ରାଜ୍ୟରେ ମରୁଡ଼ିର ପଦଧ୍ୱନି; ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ରାଜ୍ୟରେ ବର୍ଷା ନାହିଁ। ମରୁଡ଼ି ଦ୍ୱାରଦେଶରେ ପହଞ୍ଚିଲାଣି। ତଥାପି ସରକାର ଚେତୁ ନାହାନ୍ତି। ଚାଷୀ ଏ ପର୍ଯ୍ୟନ୍ତ ତଳି ରୋଇ ପାରିନାହାନ୍ତି। ମାଟି ଫାଟି ଆଁ କଲାଣି। ବର୍ଷା ହେଲେ ବି ଆଉ ଚାଷ ହେବା ସମ୍ଭବ ନୁହେଁ। ରାଜସ୍ବମନ୍ତ୍ରୀ ରାଜ୍ୟର ମରୁଡ଼ି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରନ୍ତୁ ଓ ଏ ସମ୍ପର୍କରେ ଗୃହରେ ଏକ ବିବୃତି ଦିଅନ୍ତୁ। ରାଜ୍ୟରେ ଦେଖାଦେଇଥିବା ନିଅଣ୍ଟିଆ ବର୍ଷାକୁ ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ମରୁଡ଼ିକୁ କିପରି ମୁକାବିଲା କରାଯାଇ ପାରିବ ସେ ନେଇ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ନଚେତ୍‌ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ବିରୋଧୀ ଦଳ ସଭ୍ୟମାନେ ଚେତାଇ ଦେଇଛନ୍ତି।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, ରାଜ୍ୟରେ ବର୍ଷା ନାହିଁ। ତଳି ହଳଦିଆ ହୋଇଗଲାଣି। ଭୁବନେଶ୍ୱରରେ ବର୍ଷା ହେଉଛି। ମାତ୍ର ଯେଉଁଠି ଚାଷ ହେଉଛି ସେଠାରେ ବର୍ଷା ହେଉନି। ଏ ପର୍ଯ୍ୟନ୍ତ ରୁଆ ବେଉଷଣ ହୋଇନାହିଁ। ଏହା ଅତ୍ୟନ୍ତ ଗୁରୁତର ବିଷୟ। ଗୃହରେ ଏ ବିଷୟରେ ଆଲୋଚନା ହେବା ଦରକାର। ରାଜସ୍ବମନ୍ତ୍ରୀ ନିଜେ ପରିସ୍ଥିତି ଅନୁଧ୍ୟାନ କରି ଗୃହରେ ଏକ ବିବୃତି ଦିଅନ୍ତୁ ବୋଲି ସେ କହିଥିଲେ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ବିରୋଧୀ ଦଳ ନେତା ଉତ୍ଥାପନ କରିଥିବା ମରୁଡ଼ି ପ୍ରସଙ୍ଗ ନେଇ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ସେ କହିଥିଲେ ଯେ, ଶ୍ରାବଣ ମାସ ହେଲାଣି। ବର୍ଷା ନାହିଁ। ଜମି ଫାଟିଗଲାଣି। ବର୍ଷା ହେଲେ ବି ଆଉ ଚାଷ କରିବା ସମ୍ଭବ ନୁହେଁ। ବଲାଙ୍ଗୀର ଜିଲାରେ ଅବସ୍ଥା ସଙ୍ଗିନ। ବିଲ ଫାଟି ଆଁ କରିଛି। ଲଗାତର ବର୍ଷା ହେଲେ ମଧ୍ୟ ତାହା ବନ୍ଦ ହେବ ନାହିଁ। ଧାନ ତଳି ସବୁ ଜଳିଗଲାଣି। ବଲାଙ୍ଗୀର ଜିଲାରେ ମାତ୍ର ୩ ପ୍ରତିଶତ ଜମି ଜଳସେଚିତ। ଏହି ଜିଲାରେ ୪୦ ପ୍ରତିଶତରୁ କମ୍‌ ବର୍ଷା ହୋଇଛି। ଆଦୌ ବର୍ଷା ନାହିଁ କହିଲେ ଚଳେ। ଯେଉଁ ଚେକ୍‌ ଡ୍ୟାମ୍‌ ହୋଇଛି ସେଥିରେ ପାଣି ନାହିଁ। ବର୍ଷା ନ ଥିଲେ ପାଣି ଆସିବ କେଉଁଠୁ। କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଦେଇଦେଲେ ଚାଷୀର ପେଟ ପୂରିବ ନାହିଁ। ଦୀର୍ଘବର୍ଷ ଧରି ବୀମା ପଇସା ପାଉ ନାହାନ୍ତି। ପାର୍ଲାମେଣ୍ଟରେ ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ଓଡ଼ିଶାରେ ଚାଷୀ ଆତ୍ମହତ୍ୟା କରୁଥିବାନେଇ ଓଡ଼ିଶା ସରକାର ବିଧାନସଭାରେ ଏକଥାକୁ ଫାଙ୍କି ଦେଉଛନ୍ତି। ବରଗଡ଼ ଜିଲା ଚାଷୀ ଆତ୍ମହତ୍ୟା ପାଇଁ ଗୃହ କମିଟି ଗଲା। ମାତ୍ର ଏ ପର୍ଯ୍ୟନ୍ତ ରିପୋର୍ଟ ମିଳିଲା ନାହିଁ। ଦୁଆର ମୁହଁରେ ମରୁଡ଼ି ଉଭା ହେଲାଣି। ରାଜସ୍ବ ମନ୍ତ୍ରୀ ଏ ନେଇ ତୁରନ୍ତ ଗୃହରେ ବିବୃତି ଦିଅନ୍ତୁ । କେଉଁ ଜିଲାରେ କି ପରିସ୍ଥିତି ରହିଛି ସେ ନେଇ ଗୃହରେ ସୂଚନା ଦିଅନ୍ତୁ। ଯେଉଁ ଚାଷୀମାନେ ଆତ୍ମହତ୍ୟା କରିଛନ୍ତି,ସେମାନଙ୍କୁ ସରକାର କି ସହାୟତା ଦେଇଛନ୍ତି ସେ ବିଷୟରେ ମଧ୍ୟ ଉଲ୍ଲେଖ କରନ୍ତୁ ବୋଲି ନରସିଂହ କହିଥିଲେ। ଗୃହରେ ଉଦ୍‌ବେଗକୁ ଦେଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ, ଗତ ୪ ଦିନ ତଳେ ରାଜସ୍ବ ମନ୍ତ୍ରୀ ମରୁଡ଼ି ସମ୍ପର୍କରେ ରିପୋର୍ଟ ଦେଇଥିଲେ। ହେଲେ ପୁଣି ଏହି ପ୍ରସଙ୍ଗ ଆସିଛି। ଶୁକ୍ରବାର ରାଜସ୍ବ ମନ୍ତ୍ରୀ ଏ ନେଇ ଗୃହରେ ଏକ ବିବୃତି ଦିଅନ୍ତୁ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଭାଜପା ସଭ୍ୟ ନାଉରୀ ନାୟକ ଉଦ୍ୟାନ କୃଷି ପାଠ ପଢ଼ିଥିବା ଛାତ୍ରୀଛାତ୍ର ସହାୟକ କୃଷି ଅଧିକାରୀ(ଏଏଚ୍‌ଓ) ପଦବୀ ପାଇଁ ଆବେଦନ କରିପାରୁ ନ ଥିବା ବିଷୟ ଉଠାଇଥିଲେ। ସେ କହିଥିଲେ ଯେ, ଏଥିପାଇଁ କୃଷି ବିଭାଗ ପିଲାମାନେ ଆବେଦନ କରିପାରୁଛନ୍ତି। ୪ ବର୍ଷ ପାଠ ପଢ଼ିଲେ ମଧ୍ୟ ଉଦ୍ୟାନ କୃଷି ଛାତ୍ରୀଛାତ୍ରଙ୍କୁ ଏହି ଚାକିରି ପାଇଁ ଅନୁମତି ମିଳୁନାହିଁ। ଓୟୁଏଟି ପିଲାମାନେ ଧାରଣାରେ ବସିଛନ୍ତି। ୬୪ଟି ସହାୟକ କୃଷି ଅଧିକାରୀ ପଦବୀ ବାହାରିଛି। ସେମାନଙ୍କୁ ଏହି ପଦବୀ ପାଇଁ ଆବେଦନ କରିବାକୁ ଅନୁମତି ଦିଆଯାଉ ବୋଲି ସେ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ବାଚସ୍ପତି ସରକାର ଏ ଦିଗରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। ବିଜେଡି ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ କ୍ରଶର ୟୁନିଟ୍‌ ଉପରେ ହୋଇଥିବା ଚଢ଼ାଉକୁ ବିରୋଧ କରିଥିଲେ। ସେ କହିଥିଲେ ଯେ, ପଥର ଚୋରଙ୍କୁ ସରକାର ଧରନ୍ତୁ। ଛୋଟ ଛୋଟ କ୍ରଶରକୁ ଧରା ନ ଯାଉ। ସେମାନେ ରାସ୍ତାଘାଟ ନିର୍ମାଣ ପାଇଁ ଚିପ୍ସ ଯୋଗାଉଛନ୍ତି। ସେଥିରେ କାମ କରୁଥିବା ଶ୍ରମିକମାନେ ଭୟରେ ଆତ୍ମଗୋପନ କରୁଛନ୍ତି। ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ସେମାନଙ୍କ ଜୀବିକା ହରାଇଲେଣି। ଗୃହମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଉ। ସେ ପଥର ଚୋରଙ୍କୁ ଧରନ୍ତୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri