଣରେ ୧୪ ଜଣଙ୍କ ଜୀବନ ଯାଇଛି ଓ ଅନେକ ଆହତ ହୋଇଛନ୍ତି। ଗୁଜରାଟର ବଡ଼ୋଦରା ଜିଲାରେ ଥିବା...

ଏଇ ଭାରତରେ

ମଧ୍ୟପ୍ରଦେଶ ଇନ୍ଦୋର ସହରରେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଦର୍ଶନ ସାଜିଛି ଏକ ହିନ୍ଦୁ ପରିବାର। ଏଠାରେ ଥିବା ଏକ ଦରଘାର ସବୁ ଦାୟିତ୍ୱ ଏହି ପରିବାର ବୁଝି...

Coronavirus Update

Archives

Model This Week

Why Dharitri