ରାନବାକ୍ସିର ପୂର୍ବତନ ପ୍ରମୋଟରଙ୍କ ଘରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୨-୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାନବାକ୍ସିର ପୂର୍ବତନ ପ୍ରମୋଟର ଭ୍ରାତା ମାଲବିନ୍ଦର ମୋହନ ସିଂହ(୪୫) ଏବଂ ଶିବିନ୍ଦର ମୋହନ ସିଂହ(୪୩)ଙ୍କ ଘରେ ଗୁରୁବାର ଚଢ଼ାଉ କରିଛି। ମନିଲଣ୍ଡରିଂ ମାମଲାରେ ଏହି ଚଢ଼ାଉ ହୋଇଥିଲା ବୋଲି ମିଡିଆ ରିପୋର୍ଟରୁ ପ୍ରକାଶ। ଦୁଇ ଭାଇଙ୍କ ବିରୋଧରେ ରେଲିଗେୟାର ଏଣ୍ଟରପ୍ରାଇଜେସ୍‌ ଏବଂ ଫର୍ଟିସ ହେଲ୍‌ଥକେୟାରରେ ଆର୍ଥିକ ଅନୀୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଥାଉ କି, ରେଲିଗେୟାର ଫିନଓ୍ବେଷ୍ଟ ଲିମିଟେଡ ପକ୍ଷରୁ ଗତବର୍ଷ ଡିସେମ୍ବରରେ ଦୁଇ ଭାଇ ମାଲବିନ୍ଦର ଓ ଶିବିନ୍ଦରଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଅଭିଯୋଗ କରାଯାଇଥିଲା। ଚଳିତବର୍ଷ ମେ’ରେ ସେମାନଙ୍କ ବିରୋଧରେ ମାମଲା ଦାଏର ହୋଇଥିଲା। ସେମାନଙ୍କ ବିରୋଧରେ ୭୪୦ କୋଟି ଟଙ୍କାର ଜାଲିଆତି ଅଭିଯୋଗ ହୋଇଛି। ଏହାକୁ ଆଧାର କରି ଇଡି ପକ୍ଷରୁ ସେମାନଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ଦାଏର କରାଯାଇଥିଲା। ଅନ୍ୟପକ୍ଷରେ ରାନବାକ୍ସିର ଦୁଇ ଭାଇ ମାଲବିନ୍ଦର ଓ ଶିବିନ୍ଦରଙ୍କ ସହ ଜାପାନର ଔଷଧ ନିର୍ମାତା ଡାଏଚି ସାଙ୍କ୍ୟୋର ବିବାଦ ଲାଗି ରହିଛି। ୪୦୦୦ କୋଟି ଟଙ୍କାର ବିବାଦ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ପାଳନ କରିବାକୁ କହିଥିଲେ। ଏଥିରେ ଅବହେଳା ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ପାଇଁ ପାଗଳ! ଟିମକୁ ଚିୟର କରିବାକୁ ୬ ପ୍ରଶଂସକ ଖର୍ଚ୍ଚ କରିଦେଲେ ରୋଜଗାରର ଏତିକି ଟଙ୍କା

ନୂଆଦିଲ୍ଲୀ,୨୧।୨: ଜିମ୍ବାୱେ 2026 T20 World Cupରେ ଏକ ବଡ଼ ବିପର୍ଯ୍ୟୟ ଆଣିଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜିତ ରହି, ସେମାନେ ଏବେ ସୁପର ୮ରେ ପହଞ୍ଚିଛନ୍ତି। ସେମାନେ…

ଭଡ଼ାଘରୁ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ଙ୍କ ମୃତଦେହ ଜବତ, ପାଟିରୁ ବହାରିଛି ରକ୍ତ, ୨ ରୁମ୍‌ମେଟ୍‌ ଅଟକ

ରାଉରକେଲା,୨୧ା୨(ସଙ୍ଗୀତା ଜେନା): ଶନିବାର ରାଉରକେଲାର ସିଭିଲ ଟାଉନ୍‌ଶିପ୍‌ ଅଞ୍ଚଳର ଏକ ଭଡ଼ାଘରୁ ଜଣେ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ ଭାଗିରଥୀ ସାହୁଙ୍କ ମୃତଦେହ ଜବତ କରାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ…

ଚତୁର୍ଥ ବିବାହ କରିବେ ଶୋଏବ ମଲ୍ଲିକ! ଏହି ଅଭିନେତ୍ରୀଙ୍କୁ…

ଇସଲାମାବାଦ୍‌,୨୧।୨: ପୂର୍ବତନ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଶୋଏବ ମାଲିକ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ମଲିକ ୨୦୨୪ ଆରମ୍ଭରେ ତୃତୀୟ ଥର ପାଇଁ ପାକିସ୍ତାନୀ…

ରାଜଧାନୀକୁ ପୁଣି ଦୋହଲାଇ ଦେବାକୁ ଟାର୍ଗେଟ କଲେଣି ଆତଙ୍କବାଦୀ, ଆଲର୍ଟରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ,୨୧।୨: ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସତର୍କ ସୂଚନା ଜାରି କରିଛନ୍ତି। ଗୁଇନ୍ଦା ସୂତ୍ରରୁ ସୂଚନା ଦିଆଯାଇଛି…

ଆତଙ୍କବାଦୀ ଟାର୍ଗେଟ୍‌ରେ ରାଜଧାନୀ: ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୨୧।୨: ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ସତର୍କତା ଜାରି କରିଛନ୍ତି। ଗୋଇନ୍ଦା ସୂତ୍ରରୁ ଜଣାପଡିଛି ଯେ, ଲସ୍କର-ଏ-ତୋଇବା (LeT) ଆତଙ୍କବାଦୀମାନେ ଲାଲକିଲ୍ଲା…

ବୁଲେଟକୁ ଧକ୍କା ଦେଲା ବାଇକ: ଆଉ ତା’ପରେ…

ଭଞ୍ଜନଗର,୨୧।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସମ୍ମୁଖରେ ଶନିବାର ସକାଳେ ଏକ ବୁଲେଟ ଗାଡ଼ି ସହ ବାଇକ ମଧ୍ୟରେ ଧକ୍କା ହୋଇଛି।…

ଜମିରେ ପଡ଼ିଛି ମୃତଦେହ, ଉପରେ ପଡ଼ିଛି ସାଇକେଲ, ହତ୍ୟା ଅଭିଯୋଗ ଆଣି…

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ବାରକୋଟ ଥାନା ଦଣ୍ଡାସିଂହା ଗ୍ରାମ ନିକଟ ରାସ୍ତାକଡ଼ରୁ ଏକ ମୃତଦେହ ଜବତ ହୋଇଛି। ମୃତକ ଦଣ୍ଡାସିଂହା ଗ୍ରାମର ଶଙ୍କର…

ଗାଁରେ ଭୂତ ଭୟ ଘଟଣା, ଜିଲା ପ୍ରଶାସନ ସଚେତନ…..

ରାୟଗଡ଼ା,୨୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri