Posted inଜାତୀୟ

ରାଜ୍ୟ ସଭା ସାଇନ-ଏ-ଡାଏ

ନୂଆଦିଲ୍ଲୀ,୮ା୮(ପି.ଟି.): ରାଜ୍ୟ ସଭାକୁ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଜୁନ୍‌ ୨୦ରେ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟ ଅଧିବେଶନ ଜୁଲାଇ ୨୬ରେ ଶେଷ ହେବାର ଥିଲା। ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହୀତ ହେବାକୁ ଥିବାରୁ ସରକାର ଏହାର କାର୍ଯ୍ୟକାଳକୁ ଅଗଷ୍ଟ ୭ ପର୍ଯ୍ୟନ୍ତ ବଢ଼ାଇଥିଲେ। ରାଜ୍ୟ ସଭାର ଏହି ୨୪୯ତମ ଅଧିବେଶନ ଗତ ୧୭ ବର୍ଷ ମଧ୍ୟରେ ସବୁଠୁ ଫଳପ୍ରଦ ଥିଲା ବୋଲି ଏହାର ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ କହିଛନ୍ତି। ଅଧିବେଶନର ୩୫ କାର୍ଯ୍ୟଦିବସରେ ୩୨ଟି ବିଲ୍‌ ଗୃହୀତ ହୋଇଛି। ଉପରାଷ୍ଟ୍ରପତି ଯାହା ଆଶା କରିଥିଲେ ତାହା ପୂରଣ ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି। ଅତୀତର ଅଚଳାବସ୍ଥା ଦୂରହୋଇ ଗୃହକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇପାରିଥିବା ଭେଙ୍କାୟା କହିଥିଲେ। ଗତ ୧୭ ବର୍ଷର ୫୨ଟି ଅଧିବେଶନ ମଧ୍ୟରେ ଏହା ସର୍ବଶ୍ରେଷ୍ଠ ବୋଲି ରାଜ୍ୟ ସଭା ଅଧ୍ୟକ୍ଷ କହିଥିଲେ।
ଏହି ଅଧିବେଶନରେ ତିନି ତଲାକ୍‌ ବିଲ୍‌, ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହୀତ ହୋଇଛି ବୋଲି ରାଜ୍ୟ ସଭାକୁ ସାଇନ୍‌-ଏ-ଡାଏ ଘୋଷଣା କରିବା ପୂର୍ବରୁ ଭେଙ୍କାୟା କହିଥିଲେ। ତଥ୍ୟ ଅନୁଯାୟୀ ୧୯୮୪ର ୧୩୧ତମ ଅଧିବେଶନ ସବୁଠୁ ଫଳପ୍ରଦ ଥିଲା, ଯେଉଁଥିରେ ୩୭ଟି ବିଲ୍‌ ଗୃହୀତ ହୋଇଥିଲା। ୨୦୦୨ରେ ୧୯୭ତମ ଅଧିବେଶନରେ ୩୫ ବିଲ୍‌ ଅନୁମୋଦିତ ହୋଇଥିଲା। ତେଣୁ ଗତ ୪୧ ବର୍ଷ ମଧ୍ୟରେ ଏହା ୫ମ ସର୍ବାଧିକ ଫଳପ୍ରଦ ଅଧିବେଶନ। ଏଥର ରାଜ୍ୟ ସଭାର ଫଳପ୍ରଦ ହାର ଥିଲା ୧୦୪.୯୨ ପ୍ରତିଶତ। ଗତ ୫ଟି ଅଧିବେଶନରେ ଗୃହର ଫଳପ୍ରଦତା ୭.୪୪ରୁ ୬୫.୬୦ ପ୍ରତିଶତ ରହିଥିଲା। ତେବେ ଏଥର ଗୃହ କାର୍ଯ୍ୟ ମୋଟ ୧୯ ଘଣ୍ଟା ୧୨ ମିନିଟ ବାଧାପ୍ରାପ୍ତ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟଠାରୁ ଅଧିକ ଦିନ ଅଧିବେଶନ ଚାଲିବାରୁ ଗୃହକୁ ଅଧିକ ୨୮ ଘଣ୍ଟା ମିଳିଥିଲା। ବିଭିନ୍ନ ବିଲ୍‌ ଗୃହୀତ କରାଇବାରେ ସରକାରୀ ଓ ବିରୋଧୀ ଦଳର ସଦସ୍ୟମାନଙ୍କୁ ଆପୋସ ବୁଝାମଣାକୁ ଭେଙ୍କାୟା ପ୍ରଶଂସା କରିଥିଲେ। ଏଭଳି ଧାରା ବଜାୟ ରଖିବା ଲାଗି ସେ ସଦସ୍ୟମାନଙ୍କୁ ଅପିଲ୍‌ କରିଥିଲେ। ଏହି ଅଧିବେଶନରେ ରାଜ୍ୟ ସଭା ସଦସ୍ୟମାନଙ୍କୁ ସେମାନଙ୍କ ମାତୃଭାଷାରେ କହିବା ସୁଯୋଗ ମିଳିଛି। ଏହା ଅତ୍ୟନ୍ତ ଖୁସିର କଥା। ଆଗାମୀ ଦିନରେ ଅନୁବାଦ ବ୍ୟବସ୍ଥା ଆହୁରି ଉନ୍ନତ ହେବ, ଯାହା ଫଳରେ ସବୁ ସଦସ୍ୟ ବୁଝିବାରେ ସମର୍ଥ ହୋଇପାରିବେ ବୋଲି ଭେଙ୍କାୟା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri