Posted inଖେଳ

ରାଜ୍ୟ ପୋଲିସ କ୍ରୀଡ଼ା ଉଦ୍‌ଯାପିତ : ୬ଷ୍ଠ ଓଏସ୍‌ଏପି, ଓଆଇଏସ୍‌ଏଫ୍‌ ଚାମ୍ପିୟନ

କଟକ ଅଫିସ,୮ା୨- ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ୭୨ତମ ରାଜ୍ୟସ୍ତରୀୟ ପୋଲିସ କ୍ରୀଡ଼ା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। କଟକ ୬ଷ୍ଠ ଓଏସ୍‌ଏପି ବାଟାଲିୟନ ପୁରୁଷ ବର୍ଗରେ ଦଳଗତ ଚାମ୍ପିୟନ ଟ୍ରଫି ହାସଲ କରିଥିବା ବେଳେ ଚତୁର୍ଥ ଓଏସ୍‌ଏପି ବାଟାଲିୟନ ରାଉରକେଲା ରନର୍ସଅପ ହୋଇଛି। ସେହିପରି ମହିଳା ବର୍ଗରେ ଯଥାକ୍ରମେ ଓଡ଼ିଶା ଶିଳ୍ପ ନିରାପତ୍ତା ବଳ(ଓଆଇଏସ୍‌ଏଫ୍‌) ଓ କମିଶନରେଟ ପୋଲିସ-ଏ ଦଳ ଚାମ୍ପିୟନ ଓ ରନର୍ସଅପ ହୋଇଛନ୍ତି। ରାଉରକେଲା ଚତୁର୍ଥ ଓଏସ୍‌ଏପି ବାଟାଲିୟନ ସିପାହି ଆଶୁତୋଷ କୁମାର ଶ୍ରେଷ୍ଠ ପୁରୁଷ ଓ କମିଶନରେଟ ପୋଲିସ-ଏ’ର କନ୍‌ଷ୍ଟେବଳ ବୋନିତା ଲାକ୍ରା ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି ।
ଚଳିତବର୍ଷ ୬ଟି ନୂତନ ରେକର୍ଡ ସୃଷ୍ଟି ହୋଇଛି। ପୁରୁଷ ହାମର ଥ୍ରୋରେ ତୃତୀୟ ଓଏସ୍‌ଏପି ବାଟାଲିୟନ କୋରାପୁଟର ସିପାହୀ ଯୁଗେଶ କୁମାର ଦାସ ପ୍ରଥମ ସ୍ଥାନ ସହ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ମହିଳା ହାଇଜମ୍ପରେ ଓଡ଼ିଶା ଶିଳ୍ପ ନିରାପତ୍ତା ବଳର କନଷ୍ଟେବଳ ରଶ୍ମିତା ବେହେରା ଏବଂ ମହିଳା ୨୦୦ ମିଟର ଦୌଡ଼ରେ କମିଶନରେଟ ପୋଲିସ-ଏ’ର କନଷ୍ଟେବଳ ବୋନିତା ଲାକ୍ରା ପ୍ରଥମସ୍ଥାନ ଅଧିକାର କରି ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରି କୃତୀ କ୍ରୀଡ଼ାବିତ୍‌ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଚଳିତବର୍ଷ ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଥିବା କେତେଜଣ କୃତୀ କ୍ରୀଡ଼ାବିତ୍‌ଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥିଲେ। ବ୍ରହ୍ମପୁର ପୋଲିସ ଜିଲାର କନଷ୍ଟେବଳ ମିନତୀ କୁମାରୀ ମିଶ୍ର, ଗଞ୍ଜାମ ପୋଲିସ ଜିଲାର କନଷ୍ଟେବଳ ଜିତେଶ କୁମାର ଦାଶ, ପୁରୀ ପୋଲିସ ଜିଲାର କନଷ୍ଟେବଳ ରଶ୍ମିରଞ୍ଜନ ସାହୁ, ଅଷ୍ଟମ ସ୍ବତନ୍ତ୍ର ଆଇଆର୍‌ ବାଟାଲିୟନର କନଷ୍ଟେବଳ ଅଶୋକ ଦଣ୍ଡସେନା, କଟକ ପୋଲିସ ଜିଲାର ସବ୍‌ଇନ୍ସପେକ୍ଟର ପ୍ରମିଳା ପ୍ରଭା ମିଞ୍ଜ ଓ କନଷ୍ଟେବଳ ସଂଯୁକ୍ତା ଡୁଙ୍ଗ୍‌ଡୁଙ୍ଗ୍‌, କଟକ ସହରାଞ୍ଚଳ ପୋଲିସ ଜିଲାର କନଷ୍ଟେବଳ ମଞ୍ଜୁଳା ଖେସ୍‌, ଦ୍ୱିତୀୟ ଆଇଆର୍‌ ବାଟାଲିୟନ ରାୟଗଡ଼ାର ହାବିଲଦାର ବିଷ୍ଣୁ ଶ୍ରେଷ୍ଠା, ଓଆଇଏସ୍‌ଏଫ୍‌ର କନଷ୍ଟେବଳ ବର୍ଷା ନାଥ, ସମ୍ବଲପୁର ପୋଲିସ ଜିଲାର କନଷ୍ଟେବଳ ତପସ୍ବିନୀ ପଟେଲ, ଦ୍ୱିତୀୟ ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ କେନ୍ଦୁଝରର ଭିସ୍ତୀ ଜୟଦେବ ମଲ୍ଲିକ ଓ ଓଡ଼ିଶା ପୋଲିସ ହକି ଦଳର ଖେଳାଳିଙ୍କୁ ଏହି ଅବସରରେ ସେମାନଙ୍କ ଜାତୀୟ ସ୍ତରର ସଫଳତା ପାଇଁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଷଷ୍ଠ ଓଏସ୍‌ଏପି ବାଟାଲିୟନର ଦୁର୍ଗପତି ବୈକୁଣ୍ଠ ବିହାରୀ ରାଉତ ବିବରଣୀ ପାଠ କରିଥିବା ବେଳେ ଅତିରିକ୍ତ ଡିସିପି ତ୍ରିନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟର ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖରାପ ଫର୍ମ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାଦ ପଡିବେ ଅଭିଷେକ? କ୍ୟାପଟେନ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ରେ ଭାରତର ପ୍ରଥମ ମ୍ୟାଚ ରବିବାର, ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଏହା ପୂର୍ବରୁ, ଶନିବାର ଏକ ସାମ୍ବାଦିକ…

ଭାରତ ନା ଦକ୍ଷିଣ ଆଫ୍ରିକା T20ରେ କେଉଁ ଟିମ ଅଧିକ ମଜଭୁତ? ସୁପର ୮ ମୁକାବିଲା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଉଭୟ ଲିଗ ପର୍ଯ୍ୟାୟରେ ସେମାନଙ୍କର ଚାରୋଟି ମ୍ୟାଚ ଜିତିବା ପରେ ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୬ ଟି୨୦ ବିଶ୍ୱକପର…

IND vs SA ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଲାଗିଲା ବଡ଼ ଝଟକା, ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୨: ଲିଗ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ ଜିତି T20 World Cup 2026 ର ସୁପର ୮ପର୍ଯ୍ୟାୟରେ ପହଞ୍ଚିଥିବା ଟିମ ଇଣ୍ଡିଆ, ରବିବାର, ଫେବୃଆରୀ ୨୨ରେ…

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତୋଟି ମ୍ୟାଚ ଜିତିବାକୁ ପଡିବ, କେଉଁ ଦଳ ସବୁଠାରୁ ବିପଦଜନକ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ଦଳ ICC T20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ସହିତ ସୁପର ୮ରେ ପ୍ରବେଶ କରିଛି। ଏବେ, ଦଳକୁ ଆହୁରି ତିନୋଟି ମ୍ୟାଚ ଜିତିବାକୁ ଅଛି,…

କ୍ରିକେଟ ପାଇଁ ପାଗଳ! ଟିମକୁ ଚିୟର କରିବାକୁ ୬ ପ୍ରଶଂସକ ଖର୍ଚ୍ଚ କରିଦେଲେ ରୋଜଗାରର ଏତିକି ଟଙ୍କା

ନୂଆଦିଲ୍ଲୀ,୨୧।୨: ଜିମ୍ବାୱେ 2026 T20 World Cupରେ ଏକ ବଡ଼ ବିପର୍ଯ୍ୟୟ ଆଣିଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜିତ ରହି, ସେମାନେ ଏବେ ସୁପର ୮ରେ ପହଞ୍ଚିଛନ୍ତି। ସେମାନେ…

ଚତୁର୍ଥ ବିବାହ କରିବେ ଶୋଏବ ମଲ୍ଲିକ! ଏହି ଅଭିନେତ୍ରୀଙ୍କୁ…

ଇସଲାମାବାଦ୍‌,୨୧।୨: ପୂର୍ବତନ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଶୋଏବ ମାଲିକ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ମଲିକ ୨୦୨୪ ଆରମ୍ଭରେ ତୃତୀୟ ଥର ପାଇଁ ପାକିସ୍ତାନୀ…

ଟି୨୦ ବିଶ୍ୱକପ ମଝିରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଏହି କ୍ରିକେଟର୍‌: ଛାଡ଼ପତ୍ର ପରେ…

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ମଧ୍ୟରେ ଭାରତୀୟ ଦଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଷ୍ଟାର ସ୍ପିନର ରାହୁଲ ଚହରଙ୍କ ଛାଡ଼ପତ୍ର ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri