ରାଜ୍ୟରେ ବିଦ୍ୟୁତ୍‌ ସଙ୍କଟ ଉତ୍କଟ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ଏକଦା ବଳକା ବିଦ୍ୟୁତ୍‌ ରାଜ୍ୟ ବୋଲି ଡିିଣ୍ଡିମ ପିଟୁଥିବା ଓଡ଼ିଶା ଏବେ ଉତ୍କଟ ବିଦ୍ୟୁତ୍‌ ସଙ୍କଟର ସମ୍ମୁଖୀନ ହୋଇଛି। ପରିସ୍ଥିତି ଏପରି ହେଲାଣି ଯେ, ବାହାର ରାଜ୍ୟକୁ ବିଦ୍ୟୁତ୍‌ ବିକ୍ରି କରୁଥିବା ଓଡ଼ିଶା ଏବେ ଆନ୍ତଃରାଜ୍ୟ ଉତ୍ପାଦନ କେନ୍ଦ୍ରରୁ ବିଦ୍ୟୁତ୍‌ କିଣିବାକୁ ବାଧ୍ୟ ହେଉଛି।
ରାଜ୍ୟରେ ଚାହିଦା ଏବଂ ଉତ୍ପାଦନ ମଧ୍ୟରେ ତାରତମ୍ୟକୁ ଦୂର କରିବାକୁ ଯାଇ ରାଜ୍ୟ ସରକାର ଗୁରୁବାର ୪ ମିଲିୟନ ୟୁନିଟ ବିଦ୍ୟୁତ କିଣିଥିବା ଷ୍ଟେଟ ଲୋଡ୍‌ ଡେସ୍‌ପାଚ୍‌ ସେଣ୍ଟରରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି। ଆନ୍ତଃରାଜ୍ୟ ଉତ୍ପାଦନ କେନ୍ଦ୍ରରୁ ରାଜ୍ୟ ସରକାର ଗୁରୁବାର ସୁଦ୍ଧା ୫୫.୮୩ ମିଲିୟନ ୟୁନିଟ ବିଦ୍ୟୁତ୍‌ କିଣିପାରିବେ। ତେବେ ଏହା ଗୁରୁବାର ସୁଦ୍ଧା ୫୧.୭୧ ମିଲିୟନ ୟୁନିଟ ନେଇସାରିଛି। ତଥାପି ଏହା ୭୧.୮୪ ମିଲିୟନ ୟୁନିଟ ଚାହିଦାଠାରୁ ବହୁ ଦୂରରେ ରହିଛି। ଅନେକ ସ୍ଥାନରେ ବିଦ୍ୟୁତ୍‌ ଯୋଗାଣ ସମ୍ଭବ ହୋଇପାରୁନାହିଁ। ତେବେ ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି ହେବାର ବହୁ କାରଣ ରହିଛି। ରାଜ୍ୟରେ ୧୧,୭୦୯ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ରହିଛି। ତେବେ ଷ୍ଟେର୍‌ଲାଇଟରେ ଆଦୌ ବିଦ୍ୟୁତ୍‌ ଉତ୍ପାଦନ ହେଉନାହିଁ। ଏପରି କି ତାଳଚେର ଶକ୍ତି କେନ୍ଦ୍ରରେ କ୍ଷମତାଠାରୁ କମ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ରାଜ୍ୟର ବିଭିନ୍ନ ଶକ୍ତିକେନ୍ଦ୍ରରୁ ପ୍ରାୟ ପିକ୍‌ ଆଓ୍ବାରରେ ୧୧୪୦ ମେଗାଓ୍ବାଟ ଓ ଅଣପିକ୍‌ ଆଓ୍ବାରରେ ୮୭୯ ମେଗାଓ୍ବାଟ ବିଜୁଳି ଉତ୍ପାଦନ କରାଯାଉଛି। ଫଳରେ ଜଳବିଦ୍ୟୁତ କେନ୍ଦ୍ରଗୁଡ଼ିକ ଏହାର କ୍ଷମତାର ପୂର୍ଣ୍ଣ ଉପଯୋଗ କରି ପାରୁନାହାନ୍ତି। ସେହିପରି ପିକ୍‌ ଆଓ୍ବାର ଓ ଅଣପିକ୍‌ ଆଓ୍ବାରରେ ଇନ୍ଦ୍ରାବତୀ ଏବଂ ଚିପିଲିମାରେ ଆଦୌ ବିଦ୍ୟୁତ୍‌ ଉତ୍ପାଦନ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୋନ୍‌ ଅନୁଯାୟୀ ଖୋଲିବ ନିମ୍ନ ଅଦାଲତ: ରେଡ୍‌ରେ ଘଣ୍ଟାଏ, ଅରେଞ୍ଜରେ ଦୁଇ, ଗ୍ରୀନ୍‌ରେ ଅଢ଼େଇ ଘଣ୍ଟା

କଟକ ଅଫିସ,୪ା୫: କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମେ’ ୧୭ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକ୍‌ଡାଉନ୍‌କୁ ବଢ଼ାଇଛନ୍ତି। ତେବେ...

କରୋନା ଭୟରେ ପୋଷା ଜନ୍ତୁଙ୍କୁ ପରିତ୍ୟାଗ ନ କରିବାକୁ ପରାମର୍ଶ

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): କରୋନା ସଂକ୍ରମଣ ଭୟରେ ରାଜ୍ୟରେ କିଛି ଲୋକ ନିଜ ପୋଷା ତଥା ଗୃହପାଳିତ ଜୀବଜନ୍ତୁଙ୍କୁ ଘରୁ ବାହାର କରିଦେଉଛନ୍ତି। ଏହି ନିରୀହ...

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଭୁବନେଶ୍ୱରରେ ହେବ କ୍ୟାନ୍ସର ହସ୍ପିଟାଲ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ...

ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ

କଟକ ଅଫିସ,୧୯।୩ : ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ୱାରା ଆୟୋଜିତ ଦଶମ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ଗୁରୁବାରଠାରୁ ଆରମ୍ଭ ହେବ। ୬୧ଟି କେନ୍ଦ୍ରରେ...

ସବୁଠି ଉତ୍ସବ

ବାରିପଦା ଅଫିସ/ରାଇରଙ୍ଗପୁର, ୨୬।୭(ଡି.ଏନ.ଏ.) ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ। ଏନେଇ ଜିଲା ତଥା ଅଞ୍ଚଳବାସୀ ବେଶ୍‌...

ଆର୍ଥିକ ମାନ୍ଦାବସ୍ଥାର ପ୍ରତିବାଦ: ୨୦ରୁ ୨୩ କଂଗ୍ରେସର ଆନ୍ଦୋଳନ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ):ଦେଶର ଅର୍ଥନୀତି ନିମ୍ନଗାମୀ ହୋଇଛି। ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡିଏ ସରକାରଙ୍କ ଜନବିରୋଧୀ ଆର୍ଥିକ ନୀତି ଏଥିପାଇଁ ଦାୟୀ ବୋଲି କଂଗ୍ରେସ କହିଛି। ଏହି କ୍ରମରେ ଦଳ...

ସିମେଣ୍ଟ ଫ୍ୟାକ୍ଟ୍ରିକୁ ଶୁଖିଲା ପ୍ଲାଷ୍ଟିକ୍‌ ବର୍ଜ୍ୟ ବିକିବ ବିଏମ୍‌ସି

ଭୁବନେଶ୍ୱର, ୨୨ା୧୦:ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ପରେ ସବୁ ଠିକା ସଂସ୍ଥାକୁ...

ଦ୍ୱିତୀୟ ବିବାହ କରିବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର

ଭବାନୀପାଟଣା:୨୧।୨(ସ୍ବ.ପ୍ର.): ଚର୍ଚ୍ଚାରେ ପୁଣି କଳାହାଣ୍ଡି। ଦ୍ବିତୀୟ ବିବାହ କରିବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର। ବିଧାୟକ ମିଶ୍ର ବିବାହ...

Advertisement
Archives

Model This Week