ରାଜ୍ୟର ୬ ବ୍ଲକ ସମ୍ପୂର୍ଣ୍ଣ ଲବଣାକ୍ତ

ଭୁବନେଶ୍ୱର,୨।୮(ବ୍ୟୁରୋ) : ରାଜ୍ୟର ୬ଟି ବ୍ଲକ ସମ୍ପୂର୍ଣ୍ଣ ଲବଣାକ୍ତ। ଏହି ବ୍ଲକଗୁଡିକ ହେଉଛି- ଭଦ୍ରକର ଚାନ୍ଦବାଲି, ଜଗତ୍‌ସିଂହପୁରର ଏରସମା, କେପଡ଼ାର ମହାକାଳପଡ଼ା, ମାର୍ଶାଘାଇ, ରାଜନଗର ଏବଂ ରାଜକନିକା। ୫ଟି ବ୍ଲକ ସେମିକ୍ରିଟିକାଲ(ଏକ୍ସଟ୍ରାସନ ୭୦%ରୁ ୯୦%) । ସେହିପରି ୪୪ଟି ଆପ୍ରୋଚିଙ୍ଗ୍‌ ସେମିକ୍ରିଟିକାଲ ବ୍ଲକ(୬୦ରୁ ୭୦%) ବୋଲି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବୁଧବାର ଗୃହରେ ଉତ୍ତର ରଖିଛନ୍ତି। ବିଜେଡି ସଭ୍ୟ ଭୂପିନ୍ଦର ସିଂଙ୍କ ଅଣତାରକା ପ୍ରଶ୍ନ ନଂ-୨୭୭୮ର ଉତ୍ତର ରଖି ମନ୍ତ୍ରୀ ରଘୁନନ୍ଦନ ଏହି ତଥ୍ୟ ଦେଇଛନ୍ତି। ଉପରୋକ୍ତ ୫୫ ବ୍ଲକର ସମ୍ପୂର୍ଣ୍ଣ ତାଲିକା ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ଏଗୁଡ଼ିକ ମଧ୍ୟରେ ବାଲେଶ୍ୱରର ବାଲିଆପାଳ, ବାହାନଗା, ରେମୁଣା, ନୀଳଗିରି, ଭୋଗରାଇ, ଜଳେଶ୍ୱର ଏବଂ ସୋର, ଯାଜପୁରର କୋରେଇ, କେନ୍ଦ୍ରାପଡ଼ାର ଗରଦପୁର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମହାକାଳପଡ଼ା ଏବଂ ଆଳି , ଖୋର୍ଦ୍ଧା ଜିଲାର ବାଲିପାଟଣା, ବୋଲଗଡ଼ ଓ ଭୁବନେଶ୍ୱର, ଅନୁଗୋଳର ତାଳଚେର ଓ କଣିହାଁ, ବଲାଙ୍ଗୀରର ଲୋଇସିଂହା, ବରଗଡ଼ର ଭଟଲି ଓ ଝରାବନ୍ଧ, ଭଦ୍ରକର ଭଦ୍ରକ, ଭଣ୍ଡାରିପୋଖରୀ ଓ ଧାମନଗର, ବୌଦ୍ଧର କଣ୍ଟାମାଳ ବ୍ଲକ ରହିଛି। ଏତଦ୍‌ ବ୍ୟତୀତ କଟକ ଜିଲାର କଟକ ସଦର, ତିଗିରିଆ, ଢେଙ୍କାନାଳର ଓଡ଼ାପଡ଼ା ଓ ଢେଙ୍କାନାଳ, ଗଞ୍ଜାମର ହିଞ୍ଜିଳିକାଟୁ, ଆସ୍କା ଓ ଗଞ୍ଜାମ, ଜଗତ୍‌ସିଂହପୁର ନୂଆଗାଁ, କୁଜଙ୍ଗ ଏବଂ ଜଗତ୍‌ସିଂହପୁର, ଯାଜପୁର ଜିଲାର ରସୁଲପୁର, ବିଞ୍ଝାରପୁର, ଯାଜପୁର ଏବଂ ଦଶରଥପୁର, ମୟୂରଭଞ୍ଜର ରାସଗୋବିନ୍ଦପୁର, ବଡ଼ସାହି ଓ ବେତନଟୀ। ସେହିଭଳି ନୟାଗଡ଼ ଜିଲାର ନୟାଗଡ଼, ପୁରୀ ଜିଲାର କାକଟପୁର, ସୁବର୍ଣ୍ଣପୁରର ସୋନପୁର ଏବଂ ତରଭା, ସୁନ୍ଦରଗଡ଼ର ବିର୍ସା ପ୍ରମୁଖ।
ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ ଏହିସବୁ ବ୍ଲକରେ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ପ୍ରତି ବ୍ଲକରେ ୧୦୦ଟି ବେସରକାରୀ ଏବଂ ୫ଟି ସରକାରୀ ଗୃହରେ ବର୍ଷାଜଳ ଅମଳ ଏବଂ ଭୂତଳ ଜଳ ପୁନଃଭରଣ ଯୋଜନା କରାଯାଇଛି। ପ୍ରତି ବ୍ଲକରେ ୨୦ଟି ରିଚାର୍ଜ ସାଫ୍ଟ ଜରିଆରେ ଭୂତଳ ଜଳ ପୁନଃଭରଣ ଯୋଜନା କରାଯାଇଛି। ସେହିପରି ଖନନ ପରେ ବ୍ୟବହାର ଅନୁପଯୋଗୀ ୬୦୦ ନଳକୂପ ଚିହ୍ନଟ କରି ତାହାକୁ ଭୂତଳ ଜଳ ପୁନଃଭରଣ କାର୍ଯ୍ୟରେ ବ୍ୟବହାର କରାଯିବାର ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri