ରାତିରେ ଖରାପ ଏବଂ ଭୟଙ୍କର ସ୍ବପ୍ନ ଦେଖୁଛନ୍ତି କି? ତା’ହେଲେ ଆପଣାନ୍ତୁ ଏହି ଉପାୟ

ରାତିରେ ଶୋଇବା ସମୟରେ ଲୋକଙ୍କୁ ଖରାପ ଏବଂ ଭୟଙ୍କର ସ୍ବପ୍ନ ଆସିଥାଏ, ଯେଉଁଥିପାଇଁ ଭୟଭୀତ ହୋଇ ହଠାତ୍‌ ନିଦ ଭାଙ୍ଗି ଯାଇଥାଏ। କିଛି ଲୋକଙ୍କୁ ପ୍ରତିଦିନ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ବାସ୍ତୁଶାସ୍ତ୍ର ସାହାଯ୍ୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ବାସ୍ତୁର କିଛି ସରଳ ଉପାୟକୁ ଧ୍ୟାନରେ ରଖି ବ୍ୟକ୍ତି ଖରାପ ଏବଂ ଭୟଙ୍କର ସ୍ବପ୍ନରୁ ମୁକ୍ତି ପାଇପାରିବେ।
*ଅସଜଡ଼ା ବିଛଣାରେ ଶୋଇଲେ ଭୟଙ୍କର ସ୍ବପ୍ନ ଆସିଥାଏ। ଏଥିପାଇଁ ଶୋଇବା ପୂର୍ବରୁ ବିଛଣାକୁ ସଫା କରିବା ଉଚିତ।
*କାଗଜ କିମ୍ବା କପଡ଼ାରେ ଅଳ୍ପ ହଳଦିଆ ଚାଉଳ ବାନ୍ଧି ତକିଆ ତଳେ ରଖିବା ଦ୍ୱାରା ସ୍ବପ୍ନରୁ ରକ୍ଷା ମିଳିଥାଏ।
* ଆଗକାଳରେ ରାତିରେ କେଶକୁ ଖୋଲା ରଖିବା ଅନୁଚିତ ବୋଲି କୁହାଯାଏ। କାରଣ ରାତିରେ କେଶ ଖୋଲି ଶୋଇଲେ ଖରାପ ସ୍ବପ୍ନ ଆସିଥାଏ ବୋଲି ବିଶ୍ୱାସ ରହିଛି।

*ପଲଙ୍କ ଆଖପାଖରେ କିମ୍ବା ତଳେ ଜୋତା-ଚପଲ ରହିଥିଲେ ଖରାପ ସ୍ବପ୍ନ ଆସିବାର ଏକ କାରଣ ବୋଲି କୁହାଯାଏ। ତେଣୁ ଖଟ ତଳେ ଏହିସବୁ ଜିନିଷକୁ ରଖନ୍ତୁ ନାହିଁ।
*ଯେଉଁ ଚାଦରରେ ଡାର୍କ କିମ୍ବା ହିଂସ୍ରକ ପଶୁର ଚିତ୍ର ଥାଏ ତାହାର ବ୍ୟବହାର କରିବା ଅନୁଚିତ। ଏଥିସହ ଫଟା ଚାଦରକୁ ମଧ୍ୟ ବ୍ୟବହାର କରିବା ଠିକ୍‌ ନୁହେଁ।
*ରାତିରେ ଶୋଇବା ସମୟରେ ଡର ଲାଗୁଥିଲେ କି ଭୟରେ ଯଦି ହଠାତ୍‌ ଉଠିପଡନ୍ତି ତେବେ ନିଜ ତକିଆ ତଳେ ୫/୬ଟି ଛୋଟ ଅଳେଇଚ କପଡାରେ ବାନ୍ଧି ରଖିବା ଦ୍ୱାରା ଏଥିରୁ ରକ୍ଷା ମିଳିଥାଏ।
*ବାସ୍ତୁ ଅନୁସାରେ ରାତିରେ ଶୋଇବା ସମୟରେ ଡର ଲାଗୁଥିଲେ ତକିଆ ତଳେ କିମ୍ବା ପାଖରେ ଛୁରି ରଖନ୍ତୁ। ଛୁରି ନ ଥିଲେ କଇଁଚି, ନେଲ୍‌ କଟର, କଣ୍ଟା ଆଦି ମଧ୍ୟ ତକିଆ ତଳେ ରଖିପାରିବେ। ଏହାଦ୍ୱାରା ଡର ଲାଗି ନ ଥାଏ।
*ସେହିପରି ତମ୍ବାପାତ୍ରରେ ଜଳ ଭରି ବିଛଣା ପାଖରେ ରଖିଦିଅନ୍ତୁ ଓ ସକାଳୁ ଉଠି ସେହି ପାଣିକୁ ଗଛରେ ପକାନ୍ତୁ। ଦେଖିବେ ଆପଣଙ୍କ ଏହି ଦୁଃସ୍ବପ୍ନ ସମସ୍ୟା ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri