ଭୁବନେଶ୍ୱର,୩ା୭(ବ୍ୟୁରୋ): ୨୦୧୮ ରାଜ୍ୟ ଚଳଚ୍ଚିତ୍ର ଜଗତ ପାଇଁ ଥିଲା ନବାଗତମାନଙ୍କର ବର୍ଷ। ଏହିବର୍ଷ ରିଲିଜ ହୋଇଥିବା ପ୍ରାୟ ୩୦ଟି ଫିଲ୍ମ ମଧ୍ୟରୁ ଅଧିକାଂଶରେ ନବାଗତ ନାୟିକା, ନାୟକଙ୍କୁ ଦେଖିବାକୁ ମିଳିଥିଲା। ଆଗଧାଡିର ଅଭିନେତ୍ରୀ, ଅଭିନେତା ଓ ପରିଚିତ କଳାକାରଙ୍କ ପାଇଁ ମଧ୍ୟ ୨୦୧୮ ଅଳ୍ପବହୁତେ ସଫଳତା ଆଣିଥିଲା। ନକଲର ଧାରା ଜାରି ରହିଥିଲେ ବି କିଛି ମୌଳିକଧର୍ମୀ ଓ କମେଡି ଫିଲ୍ମ ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇଥିଲା। ସେହି ଚଳଚ୍ଚିତ୍ରଗୁଡିକ ମଧ୍ୟରୁ ଶ୍ରେଷ୍ଠତ୍ବ ଚୟନ ଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଗୁଣବତ୍ତା ସମ୍ପନ୍ନ ଓଡିଆ ଚଳଚ୍ଚିତ୍ର ଓ ଟେଲିଭିଜନ୍ରେ ପ୍ରସାରିତ ଧାରାବାହିକ ତଥା ଟେଲି ଚଳଚ୍ଚିତ୍ରକୁ ପ୍ରୋତ୍ସାହିତ କରିବା ଲାଗି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୮ରେ ୨୭ଟି ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୨୦ଟି ବିଭାଗରେ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୩୧ ତାରିଖ ମଧ୍ୟରେ ସେମାନଙ୍କ ଦ୍ବାରା ନିର୍ମିତ ଚଳଚ୍ଚିତ୍ରଗୁଡିକୁ ପୁରସ୍କାର ଲାଗି ପଠାଇପାରିବେ। ସେହିପରି ୭ମ ଥର ଲାଗି ୨୦୧୮ ମସିହା ପାଇଁ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ। ଚଳଚ୍ଚିତ୍ର ପରି ଟେଲି ଧାରାବାହିକ ପାଇଁ ମଧ୍ୟ ୩୧ ତାରିଖ ଭିତରେ ଆବେଦନ କରିବାକୁ କୁହାଯାଇଛି।
ଗୁଣାତ୍ମକ ତଥା ମୌଳିକଧର୍ମୀ ଚଳଚ୍ଚିତ୍ରକୁ ଦୃଷ୍ଟିରେ ରଖି ଏଥର ପୁରସ୍କାର ଚୟନ ଲାଗି କେତେକ ନିୟମ କରାଯାଇଛି। ଚଳଚ୍ଚିତ୍ର ଏବଂ ଟେଲି ପୁରସ୍କାର ଲାଗି ଆଗ୍ରହୀ ପ୍ରଯୋଜକମାନେ ସେମାନଙ୍କ ଚଳଚ୍ଚିତ୍ର ଏବଂ ଟେଲି ଧାରାବାହିକଗୁଡିକୁ ଡିଭିଡି ଫର୍ମାଟ ଏବଂ ପେନ୍ଡ୍ରାଇଭ୍ରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶାଳୟ କାର୍ଯ୍ୟଳୟରେ ଦାଖଲ କରିପାରିବେ। ଦାଖଲ କରାଯାଉଥିବା ଡିଭିଡିଗୁଡିକର ୧୦ଟି କପି ସହ ସମସ୍ତ ଗୀତର ଗୀତିକାର ତଥା ଗାୟକଙ୍କର ସମ୍ପୂର୍ଣ୍ଣ ବିବରଣୀ, କଳାକାର ଏବଂ ଟେକ୍ନିସିଆନ୍ଙ୍କ ନାମ, ଠିକଣା ଦାଖଲ କରିବାକୁ କୁହାଯାଇଛି। ଏହାବ୍ୟତୀତ ପ୍ରତ୍ୟେକ ଡିଭିଡି ପାଇଁ ସେନ୍ସର୍ ସାର୍ଟିଫିକେଟ୍ର ଆଟେଷ୍ଟେଡ୍ କପି ସଂଯୋଗ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଅନ୍ୟପକ୍ଷରେ ପୁରସ୍କାର ଚୟନ ଲାଗି ଚଳିତବର୍ଷ ୭ଟି ସର୍ତ୍ତାବଳୀ ରଖାଯାଇଛି। ଆବେଦନ କରିବାକୁ ଥିବା ଚଳଚ୍ଚିତ୍ର ଓ ଟେଲି ଚଳଚ୍ଚିତ୍ରଗୁଡିକ ୨୦୧୮ ମଧ୍ୟରେ ନିର୍ମିତ ହେବାସହ ଟେଲି ଧାରାବାହିକଗୁଡିକ ୨୦୧୮ ମଧ୍ୟରେ ପ୍ରସାରିତ ହୋଇଥିବା ବାଞ୍ଛନୀୟ ବୋଲି କୁହାଯାଇଛି। ଏଥିପାଇଁ ଯେଉଁ ଚ୍ୟାନେଲରେ ଧାରାବାହିକ ପ୍ରସାରିତ ହୋଇଥିବ ସମ୍ପୃକ୍ତ ଚ୍ୟାନେଲଗୁଡିକଠାରୁ ସେଗୁଡିକର ପ୍ରସାରଣ ପ୍ରମାଣପତ୍ର ଆବେଦନ ସହ ସଂଯୋଗ କରିବା ବାଧ୍ୟତାମୂଳକ। କେବଳ ଓଡିଆ ଭାଷା ଓ ଓଡିଆ ଜନଜାତି ଭାଷାରେ ରାଜ୍ୟରେ ନିର୍ମିତ ଚଳଚ୍ଚିତ୍ର, ଧାରାବାହିକ ପୁରସ୍କାର ପାଇଁ ଆବେଦନ କରିପାରିବେ। କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା କୌଣସି ଏଜେନ୍ସି ଦ୍ବାରା ପ୍ରାଧିକୃତ ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାର ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସର୍ତ୍ତାବଳୀ ବହିର୍ଭୂତ କିମ୍ବା ପ୍ରମାଣପତ୍ର ସହ ନିର୍ଦ୍ଧାରିତ ସମୟରେ ଦାଖଲ କରାଯାଇ ନଥିବା ଡିଭିଡିଗୁଡିକୁ ଚୟନ କମିଟି ବିଚାରକୁ ନେବନାହିଁ।
ଟେଲି ଧାରାବାହିକ ଏପିସୋଡ୍ଗୁଡିକ ମଧ୍ୟରୁ ଯେକୌଣସି ସମ୍ପୂର୍ଣ୍ଣ ୨୫ ମିନିଟ୍ ଏପିସୋଡ୍ର ଏକ ଡିଭିଡି ଦାଖଲ କରିବାକୁ କୁହାଯାଇଛି। ମନୋନୟନ ପ୍ରକ୍ରିୟା ସହ ଅଭିନେତା, ଅଭିନେତ୍ରୀ, ହାସ୍ୟ ଅଭିନେତା, ଚରିତ୍ର ଅଭିନେତା, ଖଳନାୟକ, ଖଳନାୟିକା, ଶିଶୁ କଳାକାରଙ୍କ ଅଭିନୟର ଅଂଶ ସମ୍ବନ୍ଧିତ ଡିଭିଡି ଦରଖାସ୍ତ ସହ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି।
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି କାଉଣ୍ଟଡାଉନ୍: ୩୧ ତାରିଖ ମଧ୍ୟରେ ଚଳଚ୍ଚିତ୍ର, ଟେଲି ଧାରାବାହିକ ଲାଗି ଆବେଦନ

ବିରୋଧୀ ଅଟଳ, ଗୃହ ଅଚଳ
ଭୁବନେଶ୍ୱର,୧୨।୭(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାକୁ ନେଇ ଗତ ୫ ଦିନ ହେବ ବିଧାନସଭା ଅଚଳ ହୋଇଛି। ବିରୋଧୀ ଭାଜପା ଏବଂ କଂଗ୍ରେସର ଗୋଟିଏ ଜିଦ୍...

CORONAVIRUS UPDATE: ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ହେଲା ୧୭୬
ଭୁବନେଶ୍ୱର,୫।୫:(ବ୍ୟୁରୋ)- ମଙ୍ଗଳବାର ରାତିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି। ପଜିଟିଭ୍ ଚିହ୍ନଟ...

ମ୍ୟାଲେରିଆ ପୂର୍ବାନୁମାନ କରିବ ପାଣିପାଗ ବିଭାଗ
ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଏଣିକି ମ୍ୟାଲେରିଆ ସଂକ୍ରମଣର ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଭାରତୀୟ ପାଣିପାଗ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ହାତକୁ...

୪୪ ଟିକସ ଆଦାୟ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି
ଭୁବନେଶ୍ୱର,୧୧।୫(ବ୍ୟୁରୋ)- ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟରତ ୪୪ଜଣ ଟିକସ ଆଦାୟ ଅଧିକାରୀଙ୍କୁ ରାଜ୍ୟ ସରକାର ବୁଧବାର ପଦୋନ୍ନତି ଦେଇଛନ୍ତି। ଏଣିକି ସେମାନେ ରାଜସ୍ବ ଅଧିକାରୀ ଭାବେ...

ଯୁକ୍ତ ୨ ବାର୍ଷିକ ପରୀକ୍ଷା: ୨୭ରୁ ଫର୍ମ ପୂରଣ ଆରମ୍ଭ
ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ଆସନ୍ତା ୨୭ ତାରିଖରୁ ଯୁକ୍ତ ୨ ବାର୍ଷିକ ପରୀକ୍ଷା ପାଇଁ ଫର୍ମପୂରଣ ଆରମ୍ଭ ହେବ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା...

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ: ପରୀକ୍ଷା ଫି’ ବୃଦ୍ଧିକୁ ଛାତ୍ରୀଛାତ୍ରଙ୍କ ବିରୋଧ ଜାରି
ବାରିପଦା ଅଫିସ,୨୨ା୧୦- ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପରିସରରେ କିଛିଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି। ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଗତ...

ଅଙ୍ଗନଓ୍ବାଡି ପିଲାଙ୍କୁ ମିଳିବ ଚୁନାମାଛ
ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଅଙ୍ଗନଓ୍ବାଡି ପିଲାଙ୍କୁ ସୁଷମ ଖାଦ୍ୟ ଦିଆଯାଉଥିଲା। ତେବେ ପୃଷ୍ଟି ପାଇଁ ସେମାନଙ୍କୁ ଅଣ୍ଡା, ଛତୁଆ ଦିଆଯାଉଥିବା ବେଳେ ଏହି ତାଲିକାରେ ବର୍ତ୍ତମାନ ଚୁନାମାଛ ସାମିଲ୍...

ବିରୋଧୀଙ୍କ ହଟ୍ଟଗୋଳ ପରେ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ: ଆତ୍ମହତ୍ୟା କରିଛନ୍ତି ସ୍ମିତାରାଣୀ
ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଦିନ ଗୁରୁବାର ପୁଣି ଥରେ ବିଧାନସଭାରେ ବିରେଧୀମାନେ ହଟ୍ଟଗୋଳ କରିଛନ୍ତି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ଗୃହ...