Posted inଜାତୀୟ

ରାଜ୍ୟ ମାନ୍ୟତା ହରାଇଲା ଜମ୍ମୁ ଓ କଶ୍ମୀର

ଶ୍ରୀନଗର/ଲେହ, ୧।୧୧(ପି.ଟି.):ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇଛି। ଏହି ଭୂଖଣ୍ଡକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଲାଗି କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ଲଦାଖ ରାଜଧାନୀ ଲେହରେ ରାଧାକୃଷ୍ଣ ମାଥୁର ଓ ଶ୍ରୀନଗରରେ ଗିରୀଶ ଚନ୍ଦ୍ର ମୁର୍ମୁ ଉପରାଜ୍ୟପାଳ(ଏଲ୍‌ଜି) ଭାବେ ଶପଥ ନେଇଛନ୍ତି।
ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଲେହସ୍ଥିତ ସିନ୍ଧୁ ସଂସ୍କୃତି ଅଡିଟୋରିୟମରେ ୧୯୭୭ ବ୍ୟାଚ୍‌ର ତ୍ରିପୁରା କ୍ୟାଡର ଆଇଏଏସ୍‌ ଅଫିସର ତଥା ପୂର୍ବତନ ପ୍ରତିରକ୍ଷା ସଚିବ ମାଥୁରଙ୍କୁ ଉପରାଜ୍ୟପାଳ ଭାବେ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଲେହ ଓ କାର୍‌ଗିଲ ପାର୍ବତ୍ୟାଞ୍ଚଳ ପରିଷଦର ଅଫିସର, ସେନା ଓ ଅର୍ଦ୍ଧସାମରିକ ବାହିନୀ, ଧାର୍ମିକ ନେତା ଓ ସାଧାରଣ ଜନତା ଉପସ୍ଥିତ ଥିଲେ। ପରେ ମୁଖ୍ୟ ବିଚାରପତି ଶ୍ରୀନଗର ଯାଇ ରାଜ ଭବନରେ ମୁର୍ମୁଙ୍କୁ ଶପଥ ପାଠ କରାଇଥିଲେ। ଓଡ଼ିଶା ଜନ୍ମିତ ଗିରୀଶ ମୁର୍ମୁ ୧୯୮୫ ବ୍ୟାଚ୍‌ର ଗୁଜରାଟ କ୍ୟାଡର ଆଇଏଏସ୍‌ ଅଫିସର। ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟରତ ଥାଇ ଉପରାଜ୍ୟପାଳ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ସମ୍ଭବତଃ ପ୍ରଥମ ଅଫିସର। ଅର୍ଥ ମନ୍ତ୍ରଣାଳୟରେ ବ୍ୟୟ ବିଭାଗ ସଚିବ ଥିବା ମୁର୍ମୁଙ୍କର ଚଳିତ ମାସ ଶେଷରେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପୂର୍ବରୁ ତାଙ୍କୁ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ମୁଖ୍ୟ ସଚିବ ବି.ଭି.ଆର୍‌. ସୁବ୍ରମଣ୍ୟମ୍‌ ମୁର୍ମୁଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଥିଲେ। ଶପଥ ଗ୍ରହଣ ଉତ୍ସବରେ ଭାଜପା ଲୋକ ସଭା ସଦସ୍ୟ ଯୁଗଳ କିଶୋର ଓ ରାଜ୍ୟ ସଭା ସଦସ୍ୟ ତଥା ପିଡିପି ସଭ୍ୟ ନାଜିର ଲଓ୍ବେଙ୍କ ସମେତ ୨୫୦ରୁ ଊର୍ଦ୍ଧ୍ୱ ଅତିଥି ଯୋଗଦେଇଥିଲେ। ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଗିରୀଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅତି ଘନିଷ୍ଠ ଭାବେ ଜଣାଶୁଣା। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲାବେଳେ ଗିରୀଶ ତାଙ୍କର ଅତିରିକ୍ତ ପ୍ରମୁଖ ସଚିବ ଥିଲେ।
ଜମ୍ମୁ-କଶ୍ମୀର ରାଷ୍ଟ୍ରପତି ଶାସନାଧୀନ ଥିବାରୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉପରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ରର ପ୍ରତ୍ୟକ୍ଷ ଶାସନାଧୀନ ରହିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏନେଇ ଗୁରୁବାର ସକାଳେ ଦୁଇଟି ଅଲଗା ବିଜ୍ଞପ୍ତି ଜାରି କରିଛନ୍ତି। ପ୍ରଥମ ଥର ଲାଗି ଗୋଟିଏ ରାଜ୍ୟ ଦୁଇଭାଗ ହୋଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି। ଫଳରେ ରାଜ୍ୟ ସଂଖ୍ୟା ୨୮କୁ ହ୍ରାସ ପାଇବା ସହ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ୯କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅର୍ଣ୍ଣବ’ ପ୍ରଭାବ: ତପ୍ତପାଣି ଘାଟିରେ ରାସ୍ତା ବୁଡ଼ିଲା, ଯାତାୟାତ ପ୍ରଭାବିତ

ଗଞ୍ଜାମ,୨୮।୧୦ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ଥିବା ତପ୍ତପାଣି ଘାଟି ଅଞ୍ଚଳରେ ବର୍ଷା ଯୋଗୁ ସ୍ଥିତି ପ୍ରଭାବିତ ହୋଇଛି। ଜାତୀୟ…

PNB ଗ୍ରାହକଙ୍କ ପାଇଁ ବଡ଼ ଖବର: ଖାତାରେ ଟଙ୍କା ଅଛି କି? ନଭେମ୍ୱର ୧୦ରୁ ବନ୍ଦ ହୋଇଯିବ ଏସବୁ ବ୍ୟାଙ୍କ୍‌ ଆକାଉଣ୍ଟ!

ନୂଆଦିଲ୍ଲୀ,୨୮।୧୦: ଯଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବା PNB ରେ ଆପଣଙ୍କର କୌଣସି ପୁରୁଣା ଆକାଉଣ୍ଟ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।…

୬୦ ଫୁଟ ଦବିଗଲା ନଦୀବନ୍ଧ

ଯାଜପୁର,୨୮।୧୦: ଯାଜପୁର ଜିଲାରେ ବୈତରଣୀ ନଦୀବନ୍ଧ ୬୦ ଫୁଟ ଦବିଯାଇଥିବା ଖବର ସାମ୍ନାକୁ ଆସିଛି। ଦଶରଥପୁର ବ୍ଲକ୍‌ର ନାରଣପୁର ନିକଟରେ ନଦୀବନ୍ଧ ଦବିଯାଇଥିବା ସୂଚନା ମିଳିଛି। ଏହି…

ରବୀନ୍ଦ୍ର ଜାଡେଜାଙ୍କ ୪ ବର୍ଷିଆ ଆଧିପତ୍ୟର ଅନ୍ତ; ICC ମାନ୍ୟତାରେ ସାମ୍ନାକୁ ଆସିଲେ ବିଶ୍ୱର ନୂଆ ନମ୍ବର ୧ ଖେଳାଳି

ନୂଆଦିଲ୍ଲୀ,୨୮।୧୦: ଆଇସିସି (ICC) ଟେଷ୍ଟ ଅଲ-ରାଉଣ୍ଡର ମାନ୍ୟତାର ଶୀର୍ଷ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କ ଯୁଗର ଅନ୍ତ ଘଟିଛି। ଅକ୍ଟୋବର ୨୮, ବୁଧବାର ପ୍ରକାଶିତ ମାନ୍ୟତା ଅନୁଯାୟୀ, ଜାଡେଜା…

ଅର୍ଣ୍ଣବ ତାଣ୍ଡବ: ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ, ପୋଲ ଉପରେ ଚାଲିଲା ୩ ଫୁଟର ପାଣି

ମୋହନା,୨୮ା୧୦(ମନ୍ମଥ ମିଶ୍ର): ଅର୍ଣ୍ଣବ ପ୍ରଭାବ ଗଜପତି ଜିଲା ମୋହନା ଅଞ୍ଚଳରେ ପଡ଼ିଛି। ଦୁଇଦିନ ହେଲାଣି ତୁହାକୁ ତୁହା ବର୍ଷା ସହ ପବନ ଲାଗି ରହିଛି। ବୁଧବାର ଅପରାହ୍ନ…

ଧୋନି ଅଧିନାୟକ, ବୈଭବ-ଅଭିଷେକ କରିବେ ଓପନିଂ; ଅନାୟା ବାଙ୍ଗର ବାଛିଲେ ଭାରତର ସମସ୍ତ ଫର୍ମାଟ ପାଇଁ Playing XI

ନୂଆଦିଲ୍ଲୀ,୨୮।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା ବାଙ୍ଗର, ଭାରତ ପାଇଁ ଏକ ‘ସମସ୍ତ ଫର୍ମାଟ’ (Test, ODI ଓ T20)…

କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ୩% ବଢିଲା DA

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ଠିକ ପୂର୍ୱରୁ ମୋଦି ସରକାର ସାଧାରଣ ଜନତାଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

‘Its Done Bro’, MLC ନିର୍ବାଚନରେ ବଡ଼ ବିଜୟ ପରେ ଡି.କେ. ଶିବକୁମାରଙ୍କୁ ଟାର୍ଗେଟ କଲା ଭାଜପା

ବେଙ୍ଗାଲୁରୁ,୨୮।୧୦: କର୍ନାଟକ ବିଧାନ ପରିଷଦ (MLC) ନିର୍ବାଚନରେ କଂଗ୍ରେସ ଦଳ ଚାରୋଟିଯାକ ଆସନ ହରାଇବା ଏବଂ ଭାଜପା ନେତୃତ୍ୱାଧୀନ ମେଣ୍ଟ ବିଜୟୀ ହେବା ପରେ, ଭାଜପା କର୍ନାଟକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?