ରାଜ୍ୟରେ ୨୩୩୧ ଏନ୍‌ସେଫାଲାଇଟିସ୍‌ ରୋଗୀ: ୧୬ ମାସରେ ୧୧ ଜୀବନ ହାନି

କଟକ ଅଫିସ, ୧୮।୬: ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରମ (ଏଇଏସ୍‌) ବା ମସ୍ତିଷ୍କ ତୀବ୍ର ପ୍ରଦାହ ରୋଗ ରାଜ୍ୟରେ ୧୧ ଜଣଙ୍କ ଜୀବନ ନେଲାଣି। ୨୦୧୮ ଜାନୁୟାରୀ ପହିଲାରୁ ୨୦୧୯ ଏପ୍ରିଲ ସୁଦ୍ଧା ରାଜ୍ୟରେ ୨୩୩୧ ଏଇଏସ୍‌ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ବିହାରର ମୁଜାଫରପୁର ଜିଲାରେ ଏଇଏସ୍‌ ଉଗ୍ରରୂପ ଧାରଣ କରି ଶତାଧିକ ଶିଶୁଙ୍କ ଜୀବନ ନେବା ପରେ ରାଜ୍ୟ ସରକାର ଚେଇଁ ଉଠିଛନ୍ତି। ବିହାର ଅବସ୍ଥା ଦେଖି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗତ ୧୩ ତାରିଖରେ ରାଜ୍ୟର ୩୦ଟି ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟଙ୍କୁ ଏ ନେଇ ଆଡଭାଇଜରି ଜାରି କରାଯାଇ ସତର୍କ କରାଯାଇଛି।
ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି, ରାଜ୍ୟର ୧୭ଟି ଜିଲା ଅତ୍ୟଧିକ ଏନ୍‌ସେଫାଲାଇଟିସ୍‌ ପ୍ରବଣ। ୨୦୧୬ରେ ଏହି ରୋଗ ମାଲକାନଗିରି ଜିଲାରେ ୩୪ ଜଣ ଶିଶୁଙ୍କ ଜୀବନ ନେଇଥିଲା। ଏହାପରଠାରୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ ସର୍ଭେଲାନ୍ସ କାର୍ଯ୍ୟ ରାଜ୍ୟବ୍ୟାପୀ ଜାରି ରହିଛି। ଉଚିତ୍‌ ସମୟରେ ଏଥିପ୍ରତି ସତର୍କତା ଅବଲମ୍ବନ କରା ନ ଗଲେ ରୋଗ ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରିରେ କୁହାଯାଇଛି। ଆଡଭାଇଜରିରେ ୯ଟି ପଏଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି। ସେଗୁଡ଼ିକ ହେଲା ସାପ୍ତାହିକ ସର୍ଭେଲାନ୍ସ କାର୍ଯ୍ୟକୁ ଜୋରଦାର କରିବା ସହିତ କେସ୍‌ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରାଯିବ। ଏହାବାଦ ଏନ୍‌ସେଫାଲାଇଟିସ୍‌ ଟିକାକରଣ କାର୍ଯ୍ୟକୁ ୯୦ ପ୍ରତିଶତ ସଫଳ କରିବାକୁ କୁହାଯାଇଛି। ଏଥିନିମନ୍ତେ ପ୍ରତ୍ୟେକ ଜିଲାରେ ଅଭିଯାନ ଆରମ୍ଭ କରିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଆଡଭାଇଜରିରେ କୁହାଯାଇଛି। ଏହାବାଦ ପ୍ରତିଦିନ ରକ୍ତ ନମୁନା ପରୀକ୍ଷା ସମ୍ପର୍କିତ ରିପୋର୍ଟଗୁଡ଼ିକୁ ଆନାଲିସିସ୍‌ କରି ନିର୍ଦ୍ଦେଶାଳୟକୁ ପଠାଇବାକୁ ଉଲ୍ଲେଖ ରହିଛି।
ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରିରେ ଉଲ୍ଲେଖ ରହିଛି ଯେ, ରାଜ୍ୟର ୩୦ ଜିଲା ସହିତ ରାଉରକେଲା, ଭୁବନେଶ୍ୱର ଆଦି ସ୍ଥାନରେ ଏଥିନିମନ୍ତେ ସେଣ୍ଟିନେଲ୍‌ ସାଇଟ୍‌ ଲାବୋରେଟୋରି ରହିଛି। ଏହାବାଦ ଏସ୍‌ସିବିରେ ଏକ କେନ୍ଦ୍ରୀୟ ଲାବୋରେଟାରି ଥିବାବେଳେ ଭୁବନେଶ୍ୱରରେ ଥିବା ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି)ରେ ମଧ୍ୟ ଏହି ପରୀକ୍ଷା ବ୍ୟବସ୍ଥା ରହିଛି। ଏ ସମ୍ପର୍କରେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ତଥା ରଘୁନାଥ ମୁର୍ମୁ ମେଡିକାଲ କଲେଜ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ଡା. ପ୍ରଭାକର ମିଶ୍ର କୁହନ୍ତି, ଏଇଏସ୍‌ ହେଉଛି ମୂଳ ରୋଗ। ଏଥିରୁ ୧୦୦ ରୋଗ ସୃଷ୍ଟି ହୋଇଥାଏ। ମୁଖ୍ୟତଃ ବର୍ଷାଋତୁ ଆରମ୍ଭରୁ ଏହି ରୋଗ ଦେଖାଦେଇଥାଏ। ୫ରୁ ୧୫ ବର୍ଷ ବୟସର ପିଲା ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ରୋଗର ଲକ୍ଷଣ ହେଉଛି ପିଲାମାନଙ୍କୁ ହଠାତ୍‌ ଜ୍ୱର ଆସିଥାଏ। ପିଲା ହାତ ମୁଠାମୁଠା କରି ବାନ୍ତି କରିବା ସହିତ ଅଚେତ ହୋଇପଡ଼ିଥାନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ପ୍ରତିଶତ ପ୍ରାଣ ହରାଇଥାଆନ୍ତି। ୨୦୧୪ରେ ଡା. ମିଶ୍ର ଏ ସମ୍ପର୍କରେ ଏକ ଅଧ୍ୟୟନ କରିଥିଲେ। ୮୩୪ଟି ନମୁନା ସଂଗ୍ରହ କରି ପରୀକ୍ଷା କରିବାରୁ ୧୩୬ଟି ନମୁନାରେ ଏନ୍‌ସେଫାଲାଇଟିସ୍‌ ପଜିଟିଭ ଚିହ୍ନଟ ହୋଇଥିଲା। ଉକ୍ତ ଅଧ୍ୟୟନ ଗ୍ଲୋବାଲ ଜର୍ନାଲ ଅଫ ଇନ୍‌ଫେକ୍ସିୟସ ଡିଜିଜ୍‌ରେ ପ୍ରକାଶିତ ହୋଇଥିବା ସେ କହିଛନ୍ତି। ତେବେ ବର୍ତ୍ତମାନ ଏହି ରୋଗ ପାଇଁ ଟିକାକରଣ କାର୍ଯ୍ୟ କରାଯାଉଛି। ସଚେତନତା ଓ ଶତ ପ୍ରତିଶତ ଟୀକାକରଣ କରାଗଲେ ଏହି ରୋଗକୁ ରୋକିହେବ ବୋଲି ଡା. ମିଶ୍ର କହିଛନ୍ତି। ତେବେ ମଣିଷ, ଘୁଷୁରି ଓ ପକ୍ଷୀ ଏହି ରୋଗର ବାହକ ହୋଇଥିବା ବେଳେ ଘୁଷୁରି ସର୍ବାଧିକ ବାହକ ବୋଲି ମିଶ୍ର କହିଛନ୍ତି। ଏନ୍‌ସେଫାଲାଇଟିସ୍‌କୁ ନେଇ ରାଜ୍ୟର ଦୁଇ ପ୍ରମୁଖ ଚିକିତ୍ସାନୁଷ୍ଠାନ କଟକ ଏସ୍‌ସିବି ମେଡିକାଲ ଓ ଶିଶୁଭବନ ଆଦୌ ପ୍ରସ୍ତୁତ ନ ଥିବା ଦେଖାଯାଇଛି। ଉଭୟ ମେଡିକାଲରେ ଏ ନେଇ କୌଣସି ପ୍ରସ୍ତୁତି କରାଯାଇ ନ ଥିବା ଜଣାପଡ଼ିଛି। ଏସ୍‌ସିବି ଅଧୀକ୍ଷକ ପ୍ରଫେସର ସିବିକେ ମହାନ୍ତି କୁହନ୍ତି, ଶିଶୁଭବନରେ ନିଶ୍ଚିତ ଏ ନେଇ ପୂର୍ବ ପ୍ରସ୍ତୁତି ହୋଇଥିବ। ଶିଶୁଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀଙ୍କୁ ପଚାରିବାରୁ ଅଦ୍ୟାବଧି ଆମ ପାଖକୁ କୌଣସି ରୋଗୀ ଆସିନାହାନ୍ତି। ରୋଗୀ ଆସିଲେ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍କିଂସ୍ଥଳର ଅପବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଦିନକୁ ଦିନ ଯାନବାହାନ ସଂଖ୍ୟା ବଢ଼ୁଥିବାବେଳେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହେଉଛି। କେଉଁ କାରଣରୁ ଟ୍ରାଫିକ ସମସ୍ୟା ଅଧିକ ହେଉଛି,...

୧୮ରୁ ଉଚ୍ଚ ବିଦ୍ୟାଳୟରେ ଖାତାଦେଖା

ଅନୁଗୋଳ ଅଫିସ୍‌, ୩।୩ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆୟୋଜିତ ମାଟ୍ରିକ୍‌ ପରୀକ୍ଷା ସୋମବାର ଶେଷ ହୋଇଛି। ତେବେ ଶେଷ ଦିନରେ ପରୀକ୍ଷାରେ କପି...

ସିଇଟି ହେବ ଅନୁବନ୍ଧିତ ମହାବିଦ୍ୟାଳୟ

ଭୁବନେଶ୍ୱର, ୪ା୪ (ବ୍ୟୁରୋ): ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଆଇନ-୨୦୦୨କୁ ସଂଶୋଧନ କରାଯାଇଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଆଗତ ଏହି ସଂଶୋଧନ...

ରୌପ୍ୟ ପଦକ ଜିତିଲେ ପ୍ରମିଳା କିସାନୀ

ବୁଗୁଡ଼ା,୧ା୧(ଡି.ଏନ.ଏ.): ଆନ୍ଧ୍ର ପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟଠାରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗଞ୍ଜାମ ଜିଲା ବୁଗୁଡ଼ା ପିପୁଲସ୍‌ କଲେଜ ଛାତ୍ରୀ ପ୍ରମିଳା...

କ୍ୟାବିନେଟ୍‌ ବୈଠକ ଆଜି

ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବୁଧବାର ୫ଟା ୩୦ମିନିଟ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭିଡିଓ କନ୍‌ଫରେନ୍ସରେ ହେବାକୁ...

ଆଜି ବିଆର୍‌ଏସ୍‌ରେ ମିଶିବେ ଗମାଙ୍ଗ

ଭୁବନେଶ୍ୱର,୨୭ା୧(ବ୍ୟୁରୋ): ଭାଜପା ଛାଡ଼ିଥିବା ବରିଷ୍ଠ ନେତା ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଶୁକ୍ରବାର ବିଆର୍‌ଏସ୍‌ରେ ମିଶିବେ। ହାଇଦ୍ରାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର...

ମାଟ୍ରିକ ପରୀକ୍ଷା : ଇଂଲିଶରେ ଫେଲ୍‌ ହୋଇଛନ୍ତି ୬୦ ହଜାର

ଭୁବନେଶ୍ୱର,୧୪।୬(ବ୍ୟୁରୋ) : ଚଳିତବର୍ଷ ମାଟ୍ରିକ ପାସ୍‌ ହାର ଚିନ୍ତାଜନକ ହୋଇଛି। ଏଥର ପରୀକ୍ଷାରେ ଇଂଲିଶ ବିଷୟରେ ଫେଲ୍‌ ହାର ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ମୋଟ...

ଘରୋଇ ହସ୍ପିଟାଲ ସ୍ଥିତି ପରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟ ଜାରିରହିଛି। ସ୍ବାସ୍ଥ୍ୟକର୍ମୀ, କୋଭିଡ୍‌ ଯୋଦ୍ଧା, ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ କରାଯାଉଛି। ସମସ୍ତ ସରକାରୀ ହସ୍ପିଟାଲ ସମେତ କେନ୍ଦ୍ର ସ୍ବାସ୍ଥ୍ୟ...

Advertisement
Archives

Model This Week