Posted inଜାତୀୟ

ରାଜ୍ୟ ସଭା ପାଇଁ ସବୁ ଖେଳ

ନୂଆଦିଲ୍ଲୀ,୧୨ା୩: ମାର୍ଚ୍ଚ ୨୬ ତାରିଖରେ ରାଜ୍ୟ ସଭାର ୫୫ ଆସନ ପାଇଁ ନିର୍ବାଚନ ହେବ। ଏପ୍ରିଲରେ ଉଚ୍ଚ ସଦନର ୫୫ ସଦସ୍ୟ ଅବସର ନେବା ପରେ ଖାଲି ହେବାକୁ ଥିବା ୧୭ ରାଜ୍ୟର ଏହି ଆସନଗୁଡ଼ିକରେ ଭୋଟ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ହେଉଛି ମାର୍ଚ୍ଚ ୧୩। ଅବସର ନେବାକୁ ଥିବା ପ୍ରମୁଖ ସଦସ୍ୟମାନେ ହେଲେ ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ(ଜେଡିୟୁ), କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ(ଆର୍‌ପିଆଇ), ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ (ଭାଜପା), କୁମାରୀ ଶୈଲଜା (କଂଗ୍ରେସ) ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ (କଂଗ୍ରେସ)। ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ମହାରାଷ୍ଟ୍ରର ୭ ଓ ତାମିଲନାଡୁର ୬। ସେହିପରି ପଶ୍ଚିମବଙ୍ଗ ଓ ବିହାରର ୫, ଓଡ଼ିଶା ଓ ଗୁଜରାଟର ୪, ଆସାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ୩, ତେଲଙ୍ଗାନା, ଛତିଶଗଡ଼, ହରିୟାଣା ଓ ଝାଡ଼ଖଣ୍ଡର ୨ ଏବଂ ହିମାଚଳ ପ୍ରଦେଶ, ମଣିପୁର ଓ ମେଘାଳୟର ଗୋଟିଏ ଲେଖାଏ ଆସନରେ ଭୋଟ ଗ୍ରହଣ କରାଯିବ। ଏହି ଆସନଗୁଡ଼ିକ ମଧ୍ୟରୁ ଅଧିକାଂଶ ଶାସକ ଭାଜପା ଓ ବିରୋଧୀ କଂଗ୍ରେସ ହାତକୁ ଯିବାକୁ ଥିବାବେଳେ ଅଧିକ ଆସନ ହାତେଇବା ପାଇଁ ଉଭୟ ଦଳ ପକ୍ଷରୁ ଜୋର୍‌ଦାର ଉଦ୍ୟମ ଚାଲିଛି। ଏଭଳି ସମୟରେ କଂଗ୍ରେସରେ ବିଦ୍ରୋହ ଘଟାଇ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନିଜ ସପକ୍ଷକୁ ଆଣିବାରେ ସଫଳ ହୋଇଛି ଭାଜପା। ଜ୍ୟୋତିରାଦିତ୍ୟଙ୍କ ପରେ ଏବେ ଗୈରିକ ଦଳର ରାଡାରରେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରହିଥିବା କୁହାଯାଉଛି। ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ ଭାଜପା ଜ୍ୟୋତିରାଦିତ୍ୟଙ୍କ ଉପରେ ବର୍ଷକ ତଳେ ନଜର ରଖିବା ଆରମ୍ଭ କରିଥିଲା। ଏଥିପାଇଁ ଜ୍ୟୋତିରାଦିତ୍ୟ ବିଭିନ୍ନ ପ୍ରସଙ୍ଗରେ ନିଜ ଦଳ କଂଗ୍ରେସଠାରୁ ଭିନ୍ନମତ ପୋଷଣ କରି କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଥିଲେ। ମଧ୍ୟପ୍ରଦେଶର ୩ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଭାଜପା ଏବଂ କଂଗ୍ରେସ ପାଇଁ ଗୋଟିଏ ଲେଖାଏ ଆସନରେ ଜିତିବା ସହଜ ଥିଲା। ହେଲେ ତୃତୀୟ ଆସନ ପାଇଁ ଦିଗ୍‌ବିଜୟ ସିଂ ଦାବିଦାର ଥିବାବେଳେ ଜ୍ୟୋତିରାଦିତ୍ୟ ଏହି ଆସନ ମାଗିଥିଲେ। କଂଗ୍ରେସ ହାଇକମାଣ୍ଡ ତାଙ୍କ କଥା ନ ଶୁଣିବାରୁ ଭାଜପା ଏହାର ସୁଯୋଗ ନେଇ ଜ୍ୟୋତିରାଦିତ୍ୟଙ୍କୁ କଂଗ୍ରେସଠାରୁ ଅଲଗା କରିବାରେ ସକ୍ଷମ ହେଲା ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନ କଂଗ୍ରେସରେ ବିଦ୍ରୋହର ସ୍ବର ଉଠିଲାଣି। ସଚିନ ପାଇଲଟଙ୍କ ଗୋଷ୍ଠୀର ଅନେକ ବିଧାୟକ ଖୋଲାଖୋଲି ଭାବେ ହାଇକମାଣ୍ଡଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିବା ଆରମ୍ଭ କଲେଣି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅନୁଗତମାନେ ପାଇଲଟଙ୍କୁ ଅପମାନିତ କରିବା ଲାଗିରହିଲେ ସେମାନେ ଭାଜପାରେ ଯୋଗଦେବେ ବୋଲି ଚେତାବନୀ ଦେଇଛନ୍ତି। ଏପରି ହେଲେ ଗେହଲଟ ସରକାର ମଧ୍ୟ ସଂଖ୍ୟାଲଘୁ ଅବସ୍ଥାକୁ ଚାଲିଯିବା ବଡ଼କଥା ନୁହେଁ। କାରଣ ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନଭାରେ କଂଗ୍ରେସର ୧୦୦ ସଦସ୍ୟ ଥିବାବେଳେ କିଛିମାସ ତଳେ ବିଏସ୍‌ପିର ୬ ବିଧାୟକ କଂଗ୍ରେସରେ ଯୋଗଦେଇଥିଲେ। ଅନ୍ୟ ୧୪ ବିଧାୟକ ଗେହଲଟ ସରକାରକୁ ସମର୍ଥନ କରୁଛନ୍ତି। ସିନ୍ଧିଆଙ୍କ ଭଳି ପାଇଲଟ ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିବାରୁ ଦଳରେ ଗୋଷ୍ଠୀକନ୍ଦଳ ଲାଗିରହିଛି। ବିଭିନ୍ନ ସମୟରେ ଭିଡ଼ହିଂସା ଓ ଶିଶୁ ମୃତ୍ୟୁ ଭଳି ପ୍ରସଙ୍ଗରେ ଗେହଲଟ ଓ ପାଇଲଟ ମୁହଁାମୁହିଁ ହୋଇଛନ୍ତି। ତେଣୁ ରାଜସ୍ଥାନ କଂଗ୍ରେସରେ ବିଭାଜନ ସୃଷ୍ଟି କରି ଗେହଲଟଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଭାଜପା ଉଦ୍ୟମ କରୁଥିବା କୁହାଯାଉଛି। ଏପରି ହେଲେ କଂଗ୍ରେସ ହାତରୁ ଆଉ ଗୋଟିଏ ରାଜ୍ୟ ଖସିଯିବା ସହ ରାଜ୍ୟ ସଭା ନିର୍ବାଚନରେ ମଧ୍ୟ ଭାଜପାକୁ ଅଧିକ ଆସନ ମିଳିବ।
ନିକଟରେ ଝାଡ଼ଖଣ୍ଡରେ କ୍ଷମତାସୀନ ହୋଇଥିବା ହେମନ୍ତ ସୋରେନ ମଧ୍ୟ ଭାଜପାର ରାଡାରରେ ରହିଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଏବଂ କଂଗ୍ରେସ ମେଣ୍ଟରେ ଫାଟ ସୃଷ୍ଟି କରିବା ଲାଗି ଭାଜପା ପ୍ରାଣପଣେ ଉଦ୍ୟମ କରୁଥିବା ଜଣାପଡ଼ିଛି। ହେମନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବାବୁଲାଲଙ୍କ ଘରକୁ ଯାଇ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ତେଣୁ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିବା ହେମନ୍ତ କଂଗ୍ରେସର ହାତ ଛାଡ଼ି ପଦ୍ମ ଆଡ଼କୁ ଢ଼ଳିଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ବାବୁଲାଲଙ୍କ ଜଣେ ଘନିଷ୍ଠ ସହଯୋଗୀ ପ୍ରକାଶ କରିଛନ୍ତି। ନିକଟରେ ବାବୁଲାଲ ମାର୍ଣ୍ଡିଙ୍କୁ ଦଳକୁ ଫେରାଇ ଆଣିବା ଭାଜପାର ଏକ ବଡ଼ ଗେମ୍‌ ପ୍ଲାନ୍‌ ବୋଲି କୁହାଯାଉଛି। ୨୦୦୯ରେ ହେମନ୍ତଙ୍କ ବାପା ଶିବୁ ସୋରେନଙ୍କୁ ସରକାର ଗଠନ ପାଇଁ ଭାଜପା ସମର୍ଥନ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

୨୦୨୮ କର୍ନାଟକ ବିଧାନସଭା ନିର୍ବାଚନ, ବହୁ ପୂର୍ବରୁ ବଡ଼ ଘୋଷଣା କଲେ ସିଦ୍ଧରାମୈୟା

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଦଳର ଜଣେ ଦୃଢ଼ ନେତା ସିଦ୍ଧରାମୈୟା ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri