ରାନି ପ୍ରନ

ଆମିଷ ଭିତରେ ଚିଙ୍ଗୁଡିକୁ ବିଭିନ୍ନ ରଙ୍ଗ ଦେଇ ପରଷା ଯାଇଥାଏ। ଷ୍ଟାର୍ଟରଠାରୁ ନେଇ ମେନ୍‌ କୋର୍ସରେ ସମସ୍ତେ ପସନ୍ଦ କରନ୍ତି ଏହି ଖାଦ୍ୟକୁ। ସେହିଭଳି ରାନି ପ୍ରନ ହେଉଛି ଚିଙ୍ଗୁଡିର ଏକ ସ୍ବତନ୍ତ୍ର ପ୍ରସ୍ତୁତି। ଭୁବନେଶ୍ୱରରେ ଖୁବ୍‌ କମ୍‌ ରେସ୍ତୋରଁ।ରେ ଏହା ପରଷା ଯାଉଛି ଓ ପସନ୍ଦଯୋଗ୍ୟ ବି ହେଉଛି। ଏହାକୁ ସହଜରେ ଘରେ ପ୍ରସ୍ତୁତ କରି ଅତିଥିଙ୍କୁ ପରିଷି ହେବ, ସଂଧ୍ୟାରେ ସ୍ନାକ୍ସ ଭଳି ମଧ୍ୟ ଖାଇହେବ। ଭୁବନେଶ୍ୱରରୁ ପୁରୀ ଜାତୀୟ ରାଜପଥରେ ଶିଶୁପାଳଗଡସ୍ଥ ବ୍ରଦର୍ସ ଢାବାରେ କାର୍ଯ୍ୟରତ ଶେଫ୍‌ ସତ୍ୟଜିତ୍‌ ‘ରାନି ପ୍ରନ’ ପ୍ରସ୍ତୁତି ସମ୍ପର୍କରେ କହନ୍ତି…

ଆବଶ୍ୟକ ସାମଗ୍ରୀ:

ଚିଙ୍ଗୁଡି ୬ ପିସ୍‌ (ବଡ଼), ତେଲ ୨୦୦ ମିଲି ଅଣ୍ଡା ୧ଟା, କଞ୍ଚାଲଙ୍କା କିମା ୫୦ ଗ୍ରାମ୍‌, ଅଦା ରସୁଣ କିମା ୫୦ ଗ୍ରାମ୍‌, ପିଆଜ କିମା ୫୦ ଗ୍ରାମ୍‌, ଭୁର୍ସୁଙ୍ଗ ପତ୍ର ୧୦ ଗ୍ରାମ୍‌, ଶୁଖିଲା ଲଙ୍କା ୨ ପିସ୍‌, ଦହି ୫୦ ଗ୍ରାମ୍‌, ଟମାଟୋ ସସ୍‌ ୫୦ ଗ୍ରାମ, ମଇଦା ୨୫ ଗ୍ରାମ୍‌, କର୍ନଫ୍ଲୋର ୨୫ ଗ୍ରାମ୍‌, ଲୁଣ ୨୫ ଗ୍ରାମ୍‌, ଶୁଖିଲା ଲଙ୍କା ପେଷ୍ଟ ୧୦ ଗ୍ରାମ, ଅମୂଲ କ୍ରିମ୍‌ ୧୦ ମି.ଲି, ଗୋଲମରିଚ ଗୁଣ୍ଡ ୫ ଗ୍ରାମ୍‌, ଧନିଆ ପତ୍ର ୫ ଗ୍ରାମ୍‌।

ପ୍ରସ୍ତୁତି ପ୍ରଣାଳୀ
ଚିଙ୍ଗୁଡିରେ ଲୁଣ, ଅଦା ରସୁଣ ପେଷ୍ଟ, ଅଧା ଅଣ୍ଡା ଗୋଳେଇକି ୧୦ ମିନିଟ୍‌ ରଖନ୍ତୁ। ଅଲଗା ଏକ ପାତ୍ରରେ ଅଧା ଅଣ୍ଡା, ଲୁଣ, ମଇଦା, କର୍ନଫ୍ଲୋରରେ ପାଣି ଦେଇ ମୋଟା କରିି ଗୋଳାନ୍ତୁ। ମ୍ୟାରିନେଟ୍‌ ହୋଇଯାଇଥିବା ଚିଙ୍ଗୁଡିକୁ ଏଥିରେ ବୁଡାଇ ଛାଣନ୍ତୁ। ଗୋଲ୍ଡେନ ରଙ୍ଗ ହେବା ପର୍ଯ୍ୟନ୍ତ ଏହା ଛଣାଯିବ। ଅଲଗା ଏକ ତାଓ୍ବାରେ ତେଲ, ଶୁଖିଲା ଲଙ୍କା, ଭୁର୍ସୁଙ୍ଗ ପତ୍ର, ଅଦା ରସୁଣ କିମା ପକାଇ ଭାଜିବାକୁ ପଡିବ। ନାଲି ରଙ୍ଗ ହେଲା ପରେ ଏଥିରେ ପିଆଜ ପକାନ୍ତୁ। ଅଳ୍ପ ସମୟ ଭାଜିଲା ପରେ ସେଥିରେ ଦହି, ଅଦାରସୁଣ ପେଷ୍ଟ୍‌, ଟମାଟୋ ସସ୍‌, ଶୁଖିଲା ଲଙ୍କା ପେଷ୍ଟ୍‌, ଲୁଣ, ଅମୂଲ କ୍ରିମ୍‌ ପକାଇ ବହଳିଆ କରନ୍ତୁ। ଛଣା ଚିଙ୍ଗୁଡିକୁ ଏଥିରେ ମିଶାଇ ଡିଶ୍‌ରୁ କାଢ଼ି ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର ପକାଇ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri