ରାଜ୍ୟରେ ହେବ ଗଞ୍ଜେଇ ଚାଷ: ଆଜି ଉଚ୍ଚସ୍ତରୀୟ ବୈଠକ

କଟକ ଅଫିସ/ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଚାଷ କରାଯିବ। ଅବକାରୀ ବିଭାଗ ଏ ନେଇ ତତ୍ପର ହୋଇଉଠିଛି। ଔଷଧୀୟ ବ୍ୟବହାର ପାଇଁ ଏହି ଚାଷ କରିବାକୁ ସରକାର ସ୍ଥିର କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଏସ୍‌.ବି.କେ. ପ୍ରଧାନ ଗତ ୮ ତାରିଖରେ ଅବକାରୀ କମିଶନରଙ୍କୁ ଏକ ଚିଠି (ନଂ. ୫୭୮୬) ଲେଖିଛନ୍ତି। ଉକ୍ତ ଚିଠିରେ ଦର୍ଶାଯାଇଛି, ଅବକାରୀ ସଚିବ ନଭେମ୍ବର ୧୯ ତାରିଖରେ ଏକ ବୈଠକ ଡକାଇଛନ୍ତି। ଅବକାରୀ ସଚିବଙ୍କ ଚାମ୍ବରରେ ହେବାକୁ ଥିବା ଉକ୍ତ ବୈଠକରେ ଗଞ୍ଜେଇର ଔଷଧୀୟ ବ୍ୟବହାର ପାଇଁ ଚାଷ କରିବା ନିମନ୍ତେ ଆବଶ୍ୟକ ଆଲୋଚନା କରାଯିବ। ଆବଶ୍ୟକ କାଗଜପତ୍ର ଏବଂ ସୂଚନା ସହିତ ବୈଠକରେ ଅବକାରୀ କମିଶନର ଉପସ୍ଥିତ ହେବା ପାଇଁ ଯୁଗ୍ମ ସଚିବଙ୍କ ପକ୍ଷରୁ ଆସିଥିବା ଚିଠିରେ ଉଲ୍ଲେଖ ରହିଛି। ଅର୍ଥାତ ଗଞ୍ଜେଇ ଚାଷ ପାଇଁ ସରକାର ଏବେ ଅନୁମତି ଦେବା ଏକପ୍ରକାର ସ୍ଥିର ହୋଇଯାଇଛି। ରାଜ୍ୟରେ ମଦକୁ ନେଇ ସରକାର ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେଉଥିବାବେଳେ ଏବେ ଗଞ୍ଜେଇ ଚାଷକୁ ଆଇନସମ୍ମତ କରିବା ପାଇଁ ସରକାରଙ୍କ ଉଦ୍ୟମ କେତେଦୂର ସଫଳ ହେଉଛି ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ କେନ୍ଦ୍ରାଞ୍ଚଳ ଅବକାରୀ ଉପଆୟୁକ୍ତ ରାମଚନ୍ଦ୍ର ପାଲଟା କୁହନ୍ତି, ମଙ୍ଗଳବାର ବୈଠକ ପରେ ସବୁ କିଛି ସ୍ପଷ୍ଟ ହେବ। ମାତ୍ର ଜଣେ ଅବସରପ୍ରାପ୍ତ ଅବକାରୀ କମିଶନରଙ୍କ କହିବା ଅନୁଯାୟୀ, ବାହାର ଦେଶରେ ଏହି ଚାଷ ଔଷଧୀୟ ବ୍ୟବହାର ପାଇଁ କରାଯାଉଛି। ବିଶେଷକରି କର୍କଟ ରୋଗୀଙ୍କ ଯନ୍ତ୍ରଣା ଉପଶମ ପାଇଁ ଗଞ୍ଜେଇକୁ ବ୍ୟବହାର କରାଯାଉଥିବା ନେଇ ଯୁକ୍ତି ଉଠୁଛି। ତାଙ୍କ ସମୟରେ ଏହି ପ୍ରସ୍ତାବ ଆସିଥିଲା। ମାତ୍ର ଅବକାରୀ ଆଇନରେ ସଂଶୋଧନ ନ ଆଣି ଏହି ଚାଷକୁ ଅନୁମତି ଦେବା ସମ୍ଭବ ହୋଇ ନ ଥିଲା। ତେଣୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri